ଦାମୀ ସନ୍‌ଗ୍ଲାସ୍‌: ଯାହାକୁ କେବଳ ଦେଖିବା ସାର

ବିନା ସନ୍‌ଗ୍ଲାସ୍‌ରେ ଖରାଦିନ କଥା ଭାବି ହୁଏନା। ଏହା ଯେ କେବଳ ଉତ୍ତାପରୁ ଆଖିକୁ ଆରାମ ଦିଏ ତାହା ନୁହେଁ ଲୁକ୍‌କୁ ଷ୍ଟାଇଲିଶ୍‌ ବି କରାଏ। ତେବେ କିଛି ସନ୍‌ଗ୍ଲାସ୍‌ ଅଛି ଯାହାକୁ କେବଳ ଦେଖିବା ସାର। କାରଣ ସେସବୁର ମୂଲ୍ୟ ଆକାଶଛୁଆଁ…

ଚପର୍ଡ ଡି ରିଗୋ ଭିଜନ୍‌- ସବୁଠାରୁ ଦାମୀ ସନ୍‌ଗ୍ଲାସ୍‌ ଭାବେ ସ୍ବିସ୍‌ ଲକଜ୍ୟୁରି ଓ୍ବାଚ୍‌ ମେକର୍‌ ଓ ଜୁଏଲର୍‌ ଚପର୍ଡଙ୍କ ‘ଚପର୍ଡ ଡି ରିଗୋ ଭିଜନ୍‌’ ସନ୍‌ଗ୍ଲାସ୍‌ ପରିଚିତ। ଏହାର ମୂଲ୍ୟ ହେଉଛି ୪୦୮,୦୦୦ଡଲାର। ଏହି ସନ୍‌ଗ୍ଲାସ୍‌ର ଫ୍ରେମ୍‌ ୬୦ ଗ୍ରାମ୍‌ର ୨୪ କ୍ୟାରେଟ୍‌ ସୁନାରେ ତିଆରି ହେବା ସହ ଏହାର ଆର୍ମରେ ବ୍ୟବହାର ହୋଇଛି ଡଟେଡ୍‌ ଗୋଲ୍ଡ। ଏହାବାଦ୍‌ ୫୧ଟି ଫୁଲ୍‌ କଟ୍‌ ରିଭର୍‌ ଡାଇମଣ୍ଡର ଏକ ସୁନ୍ଦର ଡିଜାଇନ୍‌ ଭିତରେ ରହିଛି କମ୍ପାନୀର ସିଗ୍‌ନେଚର୍‌।

ଡୋଲ୍ସ ଆଣ୍ଡ ଗବାନା ଡିଜି୨୦୨୭ବି- ଦାମୀ ସନ୍‌ଗ୍ଲାସ୍‌ ଭିତରେ ଡୋଲ୍ସ ଆଣ୍ଡ ଗବାନା ବ୍ରାଣ୍ଡ କେମିତି ବା ନ ରହିବ। ଏହି ସନ୍‌ଗ୍ଲାସ୍‌ର ମୂଲ୍ୟ ହେଉଛି ୩୮୩, ୬୦୯ ଡଲାର। ଏଥିରେ ବ୍ରାଉନ୍‌ ଟିଣ୍ଟେଡ ଲେନ୍ସ, ସୁନାର ରିମ୍‌ ସହ ଆର୍ମରେ ହୀରାରେ ଲେଖାଯାଇଛି କମ୍ପାନୀର ନାମ।

ସିଲ୍‌ସ ଜୁଏଲର୍ସ ଏମେରାଲ୍ଡ- ସିଲ୍‌ସ ଜୁଏଲର୍ସ କମ୍ପାନୀର ଏମେରାଲ୍ଡ ସନଗ୍ଲାସ୍‌ର ସ୍ବତନ୍ତ୍ରତା ହେଉଛି ତା’ର ଇମେରାଲ୍ଡର ଲେନ୍ସ। ଏହି ଲେନ୍ସ ତିଆରି କରିବା ପାଇଁ କମ୍ପାନୀକୁ ୫ ବର୍ଷ ଲାଗିଯାଇଥିଲା। କାରଣ ଏମେରାଲ୍ଡକୁ କଟ୍‌, ପଲିଶ୍‌ ଓ ଶେପ୍‌ ଦେବା ଥିଲା ସମୟସାପେକ୍ଷ। ଏହାବାଦ୍‌ ଏହାର ଫ୍ରେମ୍‌ ଖାଣ୍ଟି ସୁନାରେ ତିଆରି ଏବଂ ଏଥିରେ ହୀରା ଖଚିତ ହୋଇଛି। ତେଣୁ ଏହାର ମୂଲ୍ୟ ୨୦୦,୦୦୦ଡଲାର।

କାର୍ଟିୟର୍‌ ପାନ୍ଥର- କାର୍ଟିୟର୍‌ ଏକ ଲକ୍‌ଜ୍ୟୁରିୟସ୍‌ ଫ୍ୟାଶନ୍‌ ବ୍ରାଣ୍ଡ । ପାନ୍ଥର ସନ୍‌ଗ୍ଲାସ୍‌ର ନାମ ପଛର କାରଣ ହେଉଛି ଏହାର ଫ୍ରେମ୍‌ରେ ଲାଗିଥିବା ୧୮ କ୍ୟାରେଟ୍‌ ହ୍ବାଇଟ୍‌ ଗୋଲ୍ଡରେ ତିଆରି ପାନ୍ଥରର ଛୋଟ ମୂର୍ତ୍ତି। ଏହାସହ ଏଥିରେ ୫୬୧ଟି ହୀରା, ୬୪୫ଟି ବ୍ଲୁ ସାଫାୟର୍‌ ବି ଖଚ୍ଚିତ ହୋଇଛି। ଏହାର ଡିଜାଇନ୍‌ ବହୁତ ଆକର୍ଷକ ଓ ମୂଲ୍ୟ ରହିଛି ୧୫୯,୦୦୦ଡଲାର।
କ୍ଲିକ୍‌ ଗୋଲ୍ଡ ୧୮ କ୍ୟାରେଟ୍‌ ଗୋଲ୍ଡ ସ୍ପୋର୍ଟ- କ୍ଲିକ୍‌ ଗୋଲ୍ଡ କମ୍ପାନୀ ଦାମୀ ରିଡିଂ ଗ୍ଲାସ୍‌ ତିଆରି ପାଇଁ ପରିଚିତ। ଏବେ ଏହା ଦାମୀ ସନ୍‌ଗ୍ଲାସ୍‌ ବି ତିଆରି କରୁଛି। ଏହାର ଲେନ୍ସ ବ୍ୟତୀତ ସବୁକିଛି ସୁନାରେ ତିଆରି। ଲେନ୍ସର ପଛଭାଗରେ କାର୍ଲ ଜିସ୍‌ ସୁପର୍‌ ଇଟି ଆଣ୍ଟି ରିଫ୍ଲେକ୍ଟିଭ୍‌ କୋଟ୍‌ ଦିଆଯାଇଛି। ଏହି ଚଷମାର ଫ୍ରେମ୍‌ ଡିଜାଇନ୍‌ ୟୁନିକ। ଏହାର ବ୍ରିଜ୍‌ରେ ମାଗ୍ନେଟିକ୍‌ ଫ୍ରଣ୍ଟ କନେକ୍ସନ୍‌ ସିଷ୍ଟମ୍‌ ରହିଛି। ଚାହିଁଲେ ଏହି କନେକ୍ସନ୍‌କୁ ଅଲଗା କରିହେବ। ଏହାର ମୂଲ୍ୟ ୭୫,୦୦୦ ଡଲାର।

ଲକ୍‌ଜ୍ୟୁରିଏଟର୍‌ ଷ୍ଟାଇଲ୍‌ ୨୩ କାନାରୀ ଡାଇମଣ୍ଡ- ଲସ୍‌ଏଞ୍ଜେଲ୍‌ସର ଜୁଏଲେରି ମାନୁଫାକ୍‌ଚରିଂ କମ୍ପାନୀ ‘ଜୁଏଲେରି ବାଏ ଫ୍ରାଙ୍କୋ’ ତିଆରି କରିଛନ୍ତି ଷ୍ଟାଇଲ୍‌ ୨୩ ନାମକ ଏହି ଦାମୀ ସନ୍‌ଗ୍ଲାସ୍‌। ଏଥିରେ ୧୮ କ୍ୟାରେଟ୍‌ ଗୋଲ୍ଡର ଫ୍ରେମ୍‌ ସହ ୧୩୨ଟି ହୀରା ଖଚିତ ହୋଇଛି। ଏଥିରେ ଫଟୋକ୍ରୋମିକ୍‌ ଲେନ୍ସ ବ୍ୟବହାର ହୋଇଛି, ଯାହାକି ବାହାର ଆଲୋକର ଔଜଲ୍ୟତା ଅନୁସାରେ ତା’ର ଟିଣ୍ଟ ବଦଳାଇଥାଏ। ଏହାର ମୂଲ୍ୟ ୬୫,୦୦୦ ଡଲାର।

ମେବାକ୍‌ ଦି ଡିପ୍ଲୋମାଟ୍‌ ଓ୍ବାନ୍‌- ମେବାକ୍‌ ଜର୍ମାନୀର ଏକ ଲକଜ୍ୟୁରିୟସ୍‌ କାର୍‌ ବ୍ରାଣ୍ଡ। ଉକ୍ତ କମ୍ପାନୀ ସନ୍‌ଗ୍ଲାସ୍‌ ଇଣ୍ଡଷ୍ଟ୍ରିରେ ବି ପାଦ ଥାପିଛି। ଏହାର ଲକ୍‌ଜ୍ୟୁରିୟସ୍‌ ସନ୍‌ଗ୍ଲାସ୍‌୍‌ର ନାଁ ହେଉଛି ‘ଦି ଡିପ୍ଲୋମାଟ୍‌ ଓ୍ବାନ୍‌’। ସୁନ୍ଦର ଡିଜାଇନ୍‌ ହୋଇଥିବା ଏହି ସନ୍‌ଗ୍ଲାସ୍‌ ୧୮ କ୍ୟାରେଟ୍‌ ସୁନାରେ ତିଆରି। ଏଥିରେ ୧୭୪ଟି ହ୍ୟାଣ୍ଡ କ୍ରାଫ୍ଟେଡ୍‌ ହୀରା ବି ଖଚିତ ହୋଇଛି। ଏହାର ମୂଲ୍ୟ ରହିଛି ୬୦,୦୦୦ଡଲାର।

ବୁଲଗାରିଆ ଫ୍ଲୋରା- ବୁଲଗାରିଆ ହେଉଛି ଏକ ଇଟାଲିଆନ୍‌ ଲକ୍‌ଜ୍ୟୁରି ବ୍ରାଣ୍ଡ। ଏହି ବ୍ରାଣ୍ଡର ସନ୍‌ଗ୍ଲାସ୍‌ର ଚାହିଦା ବହୁତ ରହିଛି। ବୁଲ୍‌ଗାରିଆ ସନ୍‌ଗ୍ଲାସ୍‌ର ଆର୍ମରେ ହୋଇଥିବା ହୀରା ଓ ବ୍ଲୁ ସାଫାୟର୍‌ର ଫ୍ଲୋରାଲ୍‌ ଡିଜାଇନ୍‌ ଏହାକୁ ଖାସ୍‌ କରିଥାଏ। ଆଉ ଏହା ବେଶ୍‌ ଷ୍ଟନିଂ ଓ କ୍ଲାସି ଲାଗିଥାଏ। ଏହାର ଫ୍ରେମ୍‌ ୧୮ କ୍ୟାରେଟ୍‌ ହ୍ବାଇଟ୍‌ ଗୋଲ୍ଡରେ ତିଆରି। ଏହାର ମୂଲ୍ୟ ୫୯,୦୦୦ ଡଲାର।

ଗୋଲ୍ଡ ଆଣ୍ଡ ଉଡ୍‌ ୨୫୩ ଡାଇମଣ୍ଡ- ଏହି ସନ୍‌ଗ୍ଲାସ୍‌ର ଫ୍ରେମ୍‌ରେ ୨୫୩ଟି ହୀରା ଖଚିତ ହୋଇଛି। ସେଥିରୁ ୨୨ଟି ହେଉଛି ପ୍ରିନ୍ସେସ୍‌ କଟ୍‌ ଡାଇମଣ୍ଡ। ଏହାର ମୂଲ୍ୟ ହେଉଛି ୫୫,୦୦୦ ଡଲାର।

ବେଣ୍ଟଲି ପ୍ଲାଟିନମ୍‌- ନାମରୁ ହିଁ ଜାଣି ହେଉଛି ଯେ, ଉକ୍ତ ସନ୍‌ଗ୍ଲାସ୍‌ ପ୍ଲାଟିନମ୍‌ରେ ତିଆରି। ଫ୍ରେମ୍‌ରେ ହୋଇଛି ସୋଫ୍‌ିଷ୍ଟିକେଟେଡ୍‌ ଡିଜାଇନ୍‌। ଏହାର ମୂଲ୍ୟ ହେଉଛି ୪୫,୨୭୬ ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରେ BSNLର ଦମଦାର ଅଫର୍‌, ମାସେ ଯାଏ ଫ୍ରି ଇଣ୍ଟଟରନେଟ୍‌କୁ ସବୁ ମାଗଣା!

ନୂଆଦିଲ୍‌ଲୀ,୨୭।୧୨: ସୁଲଭ ରିଚାର୍ଜ ପ୍ଲାନ ସହିତ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥିବା ସରକାରୀ ଟେଲିକମ କମ୍ପାନୀ BSNL, ନୂତନ ବର୍ଷ ପାଇଁ ଏକ ଚମତ୍କାର ଅଫର ଘୋଷଣା...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri