ସୁଏଜ୍‌ କେନାଲ ଉପରୁ ସଙ୍କଟ ହଟିଲା

କାଏରୋ,୨୯।୩: ଇଜିପ୍ଟରେ ଥିବା ସୁଏଜ୍‌ କେନାଲରେ ଗତ ୬ ଦିନ ଧରି ମାର୍ଚ୍ଚ ୨୩ଠାରୁ କୌଣସି ପଣ୍ୟ ବୋଝେଇ ଜାହାଜ ଚଳାଚଳ କରିପାରୁ ନ ଥିଲା। କେନାଲ ପଥରେ ଏଭର ଗିଭେନ୍‌ ନାମକ ଏକ ବିରାଟକାୟ ଜାହାଜ ଅଟକି ରହିବାରୁ ଏଭଳି ସଙ୍କଟ ସୃଷ୍ଟି ହୋଇଥିଲା। ବାଲି ଝଡ଼ ଯୋଗୁ ଜାହାଜଟି ଭାସି ନ ପାରି ବାଲିରେ ଅଟକି ରହିଥିଲା। ଜାହାଜଟି ଏସିଆ ଏବଂ ୟୁରୋପ ମଧ୍ୟରେ ପଣ୍ୟ ପରିବହନ କରିଥାଏ। ଫଳରେ ୧୯୩.୩ କିଲୋମିଟର ଦୀର୍ଘ କେନାଲର ଉଭୟ ପଟରେ ୪୫୦ରୁ ଅଧିକ ଜାହାଜ ଅଟକି ରହିଥିଲେ। ବିରାଟକାୟ ଜାହାଜରୁ ପଣ୍ୟ ଖଲାସ ପାଇଁ ଯୋଜନା କରାଯାଇଥିଲା। ତେବେ ସୋମବାର ଜାହାଜଟି ପୁଣି ପାଣିରେ ଭାସିବା ଆରମ୍ଭ କରିଛି। ଜାହାଜଟି ପୁଣି ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିଛି। ବାଲିରେ ଲାଖି ରହିଥିବାରୁ ରବିବାର ଉଚ୍ଚ ଜୁଆର ପରେ ମଧ୍ୟ ଏହା ଭାସି ନ ଥିଲା। ତେଣୁ କେନାଲରେ ଜାହାଜ ଚଳାଚଳ ଠପ୍‌ ହୋଇ ଯାଇଥିଲା। ଏହି କେନାଲ ଦେଇ ପୃଥିବୀର ମୋଟ କାରବାରର ୧୨ ପ୍ରତିଶତ ସମ୍ପନ୍ନ ହୋଇଥାଏ। ଜାହାଜ ଅଟକି ରହିଥିବା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ପୃଥିବୀ ବ୍ୟାପୀ ବିଭିନ୍ନ ସାମଗ୍ରୀର ଦାମ୍‌ ବୃଦ୍ଧି ଆଶଙ୍କା ରହିଥିଲା। ମାତ୍ର ବିରାଟକାୟ ଜାହାଜଟି ପୁଣି ଭାସିବା ଆରମ୍ଭ କରିବା ଯୋଗୁ ଏହି ଆଶଙ୍କା ଦୂର ହୋଇଛି। ଜାହାଜଟି ଭାସିବା ପାଇଁ କେନାଲରେ ଏହା ଅଟକି ରହିଥିବା ସ୍ଥାନରୁ ୨୭ ହଜାର କ୍ୟୁବିକ ମିଟର ବାଲି ଖନନ କରାଯାଇ କେନାଲକୁ ୧୮ ମିଟର ଗଭୀର କରାଯାଇଥିଲା। ସୂଚନାଯୋଗ୍ୟ, ସୁଏଜ୍‌ କେନାଲ ଦେଇ ପ୍ରତିଦତିନ ୫୦ରୁ ଅଧିକ ଜାହାଜ ଚଳାଚଳ କରିଥାନ୍ତି। ଏଭର ଗିଭେନ୍‌ ଜାହାଜ ଅଯକି ରହିବା ଯୋଗୁ ପ୍ରତିଦିନ ୪୦୦ ନିୟୁତ ଡଲାରର କ୍ଷତି ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri