ଏଇ ଭାରତରେ

ବିଜନେସ୍‌ ଲ’ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଚାହିଁଥିଲେ ଜଣେ ଭଲ ଆଇନଜୀବୀ ହୋଇପାରିଥାଆନ୍ତେ ଶୋକାଥ ଜମାଲ। କିନ୍ତୁ ସେ ସାଗରର ସୁରକ୍ଷା ଏବଂ ବେଳାଭୂମିର ସ୍ବଚ୍ଛତା ଉପରେ କାର୍ଯ୍ୟ କରୁଛନ୍ତି। ବେ ଅଫ ଲାଇଫ ସର୍ଫିଙ୍ଗ ସ୍କୁଲ ଖୋଲି ଛାତ୍ର ଓ ବୟସ୍କମାନଙ୍କୁ ମାଗଣାରେ ସର୍ଫିଙ୍ଗ ପ୍ରଶିକ୍ଷଣ ଦେଇ ସେମାନଙ୍କ ସହଯୋଗରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। କେବଳ ଏତିକି ନୁହେଁ, ସେ ବନ୍ୟଜୀବ ସୁରକ୍ଷା ଏବଂ ଜନସଂଖ୍ୟା ନିୟନ୍ତ୍ରଣ କରିବା ଦିଗରେ ଅଭିଯାନ ଚଳାଇଛନ୍ତି। ତାମିଲନାଡୁ ଚେନ୍ନାଇର କୋଭାଲାମ ବିଚ୍‌ରେ ସେ ବର୍ଜ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରି ଏଯାବତ୍‌ ୨୪,୦୦୦ କେ.ଜି. ବର୍ଜ୍ୟ ସଂଗ୍ରହ କରିସାରିଛନ୍ତି। ସର୍ଫିଙ୍ଗ ସ୍କୁଲ ଖୋଲିବା ପୂର୍ବରୁ ସେ ବିଚ୍‌ରେ ବିଦେଶୀମାନଙ୍କଠାରୁ ସର୍ଫିଙ୍ଗ ପ୍ରଶିକ୍ଷଣ ନେଇଥିଲେ। ୨୦୧୭ରେ ପ୍ରଥମେ କଲେଜ ଛାତ୍ରମାନଙ୍କୁ ନେଇ ବିଚରେ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ଦୁଇ ବର୍ଷ ମଧ୍ୟରେ ୫୦୦ କେ.ଜି. ବର୍ଜ୍ୟ ସଂଗ୍ରହ କରାଯାଇପାରିଥିଲା। ଏବେ ସୁଦ୍ଧା ୬୬ ଜଣ ବ୍ୟକ୍ତି ବିଚ୍‌ ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇ ମାଗଣାରେ ସର୍ଫିଙ୍ଗ ପ୍ରଶିକ୍ଷଶ ନେଇସାରିଛନ୍ତି। ମୋଟରେ ସର୍ଫିଙ୍ଗ୍‌ ସ୍କୁଲରେ ମାଗଣାରେ ୯,୦୦୦ ଛାତ୍ର ପ୍ରଶିକ୍ଷଣ ପାଇସାରିଛନ୍ତି। ଏଥିପାଇଁ ୧୪ ଜଣ ସର୍ଫର ପ୍ରଶିକ୍ଷକ ରହିଛନ୍ତି। ମାଗଣାରେ ସର୍ଫିଙ୍ଗ୍‌ ଶିଖିବାକୁ ହେଲେ ଛାତ୍ରମାନଙ୍କୁ ବର୍ଜ୍ୟ ଗୋଟେଇ ବେ ଅଫ୍‌ ଲାଇଫ୍‌ ଅଫିସ୍‌ରେ ଦେଉଛନ୍ତି। ସେହିପରି ବୟସ୍କମାନେ ୫ କେ.ଜି. ବର୍ଜ୍ୟ ସଂଗ୍ରହ କରିବାକୁ ପଡୁଛି। ଅନ୍ୟମାନେ ଦେୟ ଦେଇ ସର୍ଫିଙ୍ଗ ଶିକ୍ଷା ନେଉଛନ୍ତି। ଏଥିରୁ ଯାହା ଆୟ ହେଉଛି ତାହାକୁ ଜମାଲ ବିଭିନ୍ନ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ଲଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri