ଭୋଗରାଇ,୨୦।୪(ଡି.ଏନ.ଏ.)-ବିହାରର ଦାଗୀ ମଦ ବେପାରୀ ଓ ମାଫିଆମାନେ ସେଠାରେ କଳା ତାଲିକାଭୁକ୍ତ ହେବା ପରେ ଏବେ ଓଡ଼ିଶା ମୁହଁା ହୋଇଛନ୍ତି। ନିକଟରେ ଓଡ଼ିଶା ସରକାର ପ୍ରଥମଥର ପାଇଁ ମଦ ଦୋକାନ ଆବେଦନ ବେଳେ ବିନା ସର୍ଭେଲାନ୍ସରେ ଆବେଦନପତ୍ର ଗ୍ରହଣ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ବିହାରର ବହୁ ମଦ ବେପାରୀ ଓ ମାଫିଆ ଓଡ଼ିଶାରେ ସରକାରୀ ମଦ ଦୋକାନ ଲଟେରୀ ଉଠାଣରେ ଲାଇସେନ୍ସ ପାଇଛନ୍ତି। ଏଭଳି ସ୍ଥିତିରେ ବାଲେଶ୍ୱର ଜିଲାର ସରକାରୀ ଲାଇସେନ୍ସପ୍ରାପ୍ତ ୧୦ରୁ ଊର୍ଦ୍ଧ୍ୱ ମଦ ଦୋକାନରେ ଅଣଓଡ଼ିଆ ବ୍ୟକ୍ତି ଲାଇସେନ୍ସ ପାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ବିହାରୀ ରହିଛନ୍ତି। ଭୋଗରାଇ ବ୍ଲକରେ ତାଳସାରୀ, ଦେଉଳାହାଟ, ଥାନାଛକ ସ୍ଥିତ ବାଟଗ୍ରାମ ଓ କମର୍ଦ୍ଦାରେ ଠିପିବନ୍ଦ ସରକାରୀ ବିଦେଶୀ ମଦ ଦୋକାନଏ ଜଳେଶ୍ୱରରେ ୭ଟି ଓ ବାଲିଆପାଳରେ ୨ଟି ବିଦେଶୀ ମଦ ଦୋକାନ ରହିଛି। ଏ ସମସ୍ତ ସ୍ଥାନରେ ଅଧିକାଂଶ ଦାଗୀ କଳାତାଲିକାଭୁକ୍ତ ମଦ ବେପାରୀ ଲାଇସେନ୍ସ ପାଇଥିବାରୁ ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଲାଇସେନ୍ସ ପାଇଥିବା ଭିନ୍ନ ରାଜ୍ୟର ମଦ ମାଫିଆମାନେ ସେଠାରେ ବହୁ ଅପରାଧରେ ଜଡ଼ିତ ଥିବା ଅଭିଯୋଗ ଥିବା ବେଳେ ଅପମିଶ୍ରିତ ମଦ ବିକ୍ରି କରି ସେମାନେ କଳାତାଲିକାଭୁକ୍ତ ହୋଇଥିବା ସୂଚନା ମିଳିଛି। ଅପମିଶ୍ରିତ ମଦ୍ୟ ପାନ କରି ବିହାରରେ ବହୁ ଲୋକଙ୍କ ଜୀବନହାନୀ ଘଟିଛି। ଓଡ଼ିଶାରେ ଅନୁରୂପ ଭାବେ ଆଇନଶୃଙ୍ଖଳା ବିଗିଡ଼ିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ କଳାତାଲିକାଭୁକ୍ତ ହୋଇ ଲାଇସେନ୍ସ ପାଇଥିବା ମଦ ବେପାରୀଙ୍କ ଲାଇସେନ୍ସ ପ୍ରତ୍ୟାହାର ଲାଗି ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଜିଲା ଅବକାରୀ ଅଧୀକ୍ଷକ ଶେଖ୍ ଆସଫ୍ ଅଲ୍ଲୀ କୁହନ୍ତି, ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ପୂର୍ବରୁ କଳାତାଲିକାଭୁକ୍ତ ହୋଇଥିଲେ କିମ୍ବା କୌଣସି ଅପରାଧ ମାମଲାରେ ଛନ୍ଦି ହୋଇଥିବା ଜଣାପଡ଼ିଲେ ଅଭିଯୋଗ ଓ ପ୍ରମାଣକୁ ଭିତ୍ତି କରି ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହିତ ସେମାନେ ଦେଇଥିବା ଅର୍ଥକୁ ଫେରସ୍ତ କରାଯିବ। ସାମାଜିକ କର୍ମୀ ହର ନାରାୟଣ ରାଉତ କୁହନ୍ତି ଭାରତବର୍ଷର କୌଣସି ରାଜ୍ୟ ଲଟେରୀ ମାଧ୍ୟମରେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦେଉ ନ ଥିବା ବେଳେ ଓଡ଼ିଶା ସରକାର ବ୍ୟତିକ୍ରମ କରିଛନ୍ତି। ଯାହାଦ୍ୱାରା ବିଭିନ୍ନ ରାଜ୍ୟର ଦୁର୍ଦ୍ଦାନ୍ତ ଅପରାଧୀ ଓ କଳାତାଲିକାଭୁକ୍ତ ବ୍ୟବସାୟୀଙ୍କୁ ଲାଇସେନ୍ସ ଦେବା ଦ୍ୱାରା ଭବିଷ୍ୟତରେ ମଦ ମୃତ୍ୟୁ ଆଶଙ୍କା ରହିଛି।
ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍…
ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...
ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ
ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...
ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଟାର୍ଗେଟ୍, କହିଲେ ଯେଉଁ ଅଧିକାରୀଙ୍କ କାର୍ଯ୍ୟକାଳ ସରୁଥିଲା ତାଙ୍କୁ…
ଭୁବନେଶ୍ୱର,୧୧ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଆୟୋଜିତ ହୋଇଥିବା ନିଯୁକ୍ତି ମେଳାରେ ପୂର୍ବ ସରକାରଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମାଲୋଚନା କରି କହିଛନ୍ତି,...
ଶୋଇଥିଲେ ମହିଳା, ଘରେ ପଶି ଦଳିଦେଲା ହାତୀ
ବଲାଙ୍ଗୀର,୧୧ା୧୨(ସୁନିଲ କୁମାର ମହାନ୍ତି): ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...
କଂଗ୍ରେସ ଛାଡି ନୂଆ ଦଳ ଗଠନ କରିବେ ମୋକିମ! ମୁହଁ ଖୋଲିଲେ ସୁର, କହିଲେ…
ଭୁବନେଶ୍ୱର,୧୧।୧୨: ମୋକିମଙ୍କ ଚିଠି ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସୁର କହିଛନ୍ତି, ମୋକିମ ଏପରି କରି ଝିଅ କ୍ୟାରିୟରକୁ...
ବସ୍-ବାଇକ୍ ମୁହାଁମୁହିଁ, ଚାଲିଗଲା ୨ ଛାତ୍ରଙ୍କ ଜୀବନ
ରାୟଗଡ଼ା,୧୧ା୧୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ...
ରାଜ୍ୟରେ ହାଡଭଙ୍ଗା ଶୀତ: ୧୦ ଡିଗ୍ରୀ ତଳେ ୧୬ ସହର, ସେମିଳିଗୁଡ଼ାରେ ସର୍ବନିମ୍ନ…
ଭୁବନେଶ୍ୱର,୧୧।୧୨: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ...
ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…
ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...
Archives


