Posted inଖେଳ

ଅର୍ଦ୍ଧଶତକ ହାସଲ ପରେ ସ୍ତ୍ରୀଙ୍କ ଉପହାରକୁ ଦେଖାଇଲେ ଏହି କ୍ରିକେଟର

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତୃତୀୟ ମ୍ୟାଚ୍‌ରେ ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ୧୦ ରନରେ ଡେଭିଡ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏହି ମୁକାବିଲା ଅନୁଷ୍ଠିତ ହୋଇଥିଲା। ପ୍ରଥମ ବ୍ୟାଟିଂକରି କୋଲକାତା ୨୦ ଓଭରରେ ୬ ଉଇକେଟ ହରାଇ ୧୮୭ ରନ୍‌ କରିଥିଲା। ଜବାବରେ ହାଇଦ୍ରାବାଦ ୫ ଉଇକେଟ ହରାଇ ୧୭୭ ରନରେ ସୀମିତ ରହିବା ସହ ବିଜୟଠାରୁ ୧୧ ରନ୍‌ ଦୂରରେ ରହିଯାଇଥିଲା। ତେବେ କୋଲକାତାର ନୀତିଶ ରାଣା ୫୬ ବଲରେ ୮୦ ରନ୍‌ କରିଥିଲେ। ହେଲେ ସେ ମାତ୍ର ୩୭ ବଲରେ ଅର୍ଦ୍ଧଶତକ ହାସଲ କରିପାରିଥିଲେ। ଏହି ବିଜୟ ପରେ ସେ ନିଜର ହାତର ମୁଦିକୁ ଦେଖାଇଥିଲେ। ଏହି ମୁଦିକୁ ସ୍ତ୍ରୀ ସାଞ୍ଚି ମାରଓ୍ବା ତାଙ୍କୁ ଉପହାର ରୂପେ ଦେଇଥିଲେ। ତାଙ୍କର ଏହି ଷ୍ଟାଇଲକୁ ଦେଖିଲେ ମନେ ହେଉଥିଲା ଯେପରି ରାଣା ତାଙ୍କର ଏହି ଖେଳକୁ ସ୍ତ୍ରୀ ସାଞ୍ଚିଙ୍କୁ ଡେଡିକେଟ କରିଥିଲେ।
ରାଣା ଏବଂ ସାଞ୍ଚି ୨୦୧୯ରେ ବିବାହ କରିଥିଲେ। ବିବାହ ପୂର୍ବରୁ ପ୍ରାୟ ସାଢ଼େ ୩ ବର୍ଷ ସେମାନେ ପରସ୍ପରକୁ ଡେଟ୍‌ କରିଥିଲେ। ଏକ ଫୁଟବଲ ପଡ଼ିଆରେ ଉଭୟଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। କାରଣ ଉଭୟଙ୍କ ଭାଇ ଏକତ୍ର କ୍ରିକେଟ ଖେଳୁଥିଲେ ବୋଲି ଏକ ଶୋ’ରେ ରାଣା କହିଥିଲେ। ରାଣା କ୍ରିକେଟ ସାଙ୍ଗକୁ ଫୁଟବଳ ଶୌଖୀନ ମଧ୍ୟ। ତେବେ ଏହାରି ମଧ୍ୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିଲା ଏବଂ ଶେଷରେ ବିବାହ ପାଇଁ ନିଷ୍ପତ୍ତି ନେଲେ। ସାଞ୍ଚି ହେଉଛନ୍ତି କମେଡି କଳାକାର କୃ୍‌ଷ୍ଣା ଅଭିଷେକଙ୍କ ସମ୍ପର୍କୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri