ହାଇଦରଙ୍କୁ ମହଙ୍ଗା ପଡିଲା ଯୁବତୀଙ୍କ ପ୍ରେମ

କେନ୍ଦ୍ରାପଡ଼ା ଅଫିସ, ୧୭ା୪- ୫୮ ବର୍ଷୀୟ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଶେଖ ହାଇଦରଙ୍କ ସହ କେନ୍ଦ୍ରାପଡ଼ା ବଡ଼ ମୂଳବସନ୍ତର ଜଣେ ଯୁବତୀଙ୍କ ପ୍ରେମ ମହଙ୍ଗା ପଡ଼ିଛି। ଏସ୍‌ସିବିରୁ ଚମ୍ପଟ ମାରିବା ପରେ ହାଇଦର ତାଙ୍କର ଯେଉଁ ତିନି ପ୍ରେମିକାଙ୍କ ସହ ମୋବାଇଲ୍‌ରେ କଥା ହୋଇଥିଲେ, ସେମାନଙ୍କ ମଧ୍ୟରୁ ଏହି ଯୁବତୀଙ୍କ ସନ୍ଧାନ ପୋଲିସ ପାଇଥିଲା । ଯୁବତୀ ଓ ହାଇଦରଙ୍କ ବାର୍ତ୍ତାଳାପକୁ ପୋଲିସ ଟ୍ରାକ୍‌ କରି ତାଙ୍କୁ ଧରିବାରେ ସଫଳ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି। କମିଶନରେଟ ପୋଲିସ ଅନ୍ୟ ୨ ପ୍ରେମିକାଙ୍କୁ ଗିରଫ କରିଥିବା ବେଳେ କେନ୍ଦ୍ରାପଡ଼ା ପୋଲିସ ସ୍ଥାନୀୟ ବଡ଼ ମୂଳବସନ୍ତର ଏହି ଯୁବତୀଙ୍କୁ ଧରି କମିଶନରେଟ ପୋଲିସକୁ ଶୁକ୍ରବାର ହସ୍ତାନ୍ତର କରିଛନ୍ତି। ଗିରଫ ଯୁବତୀଙ୍କ ବୟସ ୧୮ରୁ ୧୯ ବର୍ଷ। ତାଙ୍କ ୪୫ ବର୍ଷୀୟା ମାଆ କହିଛନ୍ତି, ହାଇଦର ତାଙ୍କ ଧରମ ପୁଅ । ତେବେ ହାଇଦର ଯେତେବେଳେ ବି କଟକ ମେଡ଼ିକାଲ ଆସିଛନ୍ତି, କ୍ୟାବିନରେ ଯୁବତୀ ଜଣକ ଅନେକ ରାତି ବିତାଇଥିବା ପ୍ରମାଣ ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛିି । ସେହିପରି ହାଇଦରଙ୍କୁ ଫେରାର ହେବାରେ ସହଯୋଗ କରିଥିବା ତାଙ୍କ ୨ ପୁଅ ଅଜୁ ଓ ଚୁନ୍ନେଇ ଏବଂ ପୁତୁରା ରାଜୁ ଫେରାର ଥିବାବେଳେ କେନ୍ଦ୍ରାପଡ଼ା ଜିଲା ପୋଲିସ ଜୟିପୁରାର ଅନ୍ୟ ଜଣେ ସହଯୋଗୀ ପିଣ୍ଟୁକୁ ଧରି କମିଶନରେଟ ପୋଲିସକୁ ହସ୍ତାନ୍ତର କରଛି। ଅନ୍ୟପକ୍ଷେ ଏହି ଘଟଣା ପରେ ପୋଲିସ ଭୟରେ ହାଇଦରଙ୍କ ଝିଅ ଓ ଦୁଇ ଜ୍ୱାଇଁଙ୍କ ପରିବାର ଲୋକେ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲେ ବନ୍ଧାପଡ଼ିଥିବା ୨୨ ଶ୍ରମିକ

ଭବାନୀପାଟଣା,୬।୫(ଉତ୍ତମ କୁମାର ଦାଶ): ହାଇଦ୍ରାବାଦକୁ କାମ କରିବାକୁ ଯାଇ ବନ୍ଧାପଡିଥିବା କଳାହାଣ୍ଡି ଜିଲା ଜୁନାଗଡ଼ ସହରର ୨୨ ଶ୍ରମିକ ସୋମବାର ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲା...

ଗିଫ୍ଟ ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ପଟ୍ଟାଙ୍ଗୀ,୬।୫(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ଗିଫ୍ଟ ଦୋକାନରେ ସୋମବାର ରାତିରେ ନିଆଁ ଲାଗି...

ବାରବାଟୀ-କଟକ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୬।୫: ବାରବାଟୀ-କଟକ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଟକ ଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଶାଳ...

ପୋଷ୍ଟାଲ ବାଲଟରେ ନିଜ ପସନ୍ଦର ନେତାଙ୍କୁ ଦେଲେ ଭୋଟ

ରାୟଗଡ଼ା,୬।୫(ଆଶିଷ ରଞ୍ଜନ ପଣ୍ଡା)-୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ କୋରାପୁଟ ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ...

ସମୀର ଦାଶଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୬।୫: ଟିକେଟ୍‌ କାଟିବା ପରେ ନିମାପଡା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ...

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri