ଜଳିଗଲା ଘାଗୁଡ଼ିିବନ୍ଧ ଜଙ୍ଗଲ

ଖୋର୍ଦ୍ଧା ଅଫିସ,୧୫ା୩:ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧୀନ ହରିପୁର ପଞ୍ଚାୟତର ପୋଡ଼ପଡ଼ା ଗ୍ରାମ ନିକଟ ଘାଗୁଡ଼ିିବନ୍ଧ ସଂରକ୍ଷିତ ଜଙ୍ଗଲରେ ରବିବାର ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ଏକ ଏକର ପରିମିତ ଅଞ୍ଚଳରେ ଥିବା ବହୁ ଗଛଲତା ପୋଡ଼ିଯାଇଛି। ନିମିଷକରେ ନିଆଁ କ୍ଷୀପ୍ର ଗତିରେ ବରୁଣେଇ ପାହାଡ଼ ପାଦଦେଶ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ଏହାର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଅଗ୍ନିଶମ କର୍ମଚାରୀମାନେ ଜଙ୍ଗଲ ଭିତରକୁ ପ୍ରବେଶ କରି ନ ପାରି ରାସ୍ତାପାର୍ଶ୍ୱରେ ରହି ପାଣି ସ୍ପ୍ରେ କରିଥିଲେ। ନିଆଁର ପ୍ରକୋପ କମିବା ପରେ ବନ ଓ ଅଗ୍ନିଶମ କର୍ମଚାରୀମାନେ ଜଙ୍ଗଲ ଭିତରେ ପ୍ରବେଶ କରିଥିଲେ।
ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ କେତେଜଣ ବ୍ୟକ୍ତି ପୋଡ଼ପଡ଼ା ସରଂକ୍ଷିତ ଜଙ୍ଗଲରେ ନିଅଁା ଲାଗିଥିବା ଦେଖି ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ଏବଂ ଅଗ୍ନିଶମ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଟଣୀ ଅଗ୍ନିଶମ ବିଭାଗର ୧୫ରୁ ଊର୍ଦ୍ଧ୍ୱ କର୍ମଚାରୀ ଦୀର୍ଘ ୪ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ଏହି କାର୍ଯ୍ୟରେ ୪ଟି ପାଣି ଟ୍ୟାଙ୍କର ନିୟୋଜିତ ହୋଇଥିଲା। ଜଙ୍ଗଲରେ ଦୀର୍ଘଦିନ ଧରି ଶୁଖିଲା ଡାଳପତ୍ର ପଡ଼ିରହିଛି। କୌଣସି ଦୁର୍ବୃତ୍ତ ସେଥିରେ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ଏହି ଜଙ୍ଗଲରେ ନିଆଁ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri