ମାଣ୍ଡିଆକେକ୍‌ ପ୍ରସ୍ତୁତି ପ୍ରଣାଳୀକୁ ସ୍ବୀକୃତି

ସମ୍ବଲପୁର,୧୧।୪(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)କୁ ଆଉ ଏକ ସଫଳତା ମିଳିଛି। ହୋମ୍‌ ସାଇନ୍ସର ପିଜି ଓ ସ୍କୁଲ ଅଫ କେମେଷ୍ଟ୍ରି ବିଭାଗର ମିଳିତ ମାଣ୍ଡିଆ ପ୍ରସ୍ତୁତିି ପ୍ରଣାଳୀକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି। ଭାରତୀୟ ପ୍ରଣାଳୀ ଅଫିସ ଭାରତ ସରକାରଙ୍କ ପକ୍ଷରୁ ୨୦ବର୍ଷ ପାଇଁ ଏହି ସ୍ବୀକୃତି ପ୍ରଦାନ କରାଯାଇଛି। ଏହି ପ୍ରଣାଳୀରେ ଆଉ କେହି କେକ୍‌ ତିଆରି କରିପାରିବେ ନାହିଁ। ଯଦି କରିବେ ତା’ହେଲେ ଏସ୍‌ୟୁଠାରୁ ଅନୁମତି ନେବାକୁ ପଡ଼ିବ ନ ହେଲେ କିଣିବାକୁ ପଡ଼ିବ ବୋଲି କୁଳପତି ସଞ୍ଜୀବ ମିତ୍ତଲ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ବିଶ୍ୱବିଦ୍ୟାଳୟ ହୋମ୍‌ ସାଇନ୍ସ ବିଭାଗ ମୁଖ୍ୟ ଚନ୍ଦ୍ରଶେଖର ଲେଙ୍କା, ସ୍କୁଲ ଅଫ କେମେଷ୍ଟ୍ରି ପ୍ରଫେସର ପ୍ରମିଳା କୁମାରୀ ମିଶ୍ର, ଅଚ୍ୟୁତ କୁମାର ବିଶ୍ୱାଳ, ତୃପ୍ତି ପ୍ରଧାନ, ତୃପ୍ତି କୁମାରୀ ପ୍ରମୁଖ ମିଳିତ ଭାବେ ମାଣ୍ଡିଆକେକ୍‌ ତିଆରି କରିଥିବାରୁ ସେମାନଙ୍କୁ ଏହି ଶ୍ରେୟ ଦିଆଯାଉଛି। ସେହିପରି ଚନ୍ଦ୍ରଶେଖର ଲେଙ୍କା କହିଛନ୍ତି, ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ। ହେଲେ ତାହାର ସ୍ବାଦ ଭଲ ନ ଥିବାରୁ ଛୋଟ ପିଲା ହେଉ କି ବଡ଼ ଲୋକ ଖାଇବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତେଣୁ ମାଣ୍ଡିଆରେ କେକ୍‌ ପ୍ରସ୍ତୁତ କଲେ ଖାଇବାରେ ଆଗ୍ରହ ହେବ ବୋଲି ଚିନ୍ତା କରାଯାଇଥିଲା। ଏହାର ସ୍ବତନ୍ତ୍ର ପ୍ରସ୍ତୁତି ପ୍ରଣାଳୀ ରହିଛି। ଫ୍ୟାଟ ଭାଗ କମ ରହି କିଭଳି ସୁଆଦିଆ ହେବ ସେ ନେଇ ଗୁରୁତ୍ୱ ଦିଆଯାଇଛି। ଏହାକୁ ପରୀକ୍ଷା ମଧ୍ୟ କରାଯାଇଛି। ଏହା ଶିଶୁ ଓ ଅନ୍ୟମାନଙ୍କୁ ହେଉଥିବା ବିଭିନ୍ନ ରୋଗ ପ୍ରତିଷେଧକ ଭାବେ ମଧ୍ୟ କାମ କରିବ। ବଜାରରେ ମିଳୁଥିବା କେକ୍‌ଠାରୁ ଏହା ଅଧିକ ସୁଆଦିଆ ଓ କମ୍‌ ମୂଲ୍ୟ ରହିଛି। ଗୋଟିଏ କେକ୍‌ ପ୍ରତି ମାତ୍ର ୨ ଟଙ୍କା ରହିଛି। ଆଗକୁ ସରକାରଙ୍କ ସାଧାରଣ ବଣ୍ଟନ (ପିଡିଏସ୍‌) ଓ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ଏହି କେକ୍‌ ଦିଆଯିବାକୁ ଯୋଜନା ରହିଛି। ଏଥିପାଇଁ ସରକାରଙ୍କୁ ଅନୁରୋଧ କରାଯିବ। ୨୦୨୦ ଅଗଷ୍ଟ ମାସରେ ଇଣ୍ଟିଆନ ପେଟେନ ଅଫିସରେ ସ୍ବୀକୃତି ପାଇଁ ଆବେଦନ କରାଯାଇଥିଲା। ୨୦୨୧ ମାର୍ଚ୍ଚ ୩୧ରେ ଏହି ପ୍ରସ୍ତୁତି ପ୍ରଣାଳୀକୁ ସ୍ବୀକୃତି ମିଳିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

୧୮ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ, ମାତ୍ର ୧୧ ଦିନରେ…

ଭୁବନେଶ୍ୱର,୯।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଡିସେମ୍ବର ୩୧ ତାରିଖ...

ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇଲେ ଓଡ଼ିଶା ସରକାର, ଏଣିକି ପାଇଲେ ଏତିକି ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ସଂଶୋଧିତ ପାରିଶ୍ରମିକ ବିଲ୍ ଗୃହୀତ ହେବା ପରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍‌ରେ ବଡ଼ ଧରଣର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri