Odisha Elections 2024

ରୂପ୍‌ସାରେ ଲୁଟେରା ସକ୍ରିୟ: ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ

ରୂପ୍‌ସା, ୨୮।୬(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସାସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ନେଇ ଥାନାରେ ଅଭିଯୋଗ ହୋଇଛି। ଶୁକ୍ରବାର ରୂପ୍‌ସା ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଆରମ୍ଭ କରିଛନ୍ତି। ବିଭିନ୍ନ ସମୟରେ ଲୁଟେରାମାନେ ରୂପ୍‌ସା ଅଞ୍ଚଳରେ ଆଧିପତ୍ୟ ବୃଦ୍ଧି କରୁଥିବା ବେଳେ ଏବେ ସେମାନଙ୍କ ଟାର୍ଗେଟ୍‌ରେ ଏଟିଏମ୍‌ ଓ ବ୍ୟାଙ୍କ ରହିଥିବା ଜଣାପଡ଼ିଛି। ଗୁରୁବାର ରାତିରେ ଗ୍ରାମ୍ୟବ୍ୟାଙ୍କର ଶିଡ଼ି ଘର ଗ୍ରୀଲ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବ୍ୟାଙ୍କରୁ ଡକାୟତି କରିବା ନେଇ ଏକ ବଡ଼ଧରଣର ଯୋଜନା କରିଥିଲେ। ମାତ୍ର ବ୍ୟାଙ୍କର ମୁଖ୍ୟ ପ୍ରବେଶ ଦ୍ୱାରର ତାଲା ଭାଙ୍ଗି ପାରି ନ ଥିବାରୁ ଡକାୟତି ଉଦ୍ୟମ ପଣ୍ଡ ହୋଇଛି।
ଶୁକ୍ରବାର ବ୍ୟାଙ୍କ ଅଧିକାରୀମାନେ ଗ୍ରୀଲ୍‌ ତାଲା ଭଙ୍ଗାଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୂର୍ବରୁ ରୂପ୍‌ସା ଅଞ୍ଚଳର ନିତ୍ୟାନନ୍ଦ ପଟ୍ଟନାୟକ ଓ ଜଗନ୍ନାଥ ଦାସଙ୍କ ଗେଟ୍‌ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବାଇକ୍‌ ଚୋରି କରି ଚମ୍ପଟ ମାରିଥିଲେ। ଏହାଛଡ଼ା ରୂପ୍‌ସା ସାପ୍ତାହିକ ହାଟରେ ଏକ ସକ୍ରିୟ ର଼୍ୟାକେଟ୍‌ ନିୟମିତ ବ୍ୟବସାୟୀ ଓ ଗ୍ରାହକଙ୍କ ଠାରୁ ଦାମୀ ମୋବାଇଲ ଲୁଟ୍‌ କରିବାରେ ସଫଳ ହେଉଥିବାବେଳେ ସେମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଆପରାଧିକ କାର୍ଯ୍ୟକଳାପ ରୋକିବା ସହ ଲୁଟେରାଙ୍କୁ କାବୁ କରିବା ଦିଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ରହିବେ ଜ୍ୟୋତି ପାଣିଗ୍ରାହୀ, ମିଳିଲା ବାଲେଶ୍ୱର ଜିଲା ସଭାପତି ଦାୟିତ୍ୱ

ଭୁବନେଶ୍ୱର, ୨୩।୫: ବୁଧବାର ବିଜେଡିରୁ ଇସ୍ତଫା ଦେଇଥିବା ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମନ ପରିବର୍ତ୍ତନ କରି ବିଜେଡିରେ ରହିଛନ୍ତି।...

ଆଭାସୀ ମାଧ୍ୟମରେ ସମୀକ୍ଷାକଲେ ଜିଲାପାଳ

ବାଲେଶ୍ୱର, ୨୩।୫(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ଓ ୨୬ ତାରିଖରେ ହେବାକୁ...

ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ: ଭିଡିଓ ଶେୟାର କରି କହିଲେ ଏମିତି କଥା

ଭୁବନେଶ୍ୱର,୨୨।୫: ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବୁଧବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି।...

ଦୁର୍ଘଟଣାରେ ଇସ୍ରୋ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋର, ୨୨ା୫(ଜନ୍ମେଜୟ ମିଶ୍ର):ଇସ୍ରୋରେ ପାଠ ପଢୁଥିବା ସୋର ପୌରାଞ୍ଚଳ ୧ ନମ୍ବର ୱାର୍ଡ ବାରପଡା ଗ୍ରାମର ଶ୍ରବଣ କୁମାର ଦାସ(୨୧)ଙ୍କ ସୋମବାର କାର୍‌ ଦୁର୍ଘଟଣାରେ ମୃତ୍ୟୁ...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

ପ୍ରେମ ପାଇଁ କାଙ୍ଗାଳ ହେଲେ କୋଟିପତିଙ୍କ ପୁଅ, ହରାଇଲେ ୭୦ କୋଟି ଟଙ୍କାର ସମ୍ପତ୍ତି

ଜୟପୁର,୧୯ା୫: ରାଜସ୍ଥାନର ଏଆର୍‌ଏଲ ଗ୍ରୁପ ଏବଂ ଅକ୍ଷତ ବିଲଡର୍ସଙ୍କ ବିରୋଧରେ ଆୟକର ବିଭାଗ ଦ୍ୱାରା କରାଯାଇଥିବା ଚଢ଼ାଉରେ ପ୍ରିୟଜନଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଥିବା ଘଟଣା ମଧ୍ୟ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)।...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri