ସାରଳା ଦାସଙ୍କ ମହାଭାରତ ବାସ୍ତବିକ ଅନନ୍ୟ: ଉପରାଷ୍ଟ୍ରପତି

କଟକ ଅଫିସ,୩।୪: ଆଦିକବି ସାରଳା ଦାସ ହେଉଛନ୍ତି ଆଧୁନିକ ଓଡ଼ିଆ ଭାଷାର ଜନକ। ପଞ୍ଚଦଶ ଶତାବ୍ଦୀରେ ପ୍ରଚଳିତ ଭାଷାକୁ ବ୍ୟବହାର କରି ଓଡ଼ିଆ ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସାରଳା ଦାସ ଥିଲେ ଅଗ୍ରଦୂତ। ମହାଭାରତରେ ସେ ଯେଉଁ ଶବ୍ଦାବଳୀ ପ୍ରୟୋଗ କରିଛନ୍ତି ତାହା ବୁଝିବା ପାଇଁ କୌଣସି ପାଠକଙ୍କୁ ଶବ୍ଦକୋଷର ଆବଶ୍ୟକ ହେବ ନାହିଁ। ଏହା ହେଉଛି ମହାନ୍‌ କବିମାନଙ୍କ ଏକ ସ୍ବାତନ୍ତ୍ର୍ୟ, ଯାହାକି ଜନମାନସର ହୃଦୟ ଜିତିପାରିଛି। ସାରଳା ଦାସ ସେହିପରି ଜଣେ ମହାନ୍‌ ବ୍ୟକ୍ତିତ୍ୱ ବୋଲି କହିଛନ୍ତି ଭାରତର ଉପରାଷ୍ଟ୍ରପତି ଏମ୍‌.ଭେଙ୍କାୟା ନାଇଡୁ। କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ଶୁକ୍ରବାର ଅନୁଷ୍ଠିତ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଓ ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ସମାରୋହରେ ଉପରାଷ୍ଟ୍ରପତି ନାଇଡୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସାରଳା ଦାସଙ୍କ ସମସାମୟିକ କବିଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରି ଉପରାଷ୍ଟ୍ରପତି ନାଇଡୁ କହିଥିଲେ ଯେ, ସନ୍ଥ କବୀର ଦାସ ମଧ୍ୟ ଜୀବନର ନିରାଟ ସତ୍ୟକୁ ହିନ୍ଦୀରେ ରଚନା କରିଥିଲେ। ତାଙ୍କର ଜନାଦୃତ ରଚନା ପାଇଁ ସମାଜର ସବୁ ବର୍ଗର ଲୋକ ଆଜି ତାଙ୍କ କଥାକୁ ଉଦାହରଣ ଦିଅନ୍ତି। ତେଲୁଗୁ ଭାଷାର ମହାନ୍‌ କବି ଓ ଦାର୍ଶନିକ ଯୋଗୀ ବେମ୍ମନା ମଧ୍ୟ ସେହିପରି ଭଙ୍ଗୀରେ ରଚନା କରିଥିଲେ, ଯେଉଁଥିପାଇଁ ସେ ତେଲୁଗୁ ଭାଷୀଙ୍କ ମାନସପଟରେ ଅଂଶବିଶେଷ ହୋଇ ରହିଯାଇଛନ୍ତି। ସାରଳା ଦାସଙ୍କ ଦ୍ୱାରା ଲିଖିତ ମହାଭାରତ ବାସ୍ତବିକ ଅନନ୍ୟ ବୋଲି ବିବେଚନା କରେ। ବ୍ୟାସଙ୍କ ମହାଭାରତ ଅନେକ ଭାରତୀୟ କବିଙ୍କ ଦ୍ୱାରା ଅନୂଦିତ ହୋଇଛି, ମାତ୍ର ସାରଳା ଦାସ ଏପରି ଏକ କାଳଜୟୀ ମହାକାବ୍ୟ ରଚନା କରିଛନ୍ତି, ଯାହା ସମସ୍ତ ଓଡ଼ିଆ ଭାଷାଭାଷୀଙ୍କ ଜନମାନସରେ ବସାବାନ୍ଧିବାରେ ସକ୍ଷମ ହୋଇଛି ବୋଲି ନାଇଡୁ କହିଛନ୍ତି।
ସମାରୋହରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଦିଆଯାଉଥିବା କଳିଙ୍ଗ ରତ୍ନ ସମ୍ମାନ ପ୍ରଦାନ କରି ଉପରାଷ୍ଟ୍ରପତି ନାଇଡୁ କହିଥିଲେ, ସାରଳା ଦାସଙ୍କ ସାହିତ୍ୟ କୃତି ହେଉଛି ତତ୍କାଳୀନ ଓଡ଼ିଶାର ରାଜନୈତିକ, ସାଂସ୍କୃତିକ ଇତିହାସ ଓ ଭୂଗୋଳ ସମ୍ପର୍କିତ ତଥ୍ୟର ଗନ୍ତାଘର। ନିଃସନ୍ଦେହରେ ଆମ ମଧ୍ୟରୁ ଅଧିକାଂଶ ସାରଳା ଦାସଙ୍କୁ ଆଦିକବି ବା ଓଡ଼ିଶାର ପ୍ରଥମ କବିଭାବେ ବିବେଚନା କରୁ। ତାଙ୍କୁ ଆଦି ଐତିହାସିକ ବା ପ୍ରଥମ ଐତିହାସିକ, ଭୂଗୋଳବିତ୍‌ ଓ ସମାଜତତ୍ତ୍ୱବିତ୍‌ ଭାବେ ମଧ୍ୟ ବର୍ଣ୍ଣନା କରାଯାଇପାରେ। ବିଭିନ୍ନ ସ୍ଥାନର ବର୍ଣ୍ଣନା, ପର୍ବପର୍ବାଣିର ରେଖାଙ୍କନ ଓ ସର୍ବୋପରି ପଞ୍ଚଦଶ ଶତାବ୍ଦୀର ଲୋକଚରିତ୍ର ସମ୍ପର୍କିତ ରଚନା ତାଙ୍କର ତତ୍କାଳୀନ ସାମାଜିକ ଓ ଆର୍ଥତ୍କ ଅବସ୍ଥାର ଗଭୀର ଅନୁଶୀଳନର ସୂଚନା ପ୍ରଦାନ କରେ ବୋଲି ନାଇଡୁ କହିଥିଲେ। ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀରେ ଓଡ଼ିଶାର ଦୁଇ ପ୍ରମୁଖ ମହାନଗରୀ କଟକ ଓ ଭୁବନେଶ୍ୱରର ବୁଦ୍ଧିଜୀବୀଙ୍କ ଗହଣରେ ଉପସ୍ଥିତ ରହି ନିଜକୁ ଧନ୍ୟ ମନେ କରୁଛି। ସେହିପରି ଖୁବ୍‌ ଆନନ୍ଦିତ ଯେ, ଆପଣମାନେ ମୋର ବନ୍ଧୁ ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନଜନକ ‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି ବୋଲି ଉପରାଷ୍ଟ୍ରପତି ନାଇଡୁ କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହରିଚନ୍ଦନ କହିଥିଲେ, ଆଦିକବି ସାରଳା ଦାସ ତାଙ୍କ ଲେଖା ମାଧ୍ୟମରେ ଭାଷା ଓ ସମାଜରେ ବିରାଟ ପରିବର୍ତ୍ତନ ଆଣିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଦ୍ୱାରା ରଚିତ କାଳଜୟୀ ମହାଭାରତ କେବଳ ଭାରତବର୍ଷ ନୁହେଁ, ବରଂ ସମଗ୍ର ବିଶ୍ୱକୁ ଦିଗ୍‌ଦର୍ଶନ ଦେଇଛି। ସମାରୋହରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ସାରଳା ଦାସଙ୍କ ରଚିତ ମହାକାବ୍ୟ ମହାଭାରତ ଏକ କାଳଜୟୀ ରଚନା। ସେ ସମୟରେ ସେ ନିଜ ମାତୃଭାଷାରେ ମହାଭାରତକୁ ସରଳ ଭାବରେ ରଚନା କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ମାନସପଟରେ ରହିଛି। ମାତୃଭାଷାକୁ ପ୍ରାଧାନ୍ୟ ନ ଦେଲେ ଦେଶ ଓ ଜାତିର ଉନ୍ନତି ଅସମ୍ଭବ ବୋଲି ରାଜ୍ୟପାଳ ଗଣେଶୀ ଲାଲ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଆଜିକୁ ଠିକ୍‌ ୧୫ ବର୍ଷ ପରେ ଅର୍ଥାତ୍‌ ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ୧୦୦ ବର୍ଷ ପୂରିବ। ୨୬ ବର୍ଷ ପରେ ୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ହେବ। ତେଣୁ ଏହି ସମୟ ମଧ୍ୟରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ସହ ଏକ ନୂଆ ଓଡ଼ିଶା ଗଠନ ପାଇଁ ମାର୍ଗଦର୍ଶନ କରିବାକୁ ବିଶିଷ୍ଟ ସାହିତି୍ୟକଗଣଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ। ଏହି ଅବସରରେ କଟକ ଏମ୍‌ପି ଭର୍ତ୍ତୃହରି ମହତାବ, ଜିଲାପାଳ ଭବାନୀ ଶଙ୍କର ଚୟନୀ ଓ ସାରଳା ସାହିତ୍ୟ ସଂସଦର ସଭାପତି ଇଂ. ପ୍ରଭାକର ସ୍ବାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଲାନି ଚାପି, ସମୀର ଦାସ ନିରାଶ

ଭୁବନେଶ୍ୱର,୨ା୫: ନିରାଶ ହେଲେ ସମୀର, ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପରେ ମଧ୍ୟ ବଦଳିଲାଣି ଭାଗ୍ୟ। ଯେତେ କୌଶଳ ଆପଣାଇ ଚାପ ପଳେଇଲେ ମଧ୍ୟ ବିଜେଡି...

ବିଜେଡି ଛାଡ଼ିଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଅଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ

କେସିଙ୍ଗା,୨ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩ଟି ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ଗୁରୁବାର ମାରାଥନ ପ୍ରଚାର କରିଛନ୍ତି।...

ଦେବଗଡ଼ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌…

ଭୁବନେଶ୍ୱର,୨।୫: ଦେବଗଡ଼ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ(ବିଜେଡି)। ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ଅରୁନ୍ଧତୀ ଦେବୀଙ୍କ...

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

୩ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ତା’ର ବାକି ଥିବା ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ଆସନରେ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

ନଦୀରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା

ଯାଜପୁର,୨ା୫: ଗୁରୁବାର ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri