Posted inଫୁରସତ

ଏମିତି ମନ୍ଦିର, ଯେଉଁଠି ପାଣିରେ ଜଳେ ଦୀପ

ଆମ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ତେଲ ନୁହେଁ, ପାଣିରେ ଜଳିଥାଏ ଦୀପ। ଗାଦିଆଘାଟ ମାତାଜୀ ମନ୍ଦିର ଏହି ଚମତ୍କାର ପାଇଁ ଜଣାଶୁଣା। କାଲିସିନ୍ଧ ନଦୀ କୂଳରେ ନିର୍ମିତ ଏହି ମନ୍ଦିରର ଚମତ୍କାରିତା ଦେଖିବା ପାଇଁ ଲୋକେ ଆସିଥାନ୍ତି।

ଏହି ମନ୍ଦିର ମଧ୍ୟପ୍ରଦେଶରେ ଅବସ୍ଥିତ। ଗାଦିଆଘାଟ ଓ୍ବାଲି ମାତାଜୀ ଭାବରେ ଏହା ଜଣାଶୁଣା। ଏହି ମନ୍ଦିର ଆଗର-ମାଲଓ୍ବା ନାଲକେଡା ଗ୍ରାମଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଗାଦିଆ ଗାଁ ନିକଟରେ ଅବସ୍ଥିତ। ଏହା ପଛରେ ଏକ କାହାଣୀ ରହିଛି। ଥରେ ପୁରୋହିତଙ୍କୁ ସ୍ବପ୍ନରେ ମା’ ଏହା କହିଥିଲେ। ମନ୍ଦିରରେ ପୂଜା କରୁଥିବା ପୁରୋହିତ କହିଛନ୍ତି ଯେ, ଏହାପୂର୍ବରୁ ଏଠାରେ ସର୍ବଦା ତେଲ ଦୀପ ଜାଳୁଥିଲେ, କିନ୍ତୁ ପ୍ରାୟ ୧୦ ବର୍ଷ ପୂର୍ବେ ତାଙ୍କୁ ମା’ପାଣିରେ ଦୀପ ଜାଳିବାକୁ କହିଥିଲେ। ପୁରୋହିତ ତା’ ପରଦିନ ସକାଳୁ ଉଠି ନିକଟସ୍ଥ କାଲିସିନ୍ଧ ନଦୀରୁ ପାଣି ଆଣି ଦୀପରେ ଦେଇଥିଲେ। ଏହି ଦୀପରେ ଥିବା କପା ସୂତାର ବଳିତାରେ ଦିଆସିଲି ମାରିବା ମାତ୍ରେ ଏହା ଜଳିବାକୁ ଲାଗିଥିଲା।

ଏହି ଚମତ୍କାରିତା ଦେଖି ପୁରୋହିତ ଭୟଭୀତ ହୋଇଯାଇଥିଲେ। ଯେତେବେଳେ ସେ ଏ ସମ୍ପର୍କରେ କିଛି ଗ୍ରାମବାସୀଙ୍କୁ କହିଥିଲେ, ସେମାନେ ମଧ୍ୟ ପ୍ରଥମେ ବିଶ୍ୱାସ କରି ନ ଥିଲେ। ମାତ୍ର ପରେ ଯେତେବେଳେ ସେ ଦୀପରେ ପାଣି ଢାଳି ନିଆଁ ଜଳାଇଥିଲେ, ସେତେବେଳେ ଦୀପ ଜଳିଥିଲା। ଏପରି ଚମତ୍କାରିତା ବିଷୟରେ ସମଗ୍ର ଗାଁରେ ବ୍ୟାପିଗଲା। ସେହିଦିନଠାରୁ ଏହି ମନ୍ଦିରରେ ପାଣିରେ ଦୀପ ଜଳୁଛି। ଏହାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri