Odisha Elections 2024

ପୋଲିସ ଗୁଳିରେ ୫ ନିହତ

ଢାକା,୨୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ବାଂଲାଦେଶ ଗସ୍ତକୁ ପଡ଼ୋଶୀ ଦେଶରେ ପ୍ରବଳ ବିରୋଧ କରାଯାଇଛି। ମୋଦିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଗୁଳି ଚଳାଇଛି। ଏଥିରେ ୫ ନିହତ ଓ ଅନେକେ ଆହତ ହୋଇଛନ୍ତି। ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ମୋଦି ବିରୋଧୀ ବିକ୍ଷୋଭ ବେଳେ ଗୋଷ୍ଠୀ ସଂଘର୍ଷରେ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି।
୧୯୭୧ ମାର୍ଚ୍ଚ ୨୬ରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେଶ ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇଥିଲା। ଏହାର ୫୦ ବର୍ଷ ପୂର୍ତ୍ତି ତଥା ବାଂଲାଦେଶ ରାଷ୍ଟ୍ରନାୟକ ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି। ବାଂଲାଦେଶ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ୧୦ ଦିନ ଧରି ପାଳନ କରାଯାଉଥିବାବେଳେ ଶ୍ରୀଲଙ୍କା, ନେପାଳ, ଭୁଟାନ ଓ ମାଳଦ୍ୱୀପର ନେତାମାନେ ଗସ୍ତ ଶେଷ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ଢାକାସ୍ଥିତ ହଜରତ୍‌ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ମୁଜିବୁର ରହମାନଙ୍କ ଝିଅ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ସ୍ବାଗତ କରିଛନ୍ତି। ଉଭୟେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ତେବେ ମୋଦିଙ୍କ ଗସ୍ତକୁ ବିରୋଧ କରି ବାଂଲାଦେଶରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ଭାରତରେ ମୁସଲମାନ ସମୁଦାୟକୁ ଦ୍ୱିତୀୟ ଶ୍ରେଣୀ ନାଗରିକ କରିବା ଲାଗି ମୋଦି ସରକାର ଅନେକ ଆଇନ ଆଣିଛନ୍ତି। ଶେଖ୍‌ ମୁଜିବୁର ରହମାନ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ପାଇଁ ଲଢ଼େଇ କରିଥିବାବେଳେ ମୋଦି ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ସ୍ଥାନୀୟ ଲୋକେ ତାଙ୍କୁ ବିରୋଧ କରିଛନ୍ତି। ଏହି ବିଷୟ ମୋଦିଙ୍କ ଗସ୍ତ ପୂର୍ବରୁ ସେଠାକାର ଗୋଇନ୍ଦା ଓ ପୋଲିସ ବିଭାଗକୁ ଜଣାଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରିଥିଲେ, ଯାହାର କୁପରିଣାମ ଶୁକ୍ରବାର ଦେଖିବାକୁ ମିଳିଛି। ଚିଟ୍ଟଗାଓଁରେ ହେଫାଜତ୍‌ ଇ-ଇସ୍‌ଲାମ କର୍ମୀମାନେ ନମାଜ ପାଠ ପରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ଗୁଳି ଚଳାଇବାରୁ ୪ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ବ୍ରାହ୍ମଣବରିଆରେ ମଧ୍ୟ ଜଣେ ବିକ୍ଷୋଭକାରୀ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ପୋଲିସ ବର୍ବରତା ପ୍ରତିବାଦରେ ଉକ୍ତ ସଙ୍ଗଠନ ପକ୍ଷରୁ ଶନିବାର ଦେଶବ୍ୟାପୀ ବିକ୍ଷୋଭ ଓ ରବିବାର ବନ୍ଦ ପାଳନ କରିବାକୁ ଡାକରା ଦିଆଯାଇଛି।
ସେହିପରି ଢାକାର ମୁଖ୍ୟ ମସ୍‌ଜିଦରେ ଶୁକ୍ରବାର ନମାଜ ପାଠ ପରେ ମୋଦିଙ୍କ ଗସ୍ତକୁ ବିରୋଧ କରାଯାଇଥିଲା। ବୈତୁଲ ମୋକରମ୍‌ ମସ୍‌ଜିଦ୍‌ ବାହାରେ ଗୋଟିଏ ଗୋଷ୍ଠୀ ମୋଦିଙ୍କୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ ଜୋତା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୋଦି ୨୦୦୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ
ଗୋଧ୍ରା ଦଙ୍ଗାରେ ୧,୦୦୦ରୁ ଊର୍ଦ୍ଧ୍ୱ ମୁସଲମାନଙ୍କ ଜୀବନ ଯାଇଥିଲା। ଗୁଜରାଟ, କଶ୍ମୀର ଓ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ମୋଦି ମୁସଲମାନମାନଙ୍କୁ ହତ୍ୟା କରୁଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ମୁସଲମାନ ବିରୋଧୀ ଆଇନ ପ୍ରଣୟନ କରିବାରେ ଲାଗିଛନ୍ତି। ତେଣୁ ଆମେ ତାଙ୍କୁ ଚାହୁଁନାହୁଁ। ତାଙ୍କ ଭଳି ନେତା ବାଂଲାଦେଶର ୫୦ତମ ସ୍ବାଧୀନତା ଦିବସକୁ ଅତିଥି ହୋଇ ଆସିବା ଅନୁଚିତ। ‘ଗୋ ବ୍ୟାକ୍‌ ମୋଦି’ ବୋଲି ବିକ୍ଷୋଭକାରୀମାନେ ସ୍ଲୋଗାନ ଦେଇଥିଲେ। ଅନ୍ୟ ଗୋଷ୍ଠୀ ସେମାନଙ୍କୁ ଏଥିରୁ କ୍ଷାନ୍ତ ରହିବାକୁ କହିଥିଲେ। ଫଳରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ ସହ ରବର ବୁଲେଟ୍‌ ଚଳାଇଥିଲା। ଏଥିରେ ଅନେକେ ଆହତ ହୋଇଛନ୍ତି। ବହୁ ସଂଖ୍ୟକ ବିକ୍ଷୋଭକାରୀ ପୋଲିସ ଉପରକୁ ଜୋତା ଓ ଟେକାପଥର ଫିଙ୍ଗିବା ପରେ ସୁରକ୍ଷା ବଳ ସେମାନଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲା। ଏଥିରେ ଖବରଦାତାଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇିଛି। ଜୋତାଧାରୀ ବିକ୍ଷୋଭକାରୀଙ୍କୁ ବିରୋଧ କରିଥିବା ବିକ୍ଷୋଭକାରୀମାନେ ଶାସକ ଆଓ୍ବାମି ଲିଗ୍‌ ପାର୍ଟିର ସମର୍ଥକ ବୋଲି ଜଣାପଡ଼ିଛି।
ଏହା ପୂର୍ବରୁ ଗୁରୁବାର ମଧ୍ୟ ଢାକା ୟୁନିଭର୍ସିଟି କ୍ୟାମ୍ପସରେ ମୋଦିଙ୍କ ଗସ୍ତକୁ ୨,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ବିରୋଧ କରିଥିବାବେଳେ ପୋଲିସ ରବର ବୁଲେଟ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ହିନ୍ଦୁ ଜାତୀୟତାବାଦୀ ନେତା ମୋଦିଙ୍କ ଗସ୍ତକୁ ଦେଶରେ ବିରୋଧ କରାଯାଉଥିବାବେଳେ ସରକାର ତାଙ୍କୁ କାହିଁକି ନିମନ୍ତ୍ରଣ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ। ପୋଲିସର ରବର ବୁଲେଟ ମାଡ଼ରେ ଆହତ ହୋଇଥିବା ୧୮ ଜଣଙ୍କୁ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ହିଂସା ଭିଆଇଥିବା ୩୩ ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡରିଗଲା ପାକିସ୍ତାନ, ଭାରତକୁ କଲା ଏମିତି ଅନୁରୋଧ

ଇସଲାମାବାଦ୍‌,୧୮।୩: ପାକିସ୍ତାନ ସରକାର ଭାରତ ସହ ସମ୍ପର୍କକୁ ନେଇ ନ୍ୟାଶନାଲ୍‌ ଆସେମ୍ଭଲିରେ ଏକ ଲିଖିତ ଉତ୍ତର ଦେଇଛନ୍ତି। ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନର...

୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ

ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ...

ବ୍ରିଟେନରେ କମୁଛି ଅରବପତିଙ୍କ ସଂଖ୍ୟା, ଏହାପରେ ବି ବଢୁଛି ସୁନକଙ୍କ ସମ୍ପତ୍ତି

ଲଣ୍ଡନ,୧୮।୫: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ...

ସୋମବାର ଚତୁର୍ଥ ଥର ଆସ୍ଥା ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୧୮ା୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତାଙ୍କ ୧୮ ମାସର କାର୍ଯ୍ୟକାଳ ମଧ୍ୟରେ ସୋମବାର ଚତୁର୍ଥ ଥର ପାଇଁ ଆସ୍ଥାଭୋଟ ଲୋଡ଼ିବାକୁ ଯାଉଛନ୍ତି। ସହଯୋଗୀ ଜନତା...

ଶେଷରେ ବଦଳିଲା ଟୁଇଟରର ଡୋମେନ ନେମ, ଏବେ x.comରେ ଖୋଲିବ ସୋସିଆଲ ମିଡିଆ ପ୍ଲାଟଫର୍ମ

ଓ୍ବାଶିଂଟନ,୧୭।୫: ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଟୁଇଟର ଡଟ କମ ଖୋଲୁଥିଲା, କିନ୍ତୁ ଅପରାହ୍ନରେ ଏହା ସ୍ବୟଂଚାଳିତ ଭାବରେ x.com ହୋଇଗଲା। ଏହିପରି,୨୦୨୨ରେ ଏଲୋନ ମସ୍କଙ୍କ ଦ୍ୱାରା...

ନେପାଳ ସଂସଦରେ ହାତାହାତି ହେଲେ ଶାସକ-ବିରୋଧୀ

କାଠମାଣ୍ଡୁ,୧୭।୫: ସହଯୋଗୀ ଜାଲିଆତି ମାମଲାରେ ନେପାଳର ଗୃହମନ୍ତ୍ରୀ ରବି ଲାମିଚାନେଙ୍କ ବିରୋଧରେ ତଦନ୍ତ କମିଟି ଗଠନ ନେଇ ନେପାଳ ସଂସଦର ନିମ୍ନ ଗୃହରେ ବିରୋଧୀ ଏବଂ...

ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ, ଯାଞ୍ଚ ଆରମ୍ଭ

କାଠମାଣ୍ଡୁ,୧୭।୫: ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ମସଲାରେ...

ରୁଷିଆ ଚାଇନା ସବୁବେଳେ ଏକାଠି ଅଛନ୍ତି, ବେଜିଂ ଗସ୍ତ ସମୟରେ ୭୫ ବର୍ଷ ପୁରୁଣା ଗୀତ ମନେପକାଇଲେ ପୁଟିନ

ବେଜିଂ,୧୭।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ଗାଜା ଏବଂ ୟୁକ୍ରେନକୁ ନେଇ ତିକ୍ତତା ମଧ୍ୟରେ ଏକ ବର୍ଷ ମଧ୍ୟରେ ରୁଷିଆର ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri