ବଦଳୁନି ଆପରାଧିକ ମନୋଭାବ

ଅନୁଗୋଳ ଅଫିସ, ୧୧ା୪:  ଅପରାଧରେ ଜଡ଼ିତ ଅଭିଯୋଗରେ ଜେଲ ପଠାଯାଉଛି। ମାସ ମାସ ଧରି କାରାଗାରାରେ ରଖାଯାଇ ଦଣ୍ଡିତ କରାଯାଉଛି। ଆପରାଧିକ କାର୍ଯ୍ୟ ଛାଡ଼ି ସାଧାରଣ ଜୀବନକୁ ଫେରିବା ପାଇଁ ଜେଲ୍‌ ସଂସ୍କାର ପ୍ରକ୍ରିୟାରେ ବହୁ ନୀତିଶିକ୍ଷା ଦିଆଯାଉଛି। ହେଲେ କେତେଜଣ ଅଭ୍ୟାସଗତ ଅପରାଧୀଙ୍କ ମନୋଭବରେ ପରିବର୍ତ୍ତନ ଆସୁନାହିଁ। ବିଭିନ୍ନ ଉପାୟରେ ଜେଲ୍‌ରୁ ବାହାରିବା ପରେ ପୁଣି ସେମାନେ ଆପରାଧିକ କାର୍ଯ୍ୟରେ ଜଡ଼ିତ ରହୁଛନ୍ତି। ଏହାକୁ ନେଇ ଅନୁଗୋଳ ପୋଲିସର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଏପରି ପୁରୁଣା ଦାଗୀଙ୍କ ଉପରେ କଡ଼ା ନଜର ରଖିବାକୁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନୁଗୋଳ ଜିଲାରେ ଲୁଟ୍‌, ଡକାୟତି, ଗଣ୍ଡଗୋଳ ଠାରୁ ଆରମ୍ଭ କରି ଚୋରା କୋଇଲା ଓ ମଦ କାରବାରରେ ବହୁ ପୁରୁଣା ଅପରାଧୀଙ୍କ ହାତ ରହୁଛି। ଏହା ଜଣାପଡ଼ିବା ପରେ ସେମାନଙ୍କୁ ଧରିବାକୁ ବିଭିନ୍ନ ସମୟରେ ଅନୁଗୋଳ ପୋଲିସ ମୁଖ୍ୟାଳୟ ପକ୍ଷରୁ ସମସ୍ତ ଥାନାକୁ କୁହାଯାଉଛି। କିନ୍ତୁ କେତେଜଣ ଧରାପଡ଼ୁଧିବାବେଳେ ଆଉ କେତେଜଣ ଫେରାର ହୋଇଯାଉଛନ୍ତି। କିଛିଦିନ ଲୁଚି ରହିବା ପରେ ପରିସ୍ଥିତି ଶାନ୍ତ ଦେଖି ପୁଣି ଆପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଦେଉଛନ୍ତି। ଛେଣ୍ଡିପଦା ଓ ତାଳଚେର ଅଞ୍ଚଳରେ ହେଉଥିବା ଚୋରା କୋଇଲା କାରବାରରେ ଏପରି ବହୁ ପୁରୁଣା କୋଇଲା ମାଫିଆଙ୍କ ବାରମ୍ବାର ସମ୍ପୃକ୍ତି ପୋଲିସ ଜାଣିବାକୁ ପାଉଛି। ସେହିପରି ଅନୁଗୋଳ ସହର ଉପକଣ୍ଠରେ ଗତମାସ ପ୍ରଥମ ସପ୍ତାହରେ କେତେଜଣ ଦୁର୍ବୃତ୍ତ ଜଣେ ପୂର୍ବତନ ସରପଞ୍ଚଙ୍କ ଘର ଆଗରେ ଗଣ୍ଡଗୋଳ କରିଥିଲେ। ଖଣ୍ଡା ଓ ଭୁଜାଲି ବୁଲାଇ ଲୋକଙ୍କୁ ଭୟଭୀତ କରାଇଥିଲେ। ଘରର କାଚ, ଆସବାବପତ୍ର ଭାଙ୍ଗି ଦେଇଥିଲେ। ପୋଲିସ ତଦନ୍ତ ବେଳେ ଘଟଣାରେ ପୁରୁଣା ଦାଗୀମାନେ ସାମିଲ ଥିବା ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ଜଣେ ନିକଟରେ ବେଲ୍‌ରେ ଜେଲ୍‌ରୁ ବାହାରିଥିଲେ। କେବଳ ଏହି ଗୋଟିଏ ଘଟଣାରେ ନୁହେଁ, ବେଲ୍‌ରେ ଆସିଥିବା ସମ୍ପୃକ୍ତ ଦାଗୀଜଣକ ଗତ ଦୋଳପୂର୍ଣ୍ଣିମାରେ ସହରର ଡିଆସି ଛକରେ ନିଜ ଗୋଷ୍ଠୀଙ୍କୁ ଧରି ଗଣ୍ଡଗୋଳ କରିଥିଲେ। ସେଠାରେ ଖଣ୍ଡା ଓ ଭୁଜାଲି ବୁଲାଇ ସାଧାରଣରେ ଆତଙ୍କ ସୃଷ୍ଟି କରିଥିଲେ। ସେହିପରି ଆଉ କେତେଜଣ ଅପରାଧୀ ନିୟମିତ ଭାବେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ରହୁଛନ୍ତି। ଏକାଧିକ ଥର ଜେଲ୍‌ ଯାଇଥିଲେ ବି ବାହାରକୁ ବାହାରିବା ମାତ୍ରେ ପୁଣି ସେହି ପୁରୁଣା କାରବାର ଚଳାଇ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି। ତେଣୁ ଜିଲାରେ ଅପରାଧ ସଂଖ୍ୟା ବଢ଼ାଉଥିବା ଏପରି ଅଭ୍ୟାସଗତ ଅପରାଧୀମାନଙ୍କୁ ଧରିବା ଓ ସେମାନଙ୍କ ଉପରେ କଡ଼ା ନଜର ରଖିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପ୍ରକୃତ ଅପରାଧୀଙ୍କୁ ଧରାଯାଉ
ବିଭିନ୍ନ ସମୟରେ ପୋଲିସ ନିରୀହ ଯୁବକମାନଙ୍କୁ ମିଛ ମାମଲାରେ ଫସାଉଛି। ଜେଲରୁ ବାହାରିବା ପରେ ସେମାନଙ୍କ ମଧ୍ୟରୁ କେତେଜଣ ସୁଧୁରି ଯାଉଛନ୍ତି। ଆଉ କେତେଜଣ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟୁଛନ୍ତି। ତେଣୁ ପ୍ରକୃତ ଅପରାଧୀଙ୍କୁ ଧରାଗଲେ ଜିଲାରେ ଅପରାଧ ସଂଖ୍ୟା ହ୍ରାସ ପାଇବ।
-ପ୍ରଦୀପ ଦେବତା, ଆଇନଜୀବୀ, ଅନୁଗୋଳ

କାଉନସେଲିଂ କରାଯିବା ଆବଶ୍ୟକ
କେବଳ ଜେଲ୍‌ ଭିତରେ ନୁହେଁ, ବାହାରକୁ ଆସିବା ପରେ ମଧ୍ୟ ଏପରି ପୁରୁଣା ଦାଗୀମାନଙ୍କ କାଉନସେଲିଂର ଆବଶ୍ୟକତା ରହିଛି। ଏହାଛଡ଼ା ବିଭିନ୍ନ ସମୟରେ ଥାନାକୁ ଡାକି ହାଜିରା ନେବା ସହ କାର୍ଯ୍ୟକଳାପ ଉପରେ ପୋଲିସ ସତର୍କ ନଜର ରଖିବା ଜରୁରୀ। ରୋଜଗାର ପାଇଁ ବିଭିନ୍ନ ତାଲିମ ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା।
-ରଞ୍ଜନ ଧୀରସାମନ୍ତ, ବୁଦ୍ଧିଜୀବୀ

ଚାର୍ଜଶିଟ୍‌ରେ କଡ଼ା ଦଫା ଲଗାଯାଉ
ଅନେକ ସମୟରେ ପୋଲିସ ଠିକ୍‌ ଭାବେ ତଦନ୍ତ କରୁନାହିଁ। କୋହଳ ଦଫା ଲଗାଇ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରୁଛି। ସେଥିପାଇଁ ଅପରାଧୀମାନେ ଶୀଘ୍ର ଜେଲରୁ ମୁକୁଳି ଯାଉଛନ୍ତି। ଏହା ହିଁ ସେମାନଙ୍କୁ ଅଧିକ ଅପରାଧ ଦିଗରେ ପ୍ରୋତ୍ସାହିତ କରୁଛି। କଡ଼ା ଦଫା ସହ ଉପଯୁକ୍ତ ଦଣ୍ଡ ମିଳିଲେ ସେମାନେ ସୁଧୁରିବେ।
-ରଶ୍ମିରଞ୍ଜନ ପ୍ରଧାନ, ବୁଦ୍ଧିଜୀବୀ

ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି
ଜେଲରୁ ଫେରୁଥିବା ଅଭ୍ୟାସଗତ ଅପରାଧୀମାନେ ପୁଣି ଆପରାଧିକ କାର୍ଯ୍ୟରେ ସାମିଲ ରହୁଛନ୍ତି। ଏମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ପୋଲିସର ଗୋଇନ୍ଦା ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି। ଜନସାଧାରଣଙ୍କୁ ସୂଚନା ଦେବାକୁ କୁହାଯାଇଛି।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି


Enter your email to get our daily news in your inbox.

All Right Reserved By Dharitri.Com

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri