ଭିତ୍ତିଭୂମି ଅଭାବରୁ ରକ୍ତ ସଂଗ୍ରହରେ ବାଧା

ବାରିପଦା ଅଫିସ,୧୫ା୪- ମୟୂରଭଞ୍ଜ ଜିଲାରେ ଥିବା ରକ୍ତ ଭଣ୍ଡାର ଜରିଆରେ ବହୁ ରୋଗୀ ଉପକୃତ ହେଉଛନ୍ତି। ଆବଶ୍ୟକତା ଠାରୁ ଅଧିକ ରକ୍ତ ସଂଗୃହିତ ହେଉଥିବା ବେଳେ ପଡ଼ୋଶୀ ଜିଲାଗୁଡ଼ିକ ଏଠାରୁ ରକ୍ତ ନେଇ ରୋଗୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରୁଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଏହି ରକ୍ତ ଭଣ୍ଡାରକୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ କରାଯାଉଛି। ୨୦୧୭ ଓ ୨୦୨୦ରେ ବିଶେଷ କାର୍ଯ୍ୟ ପାଇଁ ଏହି ରକ୍ତ ଭଣ୍ଡାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ହୋଇଛି। ଆବଶ୍ୟକତା ପୂରଣ କରୁଥିବା ଏହି ରକ୍ତ ଭଣ୍ଡାର ପାଇଁ ଭିତ୍ତିିଭୂମିର ବିକାଶ ହେଉ ନ ଥିବା ବେଳେ କର୍ମଚାରୀ ପଦବୀ ଫାଙ୍କା ପଡ଼ିିଛି। ଫଳରେ ରକ୍ତ ସଂଗ୍ରହରେ ବାଧା ଉପୁଜୁଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ କିମ୍ବା ରାଜନୈତିକ ଦୃଷ୍ଟି ପଡୁନାହିଁ। ଏନେଇ ରୋଗୀଙ୍କ ଆତ୍ମୀୟ ଓ ରକ୍ତଦାତାମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ରାଜା ରାଜୁଡ଼ା ଅମଳରେ ବାରିପଦା ଡାକ୍ତରଖାନା ପରିସରରେ ଏକ ରକ୍ତ ଭଣ୍ଡାର ସ୍ଥାପନ କରାଯାଇଥିଲା। ଏହାଦ୍ୱାରା ମୟୂରଭଞ୍ଜ ଜିଲା ସମେତ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଜନସାଧାରଣ ଉପକୃତ ହେଉଛନ୍ତି। ସେହିପରି ବଳକା ରକ୍ତକୁ ଆବଶ୍ୟକତା ସମୟରେ ପଡ଼ୋଶୀ ବାଲେଶ୍ୱର ଓ ଭଦ୍ରକ ଜିଲା ରକ୍ତଭଣ୍ଡାରକୁ ଦିଆଯାଉଛି। ଏହି ରକ୍ତ ଭଣ୍ଡାରକୁ ସର୍ବପ୍ରଥମେ ରେଡକ୍ରସ ପରିଚାଳନା କରୁଥିବା ବେଳେ ଏବେ ଓଡ଼ିଶା ସରକାରଙ୍କ ଅଧୀନରେ ରହିଛି ା ରାଜ୍ୟର କଟକ, ବ୍ରହ୍ମପୁର ଓ ବୁର୍ଲା ମେଡ଼ିକାଲ କଲେଜ ପରେ ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲା ମୁଖ୍ୟ ଡ଼ାକ୍ତରଖାନା ବାରିପଦାରେ ପ୍ରତିଷ୍ଠିତ ହୋଇଥିଲା। ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଏହି ରକ୍ତ ଭଣ୍ଡାର ୨୦୧୬ରେ ରାଜ୍ୟ ପୁରସ୍କାର ଲାଭ କରିଥିଲା। ୨୦୧୭ରୁ ୨୦୨୦ ମଧ୍ୟରେ ଏହି ରକ୍ତଭଣ୍ଡାର ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ୪୨୧ଟି ଶିବିର ଆୟୋଜନ କରି ମୋଟ ୨୦ହଜାର ୩୯୮ ୟୁନିଟ ରକ୍ତ ସଂଗ୍ରହ କରିଥିଲା। ସେହିପରି ନୂତନ ଭାବେ ଆସିଥିବା ଶୀତତାପ ନିୟନ୍ତ୍ରିତ ସ୍ବତନ୍ତ୍ର ଭ୍ରାମ୍ୟମାଣ ଯାନ ଦ୍ୱାରା ୩୩ଟି ଶିବିର ଜରିଆରେ ୭୬୮ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ୨୦୧୭ରୁ ୪ବର୍ଷ ମଧ୍ୟରେ ମୋଟ ୩୦ହଜାର ୯୯୫ ରୋଗୀ ଉପକୃତ ହୋଇଥିବା ବେଳେ ସଂଗୃହୀତ ରକ୍ତ ମଧ୍ୟରୁ ୧୩୭୯ ରକ୍ତ ବିଭିନ୍ନ କାରଣରୁ ବ୍ୟବହାର ଅନୁପଯୋଗୀ ବିବେଚିତ ହୋଇଛି। ରକ୍ତଭଣ୍ଡାର ଓ ପୃଥକୀକରଣ ପାଇଁ ୪ ଡ଼ାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଜଣେ ମାତ୍ର କାର୍ଯ୍ୟ କରୁଛନ୍ତି। ସେହିପରି ଜଣେ କାଉନସିଲର, ଜଣେ ନର୍ସ ଓ ୪ ଏଲଟି ପଦବୀ ଫାଙ୍କା ପଡ଼ିଛି। ଲୋକେ ଉକ୍ତ ରକ୍ତ ଭଣ୍ଡାରରୁ ଉପକୃତ ହେଉଥିବା ବେଳେ ବର୍ତ୍ତମାନ କର୍ମଚାରୀ ଅଭାବ ଯୋଗୁ ଏହାର ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଥିବା ରକ୍ତଦାତା ସମରେନ୍ଦ୍ର ବେହେରା, ରତିକାନ୍ତ ନାଏକ, ବାଜି ସିଂ ପ୍ରମୁଖ ପ୍ରକାଶ କରିଛନ୍ତି। ରକ୍ତଭଣ୍ଡାରକୁ ଆସୁଥିବା ରକ୍ତଦାତା ଓ ରୋଗୀଙ୍କ ଆତ୍ମୀୟଙ୍କ ପାଇଁ ଏକ ପ୍ରତୀକ୍ଷାଳୟ ଅଭାବ କଷ୍ଟକର ହେଉଛି ବୋଲି ସର୍ବାଧିକ ରକ୍ତଦାନ କରିଥିବା ମହିଳା ରକ୍ତଦାତା ଚନ୍ଦ୍ରାବତୀ ଗୁପ୍ତା କହିଛନ୍ତି।
ସେହିପରି ଜିଲା ମୁଖ୍ୟ ଡ଼ାକ୍ତରଖାନା ସହିତ ପିଆର୍‌ଏମ୍‌ ମେଡ଼ିକାଲ କଲେଜ ଓ ଡ଼ାକ୍ତରଖାନା ପାଇଁ ରକ୍ତଭଣ୍ଡାରରେ ପୃଥକୀକରଣ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରାଗଲେ ରୋଗୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ରେଡ଼କ୍ରସର ସଦସ୍ୟ ତଥା ରକ୍ତଦାତା ଅମର ସେଠୀ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରୂପଭାନୁ ମିଶ୍ର କୁହନ୍ତି, ଫାଙ୍କା ପଡ଼ିଥିବା ପଦବୀଗୁଡ଼ିକ ପୂରଣ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛୁ ା ଖୁବ୍‌ ଶୀଘ୍ର ଏହି ପଦବୀଗୁଡ଼ିକ ପୂରଣ କରାଯିବ। ତେବେ ଆବଶ୍ୟକ କର୍ମଚାରୀ ଓ ଭିତ୍ତିଭୂମି ଅଭାବ ପୂରଣ ପାଇଁ ଆନ୍ତରିକତା ଲୋଡ଼ା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri