Posted inଭଦ୍ରକ

ଓ୍ବେବସାଇଟରେ ମିଛ ତଥ୍ୟ

ଭଦ୍ରକ ଅଫିସ,୧୯।୪:  ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ସ୍ଲୋଗାନ ଦେଇ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ନାମରେ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଇନ୍‌ଫରମେଶନ ଟେକ୍ନାଲୋଜିର ସହାୟତା ନିଆଯାଇ ପୂର୍ଣ୍ଣ ସ୍ବଚ୍ଛତା ସହ ଯୋଜନାର କାର୍ଯ୍ୟକାରିତା ପାଇଁ ନୂଆ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। କିନ୍ତୁ ଭଦ୍ରକ ଜିଲାରେ ଏହି ଯୋଜନାର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୱେବସାଇଟରେ ଦିଆଯାଇଥିବା ତଥ୍ୟରେ ହିତାଧିକାରୀମାନଙ୍କ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ନେଇ ଦର୍ଶାଯାଇଥିବା ବେଳେ ପ୍ରକୃତପକ୍ଷେ ତାହା ହୋଇ ନ ଥିବା ନଜରକୁ ଆସିଛି। କେବଳ ମିଛ ତଥ୍ୟ ଦେଇ ଜିଲାସ୍ତରୀୟ ଅଧିକାରୀମାନେ ବାହାବା ନେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ପ୍ରକାଶ ଯେ, ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟଁା ପଞ୍ଚାୟତ କୁସୁନନଗର ଗ୍ରାମର ଉଦ୍ଧବ ଜେନାଙ୍କ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିବା ବେଳେ ମାତ୍ର ଗୋଟିଏ କିସ୍ତି ଅର୍ଥ ପ୍ରଦାନ କରାଯାଇଛି। ବାସ୍ତବରେ ଘର କାମ ଶେଷ ହୋଇ ନ ଥିବା ଜଣାଯାଇଛି। ସେହିପରି ଉକ୍ତ ପଞ୍ଚାୟତର ରଜନୀ ଜେନାଙ୍କ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଅଧିକାରୀ ମିଛ ଫଟୋ ଦେଇ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇଛନ୍ତି। ଏପରିକି ମାତ୍ର ୧ ମାସରେ ସମ୍ପୂର୍ଣ୍ଣ ହୋଇଥିବା ଉଲ୍ଲେଖ କରାଯାଇଛି। ଭଦ୍ରକ ବ୍ଲକର ଆମ୍ବରୋଳି ପଞ୍ଚାୟତ ତଳାଙ୍ଗ ଗ୍ରାମର କୁଞ୍ଜଲତା ବେହେରା ୪ ଦିନରେ ଘର କାମ ସାରିଥିବା ଦର୍ଶାଯାଇଛି। କାଉପୁର ପଞ୍ଚାୟତର ରାଧିକା ଜେନା ୨୦୧୯ ଡିସେମ୍ବରରୁ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ବି ଅଦ୍ୟାବଧି ଫାଇନାଲ ବିଲ୍‌ ଦିଆ ନ ଯିବା କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ସେହିପରି ଅନ୍ୟ ଜଣେ ହିତାଧିକାରୀ ୨୦୧୯ ଡିସେମ୍ବରରେ ପ୍ଲିନ୍ଥ ପର୍ଯ୍ୟନ୍ତ ନିର୍ମାଣ କାମ କରିଥିବା ବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ସେ ସମ୍ପୂର୍ଣ୍ଣ ଘର କାର୍ଯ୍ୟ କରି ୯୦ ଦିନର ମଜୁରି ନେଇଥିବା ତଥ୍ୟ କହୁଛି। ଏପରିକି ଡିସେମ୍ବର କାର୍ଯ୍ୟକୁ ୨୦୨୦ ଏପ୍ରିଲରେ ଶ୍ରମିକମାନେ କରିଥିବା ଉକ୍ତ ତଥ୍ୟରୁ ଜଣାପଡୁଛି। ଏପ୍ରିଲ, ମେ, ଜୁନ ଓ ଡିସେମ୍ବର ୨୦୨୦ରେ ଘର କାର୍ଯ୍ୟ ହୋଇଥିବା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ତଥ୍ୟ କହୁଥିବା ବେଳେ ଉକ୍ତ ଘର କାମ ପ୍ଲିନ୍ଥ ଲେବଲରେ ରହିଥିବା ଆବାସ ୱେବସାଇଟରୁ ଜଣାଯାଇଛି।
୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଘର କାର୍ଯ୍ୟ ସମ୍ପୂର୍ଣ୍ଣ ଦେଖାଇବାକୁ ବରିଷ୍ଠ ଅଧିକାରୀମାନେ ଚାପ ପକାଇ ଏପରି କରିବାକୁ ଅଲିଖିତ ନିର୍ଦ୍ଦେଶାନାମା ଜାରି କରିଥିଲେ ବୋଲି ଏ ସମ୍ପର୍କରେ କେତେଜଣ ତଳସ୍ତର ଅଧିକାରୀ ପ୍ରକାଶ କରିଛନ୍ତି। ଜିଲାର ସଦ୍ୟତମ ତଥ୍ୟ ଅନୁଯାୟୀ, ଭଦ୍ରକ ବ୍ଲକରେ ୮୧ ପ୍ରତିଶତ, ବାସୁଦେବପୁରରେ ୫୮ , ଭଣ୍ଡାରିପୋଖରୀରେ ୮୯, ବନ୍ତରେ ୭୧, ଚାନ୍ଦବାଲି ଓ ଧାମନଗରରେ ୭୩ ଏବଂ ତିହିଡ଼ିରେ ୯୭ ପ୍ରତିଶତ ଗୃହ କାର୍ଯ୍ୟ ସରିଛି। ୯୭ ପ୍ରତିଶତ ସମ୍ପୂର୍ଣ୍ଣତା ଦେଖାଯାଇଥିବା ତିହିଡ଼ି ବ୍ଲକର ଅଚକ ପଞ୍ଚାୟତ ନନ୍ଦପୁର ଗ୍ରାମର ଜଣେ ହିତାଧିକାରୀ ଗୋଟିଏ ଦିନରେ ଲିଣ୍ଟେଲ ଓ ଛାତ ପକାଇବା ସହ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଜଣାଯାଇଛି। କାଗଜ କଲମରେ ଗୋଟିଏ ଦିନରେ ଏହା ହୋଇଥିବା ଦର୍ଶାଯିବା ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସଙ୍କୁ ପଚାରିବାରୁ ଏଭଳି ତ୍ରୁଟିର ତଦନ୍ତ କରାଯାଇ ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri