ଟ୍ରକ୍‌ ‌ କଣ୍ଟେନରରେ ମହିଳାଙ୍କୁ ୨୧ ଦିନ ରଖି ବଳାତ୍କାର

ନୟାଗଡ଼ ଅଫିସ,୧୭।୪: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଖୁଲୁଡା ବଜାରରୁ ଜଣେ ବିବାହିତା ମହିଳାଙ୍କୁ ଅପହରଣ କରାଯାଇ ଏକ ଟ୍ରକ୍‌ କଣ୍ଟେନରରେ ୨୧ ଦିନ ଧରି ରଖାଯାଇଥିଲା। ଏହି ସମୟ ମଧ୍ୟରେ ତାଙ୍କୁ ୪ ଥର ବଳାତ୍କାର କରାଯାଇଥିବା ନୟାଗଡ଼ ଜିଲା ଫତେଗଡ଼ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଅପହରଣକାରୀଙ୍କଠାରୁ କୌଶଳ କ୍ରମେ ଖସି ଆସିବା ପରେ ଏହି ଘଟଣା ସାମ୍‌ନାକୁ ଆସିଛି। ଏନେଇ ଫତେଗଡ଼ ଥାନାରେ ଆଇପିସି ଦଫା ୩୬୩, ୩୬୫, ୩୭୬(୨), ୫୦୬, ୩୪ ଅନୁଯାୟୀ ଏକ ମାମଲା(ନଂ.୭୨/୨୧) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁସାରେ ପୀଡ଼ିତାଙ୍କ ଘର ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଞ୍ଚଳରେ। ସେ ଖୁଲୁଡ଼ା ବଜାରରେ ରହୁଥିଲେ। ଗତ ମାର୍ଚ୍ଚ ୨୪ରେ ସେ ଖୁଲୁଡ଼ା ବଜାରକୁ କିଛି କାଗଜପତ୍ର ଜେରକ୍ସ କରିବାକୁ ଯାଉଥିଲେ। ଏହି ସମୟରେ ଏକ ବୋଲେରୋରୁ ଜଣେ ବ୍ୟକ୍ତି କୁଲାଡ଼ ରାସ୍ତା କେଉଁଆଡ଼େ ପଚାରିଥିଲେ। ସେ ରାସ୍ତା କହିବା ପରେ ତାଙ୍କୁ ଅପହରଣ କରି ନେଇଥିଲେ। ଚେତା ଫେରିବା ପରେ ସେ ଜାଣିବାକୁ ପାଇଲେ ତାଙ୍କୁ ବଳାତ୍କାର କରାଯାଇଛି। ସେ ଏକ ବନ୍ଦ କଣ୍ଟେନର ଭିତରେ ଅଛନ୍ତି। ତାଙ୍କ ଦେହରେ ବସ୍ତ୍ର ନାହିଁ। କେବଳ ଓଡ଼ଣି ଘୋଡ଼ାଯାଇଛି। ହେଲେ ସେ ଖସି ପାରୁ ନ ଥିଲେ। ଗତ ୧୩ ତାରିଖ ରାତିରେ ବୋଲଗଡ଼ ଷ୍ଟେଶନ ନିକଟରେ କଣ୍ଟେନର ଥିବାବେଳେ କବାଟ ଖୋଲାଥିଲା। ପୀଡ଼ିତା ରାତିରେ ଖସି ଆସି ଫତେଗଡ଼ ଥାନା ଅଧୀନ ଜଗନ୍ନାଥପ୍ରସାଦ ଗଁାରେ ପହଞ୍ଚିଥିଲେ । ସେଠାରେ ଲକ୍ଷ୍ମୀପ୍ରିୟା ବେହେରାଙ୍କ ସହଯୋଗରେ ଜଗନ୍ନାଥପ୍ରସାଦ ଫାଣ୍ଡିରେ ଅଭିଯୋଗ କରିଥିଲେ। ସିଆରପିସି ଦଫା ୧୬୧ରେ ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ପରିବାର ଲୋକ ତାଙ୍କୁ ନେଇଯାଇଛନ୍ତି। ଏନେଇ ତଦନ୍ତକାରୀ ଅଧିକାରୀ ଫତେଗଡ଼ ଥାନା ଆଇଆଇସି ଗିରିଜାନନ୍ଦନ ପଟ୍ଟନାୟକ କୁହନ୍ତି, ପୀଡ଼ିତାଙ୍କୁ ୩ରୁ ୪ଥର ବଳାତ୍କାର କରାଯାଇଛି। ଜଣେ ବ୍ୟକ୍ତି ଏପରି କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri