ପେଟ୍ରୋଲ ପମ୍ପରେ ଗ୍ରାହକ ଶୋଷିତ

ନୟାଗଡ଼ ଅଫିସ,୧୨।୪: ନୟାଗଡ଼ ଜିଲାର ଅଧିକାଂଶ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ବିକ୍ରି ହେଉଥିଲେ ହେଁ ଧରପଗଡ କରାଯାଉନି। ସେହିପରି ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁନି ବୋଲି ଅଭିଯୋଗ ରହିଛି। ଜିଲାରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି। ଗ୍ରାହକଙ୍କୁ ଆନୁଷଙ୍ଗିକ ସୁବିଧା ନ ଯୋଗାଇ କେବଳ ପେଟ୍ରୋଲ ଓ ଡିଜେଲ ବିକ୍ରି କରି ରୋଜଗାର କରିବାରେ ଲାଗି ପଡିଛନ୍ତି। ଗ୍ରାହକ ସୁବିଧା ପାଇଲା କି ନାହିଁ ତଦାରଖ ହେଉନି। ପମ୍ପରେ ଗ୍ରାହକଙ୍କ ପାଇଁ କ’ଣ କ’ଣ ସୁବିଧା ରହିଛି ସେନେଇ ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନତା କରାଯାଉନାହିଁ। ଜିଲାର ସଦର ମହକୁମାରେ ସେବା ମିଳୁ ନ ଥିବାବେଳେ ଗ୍ରାମାଞ୍ଚଳ ଓ ଅନ୍ୟ ସହରରେ ଅବ୍ୟବସ୍ଥା ଅଧିକ। ଏଭଳିସ୍ଥିତିରେ ଜିଲାର ବିଭିନ୍ନସ୍ଥାନରେ ଗଢ଼ି ଉଠିଥିବା ପେଟ୍ରୋଲ ପମ୍ପର ସ୍ଥିତିକୁ ଅନୁଧ୍ୟାନ କଲେ ଖାଉଟି ସୁରକ୍ଷା ଆଇନ ଅପହଞ୍ଚ ହୋଇରହିଛି ।
ଅଭିଯୋଗ ରେଜିଷ୍ଟର ନାହିଁ
ପେଟ୍ରୋଲ ପମ୍ପରେ ଅଭିଯୋଗ ରେଜିଷ୍ଟର ରଖିବାକୁ ନିୟମ ରହିଛି। ହେଲେ ଜିଲାର କୌଣସି ପେଟ୍ରୋଲ ପମ୍ପରେ ଏହି ସୁବିଧା ନାହିଁ। ଏହାକୁ ପମ୍ପରେ ରଖିଲେ ଗ୍ରାହକ କ’ଣ ଅସୁବିଧାର ସମ୍ମୁଖୀନ ହେଲେ, ସେବା ପାଇଲେ କି ନାହିଁ ସେନେଇ ଉଲ୍ଲେଖ କରି ପାରନ୍ତେ। ତେଲ କମ୍ପାନୀ କର୍ତ୍ତୃପକ୍ଷ ଏହାର ଯାଞ୍ଚ କରି ଗ୍ରାହକଙ୍କୁ ସେବା ଯୋଗାଇବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଅନ୍ତେ। ତେବେ ଗ୍ରାହକଙ୍କ ଅଭିଯୋଗ ପାଇଁ ବ୍ୟବସ୍ଥା ରଖିଲେ ଠକେଇ କରିବାରେ ଅସୁବିଧା ହେବ। ଏଣୁ ଏ ଦିଗକୁ କେହି ଚିନ୍ତା କରୁ ନ ଥିବା ଅଭିଯୋଗ ରହିଛି।
ଖରାଦିନେ ବି ପାନୀୟ ଜଳ ମିଳୁନି
ପେଟ୍ରୋଲ ପମ୍ପରେ ପାନୀୟ ଜଳ ସୁବିଧା ଯୋଗାଇବାର ବ୍ୟବସ୍ଥା ନିଶ୍ଚିତ ରହିବା ଦରକାର। କେତେଗୋଟି ସ୍ଥାନରେ ପାନୀୟ ଜଳ ସୁବିଧା ରହିଛି। ହେଲେ ଏହା ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ। ଗ୍ରାହକଙ୍କ ପାଇଁ ଏହି ସୁବିଧା ଅନେକ ପମ୍ପରେ ନାହିଁ। ଖରାଦିନେ ବି ପାନୀୟଜଳ ମିଳୁନି। ସେହିଭଳି କିଛି ପେଟ୍ରୋଲ ପମ୍ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଯାହା ଅଛି ତାହା କାମ କରୁନି।
ପ୍ରେସର ଚେକ୍‌ ଫାର୍ସ
ପେଟ୍ରୋଲ ପମ୍ପରେ ଗାଡି ଚକା ପ୍ରେସର ଚେକ୍‌ ବ୍ୟବସ୍ଥା ବାଧ୍ୟତାମୂଳକ। ପେଟ୍ରୋଲ ଓ ଡିଜେଲ ପକାଉଥିବା ଗାଡି ଚାଳକମାନେ ମାଗଣାରେ ପ୍ରେସର ଚେକ୍‌ କରିପାରିବେ। ତେବେ ଅଧିକାଂଶ ପେଟ୍ରୋଲ ପମ୍ପରେ ପ୍ରେସର ଦେବା ମେଶିନ ନାହିଁ। କାଁ ଭାଁ ସ୍ଥାନରେ ବ୍ୟବସ୍ଥା ରହିଛି ସତ, ହେଲେ କର୍ମଚାରୀ ନିୟୋଜିତ ନାହାନ୍ତି। କେଉଁଠି କେବଳ ନାମକୁ ମାତ୍ର ପ୍ରେସର ଚେକ୍‌ ମେଶିନ ରଖାଯାଇ ଖରାପ ଅଛି ବୋଲି ସଫେଇ ଦିଆଯାଉଛି।
ବିଲ୍‌ ମିଳୁନି
ପେଟ୍ରୋଲ ପମ୍ପରେ ତେଲ ପକାଇଲେ ବିଲ୍‌ ଦିଆଯାଉନାହିଁ। ବିଲ୍‌ ମାଗିଲେ ହାତ ଲେଖା ବିଲ୍‌ ବହୁ ସମୟ ଅପେକ୍ଷା ପରେ ଧରାଉଛନ୍ତି। ଅଧିକାଂଶ ପେଟ୍ରୋଲ ପମ୍ପରେ ହାତଲେଖା ବିଲ୍‌ ମିଳୁ ନ ଥିବାବେଳେ କମ୍ପ୍ୟୁଟର ବିଲ୍‌ ପାଇବା ଆଶା ରଖିବା ନିରର୍ଥକ। ତେଲ ପକାଉଥିବା ଚାଳକ ଗୋଟିଏ ମାଗଣା ଟେଲିଫୋନ କରିବାର ସୁବିଧା ରହିଛି। ଏହି ସୁବିଧା ଜିଲାରେ ଆଦୌ କୌଣସି ପେଟ୍ରୋଲ ପମ୍ପରେ ନାହିଁ। ଶୌଚାଳୟ ସୁବିଧା ୯୫ ପ୍ରତିଶତ ସ୍ଥାନରେ ନାହିଁ। କେତେକ ସ୍ଥାନରେ ଏହା ରହିଥିଲେ ମଧ୍ୟ ତାହା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଏ ନେଇ ଜିଲା ଖାଉଟି ମଞ୍ଚ ସଭାପତି ଶୂନ୍ୟଜୟୀ ମିଶ୍ର କୁହନ୍ତି, ସରକାରୀ ନୀତିନିୟମକୁ ଜିଲାର କୌଣସି ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ମାନୁନାହାନ୍ତି। ଅଭିଯୋଗ କଲେ ଉତ୍ତର ମିଳୁଛି ଗ୍ରାହକଙ୍କୁ ଆନୁଷଙ୍ଗିକ ସେବା ଯୋଗାଇବାକୁ ଆମକୁ କିଛି ନିର୍ଦ୍ଦେଶ ନାହିଁ। ଜିଲା ଖାଉଟି ମଞ୍ଚରେ ଏ ନେଇ ଅଭିଯୋଗ ରଖିଲେ ସୁଫଳ ମିଳୁନି। ଦର୍ପନାରାୟଣପୁରର ଚନ୍ଦନ ରାଉତରା ନାମକ ଜଣେ ଗ୍ରାହକଙ୍କ ଅଭିଯୋଗ ଅନୁସାରେ, ଅତର୍କିତ ଭାବେ ପେଟ୍ରୋଲ ପମ୍ପରେ ଚଢ଼ାଉ କରାଯାଉନି; ଯାହାଦ୍ୱାରା ସେମାନେ ଗ୍ରାହକଙ୍କୁ  ଭୁଆଁ ବୁଲାଉଛନ୍ତି। ଅପମିଶ୍ରଣ ପେଟ୍ରୋଲ, ଡିଜେଲ ପକାଇ ଲାଭବାନ ହେଉଛନ୍ତି। ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଲେ ଗ୍ରାହକ ଉପକୃତ ହୋଇପାରନ୍ତେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri