Posted inଖେଳ

ବଲବୀର ସିଂ ଜୁନିୟରଙ୍କ ପରଲୋକ

ଚଣ୍ଡିଗଡ଼, ୧୪ା୪ (ପି.ଟି.)- ହକି କିମ୍ବଦନ୍ତୀ ବଲବୀର ସିଂ ଜୁନିୟରଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୫୮ ଏସିଆନ୍‌ ଗେମ୍ସରେ ରୌପ୍ୟ ଜିତିଥିବା ଭାରତୀୟ ହକି ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ସେ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କୁ ଛାଡ଼ି ପରଲୋକ ଗମନ କରିଛନ୍ତି। ରବିବାର ନିଦ୍ରାଗତ ଅବସ୍ଥାରେ ହୃଦ୍‌ଘାତରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପୁଅ କାନାଡାରେ ଅବସ୍ଥାନ କରୁଛନ୍ତି। କୋଭିଡ୍‌ ଯୋଗୁ ସେ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେଇପାରି ନ ଥିଲେ। ବଲବୀର ଜୁନିୟର ଜଳନ୍ଧର ଅନ୍ତର୍ଗତ ସଂସାରପୁରରେ ଜନ୍ମଗ୍ରହଣ କରିଥିଲେ। ନର୍ସରୀ ଅଫ ଇଣ୍ଡିଆନ ହକି ରୂପେ ସେ ପରିଚିତ ଥିଲେ। ସେ ବଲବୀର ସିଂ ସିନିୟର, ଲେସ୍‌ଲି କ୍ଲାଉଡିଅସ୍‌, ପୃଥ୍ବୀପାଲ ସିଂ, ବାଲକିଶନ ଓ ଚାଲର୍‌ସ ଷ୍ଟିଫେନ୍‌ଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ସହ ଖେଳିଛନ୍ତି। ମାତ୍ର ୬ ବର୍ଷ ବୟସରେ ସେ ହକି ଖେଳ ପ୍ରତି ଆଗ୍ରହ ଦେଖାଇଥିଲେ। ଜଳନ୍ଧରସ୍ଥିତ ଲ୍ୟାଲପୁର ଖାଲ୍‌ସା କଲେଜରେ ସେ ପାଠ ପଢ଼ିଥିଲେ। ୧୯୫୧ରେ ଆଫଗାନିସ୍ତାନ ଟୁର୍‌ ବେଳେ ସେ ଭାରତୀୟ ହକି ଦଳ ପାଇଁ ମନୋନୀତ ହୋଇଥିଲେ। ସେ ପଞ୍ଜାବ ରାଜ୍ୟ ହକି ଦଳରୁ ସଦସ୍ୟ ଥିଲେ। ପଞ୍ଜାବ ୟୁନିଭର୍ସିଟି ଟିମ୍‌ର ଅଧିନାୟକତ୍ୱ କରିଥିଲେ। ପରେ ସେ ଭାରତୀୟ ରେଲଓ୍ବେ ଦଳ ତରଫରୁ ୟୁରୋପ ଟୁର୍‌ରେ ଯାଇଥିଲେ। ସ୍ପେନ, ସୁଇଜରଲାଣ୍ଡ ଓ ଇଟାଲିରେ ମ୍ୟାଚ ଖେଳିଥିଲେ। ଏହି ଟିମ୍‌ ନେଦରଲାଣ୍ଡ୍ସରେ ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଥିଲା। ୧୯୬୨ରେ ସେ ଆର୍ମିରେ ଜଣେ ଏମର୍ଜେନ୍ସି କମିଶନ୍ଡ ଅଫିସର ଭାବେ ଯୋଗ ଦେଇଥିଲେ। ସେ ଦିଲ୍ଲୀରେ ସର୍ଭିସେସ ହକି ଟିମ୍‌ରେ ପ୍ରତିନିଧିତ୍ୱ କରି ଜାତୀୟ ଟୁର୍ନାମେଣ୍ଟ ଖେଳିଥିଲେ। ସିଂ ୧୯୮୪ରେ ଜଣେ ମେଜର ଭାବେ ଅବସର ନେବା ପରେ ଗଲ୍ଫ ଖେଳ ପ୍ରତି ଆଗ୍ରହ ଦେଖାଇଥିଲେ। ଚଣ୍ଡିିଗଡ଼ରେ ସେ ସ୍ଥାୟୀ ଭାବେ ବାସ କରିଆସୁଥିଲେ। ତାଙ୍କ ବିୟୋଗରେ ହକି ଇଣ୍ଡିଆ ତରଫରୁ ଗଭୀର ଶୋକପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri