Odisha Elections 2024

ଅରଖକୁଦ ସୈରାତରୁ ବେଆଇନ ବାଲି ଚାଲାଣ

ନାଉଗାଁ,୧୨।୩ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ତହସିଲ ଅଧୀନ ଦେବୀ ନଦୀରେ ୬ଟି ବାଲି ସୈରାତକୁ ୨୦୨୦ ଡିସେମ୍ବର ୧୬ରେ ନିଲାମ କରାଯାଇଛି। ଏହି ଘାଟ ମଧ୍ୟରେ ରହିଛି ଶିଖର, ଏରେଡା, ବଛାଳୋ, ଅରଖକୁଦ, ଅଲଣା-୨ ଓ ଗଳଦାରୀ ବାଲି ସୈରାତ। ଏହି ବାଲି ସୈରାତଗୁଡିକ ନିଲାମଧାରୀମାନେ ନେଇଥିବା ବେଳେ ଏରେଡା ବାଲିଘାଟ ନେଇଥିବା ନିଲାମଧାରୀ ଉକ୍ତ ଘାଟରୁ ଓହରିଯିବାକୁ ଲିଖିତ ଭାବେ ତହସିଲକୁ ଜଣାଇଛନ୍ତି। ଏହି ଘାଟକୁ ଛାଡ଼ି ଦେଲେ ଅନ୍ୟ ୫ ଘାଟ ପାଇଁ ଆବଶ୍ୟକ କାଗଜପତ୍ର ହୋଇ ନ ଥିବାରୁ ସୈରାତଗୁଡିକରୁ ବାଲି ଉଠାଣ ବନ୍ଦ ରହିଛି। କିନ୍ତୁ ବେଆଇନ ଭାବେ କିଛିଦିନ ହେବ ଅରଖକୁଦ ବାଲି ସୈରାତରୁ ବାଲି ଚୋରା ଚାଲାଣ କରାଯାଇଛି। କିଛିଦିନ ତଳେ ବାଲି ଚୋରାଚାଲାଣକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରି ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏପରି କି ବାଲି ଉଠାଉଥିବା ଜେସିବି ଓ ଟ୍ରାକ୍ଟର ଗ୍ରାମବାସୀଙ୍କ ଦ୍ୱାରା ଅଟକ ରଖାଯାଇଥିଲା। ଖବରପାଇ ତହସିଲ କାର୍ଯ୍ୟାଳୟରୁ ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ଓ ଥାନାଧିକାରୀ ଭରତ ବେହେରା ବୋଲି ସୈରାତ ନିକଟକୁ ଯାଇଥିଲେ। ଜେସିବିକୁ ଥାନାରେ ଅଟକ ରଖି ଜରିମାନା ଆଦାୟ କରି ଛାଡି ଦେଇଥିଲେ। ପରେ ଉକ୍ତ ବାଲି ସୈରାତ ନେଇଥିବା ନିଲାମଧାରୀ ମନଇଚ୍ଛା ବାଲି ଉଠାଉଥିବା ଦେଖିବାକୁ ମିଳିଛି। ଏପରି କି ଦିନ ଦ୍ୱିପ୍ରହରରେ ଶତାଧିକ ବାଲି ଗାଡି ଯାଉଥିବା ବେଳେ ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ନିଲାମଧାରୀମାନେ ବାଲି ବିକ୍ରି କରିବାକୁ ମାଇନିଂ ପ୍ଲାନ, ପରିବେଶ ମଞ୍ଜୁରୀ ସହ ଧାର୍ଯ୍ୟ କରାଯାଇଥିବା ଅର୍ଥ ଆଦି ତହସିଲରେ ଜମା ଦେବାକୁ ପଡିବ। ପରେ ତହସିଲ ପକ୍ଷରୁ ବାଲି ସୈରାତଗୁଡିକୁ ମାପ କରାଯାଇ ସୀମା ନିର୍ଦ୍ଧାରଣ କରାଯିବା ସହ ‘ଆର’ ଫର୍ମ ପ୍ରଦାନ କରାଯିବା ପରେ ନିଲାମଧାରୀଙ୍କୁ ବାଲି ଉଠାଇବାକୁ ତହସିଲ ପକ୍ଷରୁ ଅନୁମତି ପ୍ରଦାନ କରାଯିବ। କିନ୍ତୁ ସୈରାତଗୁଡିକର ଏହିସବୁ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଚାଲିଛି। ଏ ପର୍ଯ୍ୟନ୍ତ ତହସିଲ ପକ୍ଷରୁ ବାଲି ଉଠାଇବାକୁ କୌଣସି ନିର୍ଦ୍ଦେଶ ପ୍ରଦାନ କରାଯାଇନାହିଁ। କେତେଜଣ ନିଲାମଧାରୀ ବାଲି ସୈରାତ ସିକ୍ୟୁରିଟ୍‌ ଅର୍ଥ ପ୍ରଦାନ କରିଥିବା ବେଳେ ଆବଶ୍ୟକ କାଗଜପତ୍ର ପ୍ରଦାନ କରିନାହାନ୍ତି। କିନ୍ତୁ ଅରଖକୁଦ ବାଲି ସୈରାତର ଏ ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ ହୋଇ ନ ଥିବା ବେଳେ ଆବଶ୍ୟକ କାଗଜପତ୍ର ମଧ୍ୟ ପ୍ରଦାନ କରାଯାଇନାହିଁ। କିନ୍ତୁ ଘାଟରୁ ବାଲି ଚୋରାଚାଲାଣ କରାଯାଉଛି। ପ୍ରଶାସନକୁ ହାତରେ ରଖି ବେଧଡକ ଭାବେ ଉକ୍ତ ଘାଟରୁ ବାଲି ଉଠାଯାଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ନିଲାମଧାରୀ ମନଇଚ୍ଛା ନଦୀ ପଠା ଖୋଳୁଥିବାରୁ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାରୁ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଥିବା ଜଣାଯାଇଛି। ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି। ଏ ସଂକ୍ରାନ୍ତର ତହସିଲଦାର ଜେ. କଳ୍ପନାକୁ ପଚାରିବାରେ ଆଗରୁ ନିଲାମଧାରୀ ବାଲି ଉଠାଉଥିଲେ। ଚଢ଼ାଉ ପରେ ଟ୍ରାକ୍ଟର ଓ ଜେସିବିକୁ ଜବତ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ଯଦି ପୁଣି ବାଲି ଉଠାଯାଉଥିବ ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri