‘ପୂର୍ବବର୍ଷ ଅପେକ୍ଷା ବଢ଼ିଛି ଅଣଟିକସ ଆୟ’

ଭୁବନେଶ୍ୱର,୨୩।୪(ବ୍ୟୁରୋ): କୋଭିଡ୍‌ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଜନିତ ମାନ୍ଦା ଅବସ୍ଥାକୁ ଅତିକ୍ରମକରି ୨୦୨୦-୨୧ରେ ରାଜ୍ୟର ଅଣଟିକସ ଆୟ ପୂର୍ବବର୍ଷ ଅପେକ୍ଷା ୪୮.୬୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୧୪,୬୪୭ କୋଟି ଟଙ୍କା ଅଣଟିକସ ବାବଦରେ ଆଦାୟ ହୋଇଥିବା ବେଳେ ୨୦୨୦-୨୧ରେ ୨୧,୭୭୦.୬୪ କୋଟି ଟଙ୍କା ଆଦାୟ ହୋଇଛି ବୋଲି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କହିଛନ୍ତି।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍‌ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଅଶୋକ କୁମାର ମୀନା ବିଭିନ୍ନ ବିଭାଗରେ ରାଜସ୍ବ ସଂଗ୍ରହ ଏବଂ ଯୋଜନା ବାବଦ ଆବଣ୍ଟନର ବିନିଯୋଗ ସମ୍ପର୍କରେ ତଥ୍ୟ ଉପସ୍ଥାପିତ କରିଛନ୍ତି। ବିଭାଗଓ୍ବାରୀ ତଥ୍ୟର ସମୀକ୍ଷା କରି ଦୃତ ଅବିବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ଓ ସ୍କିମ୍‌ରେ ଦିଆଯାଇଥିବା ଅର୍ଥର ବିନିଯୋଗ ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୀନା ଆହୁରି କହିଛନ୍ତି ଯେ, ଅଧିକ ସଂଖ୍ୟକ ଜିବୀକା ନିର୍ବାହ ପନ୍ଥା ଅଭିବୃଦ୍ଧି ସମ୍ବନ୍ଧିତ ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ନିଜସ୍ବ ଟିକସ ବାବଦରେ ୨୦୨୧୯-୨୦ ବର୍ଷରେ ୩୨,୩୧୫ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ୨୦୨୦-୨୧ରେ ଏହା ୩୪,୩୧୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନିଜସ୍ବ-ଟିକସ ବାବଦରେ ମଧ୍ୟ ଅଭିବୃଦ୍ଧି ହାର ପୂର୍ବବର୍ଷ ତୁଳନାରେ ୭.୧୧ ପ୍ରତିଶତ ଅଧିକ ହୋଇଛି। ରାଜସ୍ବ ସଂଗ୍ରହ ବୃଦ୍ଧି ସହ ଆବଣ୍ଟିତ ଅର୍ଥ ବିନିଯୋଗରେ ମଧ୍ୟ ବୃଦ୍ଧି ଘଟିଛି। ୨୦୨୦-୨୧ ମାର୍ଚ୍ଚ ଶେଷସୁଦ୍ଧା ସମୁଦାୟ ଅର୍ଥ ବିନିଯୋଗ ୧ ଲକ୍ଷ ୨୬ ହଜାର ୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅନ୍‌ଲାଇନ୍‌ ଟ୍ୟାକ୍ସ ପୈଠ ଏବଂ ଇଲେକ୍ଟ୍ରୋନିକ୍‌ ରସିଦ ରାଜସ୍ବ ଆଦାୟ ପ୍ରକ୍ରିୟାକୁ ମଧ୍ୟ ଅଧିକ ସରଳ ଓ ସ୍ବଚ୍ଛ କରାଯାଇଛି ବୋଲି ସୀମା କହିଛନ୍ତି। ମୁଖ୍ୟ ଶାସନ ସଚିବ ଡ଼ି.ଏମ୍‌.ଏଫ୍‌ ଏବଂ ଓମ୍ବାଡସ୍‌ ପ୍ରକଳ୍ପଗୁଡିକର ମଧ୍ୟ ସମୀକ୍ଷା କରିଛନ୍ତି। ସମୀକ୍ଷାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୨୧ ମାର୍ଚ୍ଚ ଶେଷସୁଦ୍ଧା ଡ଼ିଏମ୍‌ଏଫ୍‌ ରେ ସମୁଦାୟ ୧୨,୩୭୬ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଏହି ପାଣ୍ଠିରୁ ପ୍ରାୟ ୧୩,୭୪୯ କୋଟି ଟଙ୍କା ଆକଳନର ୧୯୪୯୬ ପ୍ରକଳ୍ପକୁ ଅନୁମୋଦ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri