କୌଣସି ସମୟରେ ମୃତ୍ୟୁ ଆଶଙ୍କା

ମସ୍କୋ, ୨୧ା୪: ୩ ସପ୍ତାହ ଧରି ଜେଲରେ ଅନଶନ ଜାରି ରଖିଥିବା ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧୀ ଦଳ ନେତା ଆଲେକ୍ସି ନଭଲନି(୪୪)ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଯେ କୌଣସି ମୁହୂର୍ତ୍ତରେ ତାଙ୍କର ମୃତ୍ୟୁ ଘଟିପାରେ ବୋଲି ନଭଲନିଙ୍କ ଓକିଲ କହିଛନ୍ତି। ସୋମବାର ତାଙ୍କୁ ମସ୍କୋଠାରୁ ପ୍ରାୟ ୧୮୦ କିମି ଦୂର ଭ୍ଲାଡିମିରରେ କଏଦୀଙ୍କ ପାଇଁ ଉଦ୍ଦିଷ୍ଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଖାଦ୍ୟଗ୍ରହଣ କରୁ ନ ଥିବା ନଭଲନିଙ୍କ ସ୍ବାସ୍ଥ୍ୟରେ ତୀବ୍ର ଅବନତି ଘଟୁଥିବା ନେଇ ୨ ଦିନ ପୂର୍ବରୁ ତାଙ୍କ ଡାକ୍ତର ସୂଚନା ଦେଇଥିଲେ। ଘଟଣାରେ ଆମେରିକା ତୀବ୍ର ପ୍ରତିକ୍ରିୟା ରଖିଛି। ଜେଲରେ ନଭଲନିଙ୍କ ମୃତ୍ୟୁ ଘଟିଲେ ମସ୍କୋ ଏହାର ପରିଣାମ ଭୋଗିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାର ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସରକାରୀ ଜେଲ କର୍ତ୍ତୃପକ୍ଷ ଏକ ବିବୃତିରେ କହିଛନ୍ତି। ନଭଲନିଙ୍କ ସ୍ବାସ୍ଥ୍ୟ ବିଗୁଡ଼ୁଥିବା ନେଇ ଓକିଲ ଆଲେକ୍ସା ଲିପ୍ଟସର ତାଙ୍କୁ ସାକ୍ଷାତ କରିବା ପରେ ପ୍ରଘଟ କରିଥିଲେ। ଏହା ସତ୍ତ୍ୱେ ତାଙ୍କ ଚିକିତ୍ସା ପାଇଁ ନଭଲନିଙ୍କ ବ୍ୟକ୍ତିଗତ ଡାକ୍ତରଙ୍କୁ ଅନୁମତି ମିଳି ନ ଥିବା ଲିପ୍ଟସର ଅଭିଯୋଗ କରିଛନ୍ତି। ଶନିବାର ନଭଲନିଙ୍କ ଡାକ୍ତର କହିଥିଲେ ଯେ, ତାଙ୍କ ପରିବାର ରୁଷ ବିରୋଧି ଦଳ ନେତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚର ଯେଉଁ ରିପୋର୍ଟ ଦେଖାଇଛନ୍ତି ତାହା ବେଶ ଚିନ୍ତାଜନକ। ଯେ କୌଣସି ସମୟରେ ତାଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଯାଇପାରେ।

ନଭଲନିଙ୍କୁ ଦିଆଯାଇଥିଲା ବିଷ

ରାଷ୍ଟ୍ରପତି ପୁଟିନଙ୍କ ଘୋର ସମାଲୋଚକ ତଥା ଦୁର୍ନୀତି ବିରୋଧୀ କ୍ୟାମ୍ପେନର ନଭଲନି ଗତ ଅଗଷ୍ଟ ୨୦ରେ ବିମାନ ଯାତ୍ରାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ମସ୍କୋରେ ସାଇବେରିଆନ ହସ୍ପିଟାଲରେ ଚିକିତ୍ସା କରାଯିବା ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ବର୍ଲିନ ନିଆଯାଇଥିଲା। ନିଷିଦ୍ଧ ନର୍ଭ ଏଜେଣ୍ଟ କ୍ରେମାଲିନ ତାଙ୍କୁ ବିଷ ଦେଇଥିବା ଜର୍ମାନ କର୍ତ୍ତୃପକ୍ଷ କହିଥିଲେ। ତେବେ ରୁଷ ଅଧିକାରୀ ଏହାକୁ ଖଣ୍ଡନ କରିଥିଲେ। ଗତ ଜାନୁୟାରୀରେ ଜର୍ମାନୀରୁ ଫେରିବା ପରେ ରୁଷିଆରେ ତାଙ୍କୁ ଗିରଫ କରାଯାଇଥିଲା। ପିଠି ଓ ଗୋଡ଼ରେ ଭୀଷଣ ଯନ୍ତ୍ରଣା ହେଉଥିଲେ ହେଁ ତାଙ୍କୁ ଜେଲରେ ଚିକିତ୍ସା ଯୋଗାଯାଉ ନ ଥିବା କହି ମାର୍ଚ୍ଚ ୩୧ରୁ ସେ ଅନଶନ ଜାରି ରଖିଛନ୍ତି।

ଦେଶବ୍ୟାପୀ ଆନ୍ଦୋଳନ

ଜେଲରେ ବନ୍ଦୀ ରୁଷିଆ ବିରୋଧୀ ଦଳ ନେତା ଆଲେକ୍ସି ନଭଲନିଙ୍କ ସ୍ବାସ୍ଥ୍ୟ ସଙ୍କଟାପନ୍ନ ଖବର ସାମ୍‌ନାକୁ ଆସିବା ପରେ ତାଙ୍କ ସମର୍ଥକମାନେ ବୁଧବାର ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି। ଏ ନେଇ ନଭଲନିଙ୍କ ପ୍ରବକ୍ତା କିରା ୟାରମିଶ୍‌ ଫେସ୍‌ବୁକ ପୋଷ୍ଟରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri