ରାସ୍ତାରେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୦।୪(ବ୍ୟୁରୋ): ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ତେଜିବା ପରେ ରାଜ୍ୟ ସରକାର ମୁଣ୍ଡ ନୁଆଁଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍‌ ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବନ୍ଦ ହେବନାହିଁ। ଆଗକୁ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।
ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବ୍ୟାପୁଛି। ବିଗୁଡୁଥିବା ସ୍ଥିତିକୁ ଦେଖି ରାଜଧାନୀରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଖାଲି କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ଦ୍ଦେଶ ଦେଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୧୨ ତାରିଖ ସୁଦ୍ଧା ଚତୁର୍ଥ ସେମିଷ୍ଟର ଓ ୧୬ ତାରିଖ ସୁଦ୍ଧା ପ୍ରଥମ ସେମିଷ୍ଟର ପିଲାଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଛାତ୍ରୀଛାତ୍ରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ନିର୍ଦ୍ଦେଶକୁ ବିରୋଧ କରି ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇଥିଲେ। ଶହଶହ ଛାତ୍ରୀଛାତ୍ର ପୂର୍ବାହ୍ନରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ସମ୍ମୁଖ ଜାତୀୟ ରାଜପଥ ଓ ବାଣୀବିହାର ଛକରେ ବସି ରହିବା ସହ ଅବରୋଧ କରି ପିକେଟିଂ କରିଥିଲେ। ଏଥିସହ କୁଳପତିଙ୍କ କାର୍ଯ୍ୟାଳୟରେ ମଧ୍ୟ ଧାରଣା ଦେଇଥିଲେ। ସେମାନେ ସରକାର ଓ ବିଏମସିର ଏଭଳି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଚେତାବନୀ ବି ଦେଇଥିଲେ। ଛାତ୍ରୀଛାତ୍ରଙ୍କ କହିବାନୁଯାୟୀ, କରୋନା ପାଇଁ ପ୍ରାୟ ବର୍ଷେ ହେବ ଘରେ ରହିଥିଲୁ। ଫଳରେ ପାଠପଢ଼ାରେ ବହୁ ବ୍ୟାଘାତ ହୋଇଛି। ଏବେ ହଷ୍ଟେଲରେ ଆସି ପାଠ ପଢ଼ାକୁ ସଜାଡ଼ିବା ପାଇଁ ପରିଶ୍ରମ କରୁଥିବାବେଳେ ହଷ୍ଟେଲ ଛାଡ଼ିବା ନିଷ୍ପତ୍ତି ଗ୍ରହଣୀୟ ନୁହେଁ। ନିର୍ବାଚନ ପାଇଁ ରାଲି, ପ୍ରଚାର କରାଯାଉଛି, ସେଠି ଯଦି କରୋନା ସଂକ୍ରମଣ ହେଉ ନାହିଁ, ହଷ୍ଟେଲରେ କିପରି ସଂକ୍ରମଣ ହୋଇଯିବ। ତେଣୁ ଆମେ ହଷ୍ଟେଲ ଛାଡ଼ିବୁ ନାହିଁ ବୋଲି ଜିଦ୍‌ ଧରି ବସିଥିଲେ। ଫଳରେ କ୍ୟାମ୍ପସ ସମେତ ବିଶ୍ୱବିଦ୍ୟାଳୟ ଫାଟକ ଓ ବାଣୀବିହାର ଛକରେ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜପଥରେ ଗାଡ଼ିମୋଟର ଚଳାଚଳ ଠପ୍‌ ହୋଇଯାଇଥିଲା। ଫୋର୍ସ ସହ ପୋଲିସ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିବା ସହ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ। ସରକାରଙ୍କ କୋଭିଡ୍‌ କଟକଣାକୁ ଆମକୁ ପାଳନ କରିବାକୁ ପଡ଼ିବ। ଜୀବନ ବଞ୍ଚତ୍ଲେ ପାଠପଢ଼ିହେବ। ତେଣୁ ନିର୍ଦ୍ଦେଶ ମାନିବାକୁ ବୁଝାଇଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ। ଅପରାହ୍ନ ପ୍ରାୟ ୩ଟାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ଏକ ପ୍ରତିନିଧି ଦଳକୁ ଡକାଇ ନିଜ ବାସଭବନରେ ଆଲୋଚନା କରିଥିଲେ। ଆଲୋଚନା ପରେ ହଷ୍ଟେଲ ଖୋଲା ରହିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ପିଲାଙ୍କ ପାଠପଢ଼ା ଓ ଉଚ୍ଚଶିକ୍ଷା ପାଇଁ ବର୍ତ୍ତମାନ ହଷ୍ଟେଲ ଖୋଲାଯିବାର ଆବଶ୍ୟକତା ରହିଛି। ତେଣୁ ଏବେ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ। ପରବର୍ତ୍ତୀ ସମୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। ତେବେ କରୋନା ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରି ହଷ୍ଟେଲରେ ରହିବା ପାଇଁ ଛାତ୍ରୀଛାତ୍ରଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କୁ ମଧ୍ୟ ଏକ ପ୍ରତିନିଧି ଦଳ ଭେଟିଥିଲା। କମିଶନର ମଧ୍ୟ ହଷ୍ଟେଲରେ ସମସ୍ତ ନିୟମକୁ ପାଳନ କରି ରହିବା ପାଇଁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri