ମାଟିମୂର୍ତ୍ତିର ମ୍ୟୁଜିୟମ

ସାତମାଇଲ,୮।୩: ମହାବୀରଙ୍କଠାରୁ ମହାତ୍ମା ଗାନ୍ଧୀ। ତିଳକଙ୍କଠାରୁ ତେଜସ୍ବିନୀ ଲକ୍ଷ୍ମୀବାଈ। ସୁନ୍ଦର ଆଲୋକରେ ଝଲସୁଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଲୋକକଳା, ସ୍ବାଧୀନତା ସଂଗ୍ରାମର ଗାଥା, ଜନଜୀବନର ଗହନ କଥା। ଜନଗଣଙ୍କ ଜାଣିବା ଲାଗି ପ୍ରତିଟି ବିଷୟରେ ଦର୍ଶାଯାଇଛି ସଂକ୍ଷିପ୍ତ ସୂଚନା। ଫଟୋଚିତ୍ରରେ ନୁହେଁ, ସବୁ ନିର୍ମାଣ ହୋଇଛି ମାଟିରେ। ଏଭଳି ମାଟିମୂର୍ତ୍ତିର ମ୍ୟୁଜିୟମ ନିର୍ମାଣ ପଛରେ ଯାହାଙ୍କ ନିଷ୍ଠା ଓ ଉଦ୍ୟମ ରହିଛି, ସେ ହେଲେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ପାଟଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ସାହୁ। କଷ୍ଟସାଧ୍ୟ ବିଷୟବସ୍ତୁଗୁଡ଼ିକୁ ଯେପରି ପିଲାମାନେ ସହଜରେ ବୁଝିପାରିବେ ଏବଂ ମନେରଖିପାରିବେ ସେଥିଲାଗି ଏଭଳି ଏକ ପରିକଳ୍ପନା କରିଥିଲେ ଧନେଶ୍ୱର, ଯାହା ଏବେ ଜ୍ଞାନ ବାଣ୍ଟିବା ସହ ଇତିହାସ ସହ ନୂଆପିଢ଼ିକୁ ଯୋଡୁଛି।

ସଂଗ୍ରହାଳୟ ବା ମ୍ୟୁଜିୟମ ହେଉଛି ଜ୍ଞାନର ଭଣ୍ଡାର। ଇତିହାସ, ଭୂଗୋଳ, ରାଜନୀତି, ପ୍ରଶାସନିକ ଘଟଣାବଳୀ, ଜନଜାତିଙ୍କ ଜୀବନଶୈଳୀ ବିଷୟରେ ଏଠାରେ ସାଇତା ହୋଇ ରହିଥାଏ ଅନେକ ସୂଚନା। ତେଣୁ ଇତିହାସ ଏବଂ ବର୍ତ୍ତମାନକୁ ଯୋଡ଼ି ରଖିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପର୍ଯ୍ୟଟନର ଅନ୍ୟତମ ଅଙ୍ଗ ହୋଇଥିବାରୁ ବିଭିନ୍ନ ସ୍ଥାନରେ ମ୍ୟୁଜିୟମ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ପାଟଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଧନେଶ୍ୱର ସାହୁ ବ୍ୟକ୍ତିଗତ ଉଦ୍ୟମରେ ସ୍କୁଲରେ କରିଛନ୍ତି ମାଟିମୂର୍ତ୍ତିର କ୍ଷୁଦ୍ର ସଂଗ୍ରହାଳୟ, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ଧନେଶ୍ୱରଙ୍କ ଘର ହିନ୍ଦୋଳ ବ୍ଲକ ମହାଲୁଣ୍ତା ଗ୍ରାମରେ। ୧୯୮୪ରୁ ପାଟଲା ହାଇସ୍କୁଲରୁ ସେ ଆରମ୍ଭ କରିଥିଲେ ଶିକ୍ଷକତା ଜୀବନ। ୨୦୧୨ ନଭେମ୍ବରରୁ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇ ବିଦ୍ୟାଳୟର ସମସ୍ତ ଦାୟିତ୍ୱ ସୁଚାରୁରୂପେ ତୁଲାଇ ଆସୁଛନ୍ତି। ଶିକ୍ଷାକ୍ଷେତ୍ରରେ ଦୀର୍ଘଦିନର ଅଭିଜ୍ଞତାକୁ ପୁଞ୍ଜିକରି ସେ ସ୍କୁଲରେ ଗଢ଼ିଛନ୍ତି ନିଆରା ମାଟିମୂର୍ତ୍ତିର ସଂଗ୍ରହାଳୟ, ଯେଉଁଥିରେ ସ୍ଥାନିତ ହୋଇଛି ଓଡ଼ିଶାର ଲୋକସଂସ୍କୃତି, ସଂଗ୍ରାମୀ, ମହାପୁରୁଷ, କବି, ଲେଖକ, ସମାଜ ସଂସ୍କାରକଙ୍କ ପ୍ରତିମୂର୍ତ୍ତି ଏବଂ ସେସମ୍ପର୍କିତ ସଂକ୍ଷିପ୍ତ ଇତିହାସ। ଏହାକୁ ବାଦ୍‌ଦେଲେ ଜନଜାତିଙ୍କ ଜୀବନଶୈଳୀ, ବରଫ ଉପତ୍ୟକାରେ ରହୁଥିବା ଏସ୍କିମୋ, ବିଲୁପ୍ତପ୍ରାୟ ପ୍ରାଣୀ, ଅଭୟାରଣ୍ୟ, ଏନ୍‌ସିସି, ସ୍କାଉଟ୍‌, ଗାଇଡ୍‌, ଜୁନିୟର ରେଡ୍‌କ୍ରସ୍‌, ଓଡ଼ିଶାର ମନ୍ଦିର ପରମ୍ପରା, ଉପଦେଶମୂଳକ କାହାଣୀ ସମ୍ପର୍କିତ ବିଷୟବସ୍ତୁ କଳାକୁଞ୍ଜ ମାଧ୍ୟମରେ ପ୍ରଦର୍ଶିତ ହେଉଛି।
ଏ ସମ୍ପର୍କରେ ନିଜ ଅନୁଭୂତି ବଖାଣି ଧନେଶ୍ୱର କୁହନ୍ତି, କଲିକତାସ୍ଥିତ ଶିଶୁ ଉଦ୍ୟାନ ଦେଖିବା ପରେ ମାଟିମୂର୍ତ୍ତିର ସଂଗ୍ରହାଳୟଟିଏ କରିବାକୁ ତାଙ୍କ ମନରେ ଉତ୍କଣ୍ଠା ଜାତ ହୋଇଥିଲା। ପ୍ରଥମେ ଘରୁ ଏହାର ଭିତ୍ତିଭୂମି ପଡ଼ିଥିଲା। ମାଟି, ଆନୁଷଙ୍ଗିକ ଉପକରଣ ସଂଗ୍ରହ କରି ମୂର୍ତ୍ତି ତିଆରିରେ ସେ ଲାଗିପଡ଼ିଥିଲେ। ଏଥିରେ ସ୍ତ୍ରୀ ସଲିଳ ସାହୁ ସବୁପ୍ରକାର ସହାୟତା କରି ଆସିଛନ୍ତି। ୨୦୧୬ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ୨୦୧୮ ବେଳକୁ ପାଖାପାଖି ପୂର୍ଣ୍ଣାଙ୍ଗ ରୂପ ନେଇସାରିଥିଲା। ଶିକ୍ଷା ବିଭାଗ ଏବଂ ପ୍ରଶାସନର ଅନୁମତିକ୍ରମେ ୨୦୧୮ ନଭେମ୍ବର ୧୪ ଶିଶୁ ଦିବସରେ ବିଦ୍ୟାଳୟରେ ବିଧିବଦ୍ଧ ଭାବେ ଏହାକୁ ସ୍ଥାନାନ୍ତର କରାଯାଇଥିଲା। ତତ୍କାଳୀନ ଉପଜିଲାପାଳ ଭବେଶ କୁମାର ନାୟକ ଏହାର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟରେ ସ୍କୁଲର ସମସ୍ତ ସହକର୍ମୀ, ଛାତ୍ର୍ରୀଛାତ୍ରଙ୍କ ଅକୁଣ୍ଠ ସହଯୋଗ ମିଳିଛି। ପାଟଲା ସ୍କୁଲ ବହୁ ପୁରୁଣା। ୧୯୮୧ରେ ଏହାର ସ୍ଥାପନ ହୋଇଥିଲା। ପ୍ରଥମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଥିବାବେଳେ ୧୯୯୮ରେ ନବମ ଏବଂ ଦଶମ ଶ୍ରେଣୀକୁ ସାମିଲ କରାଯାଇଛି। ଏଭଳି ଏକ ସଂଗ୍ରହାଳୟ ଦ୍ୱାରା ପିଲାମାନେ ଅବୁଝା ବିଷୟ ସହଜରେ ବୁଝିପାରୁଛନ୍ତି। ଏହାକୁ ଦେଖିବାକୁ ଜିଲାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଏବଂ ଛାତ୍ରୀଛାତ୍ର ଆସୁଛନ୍ତି। ୨୦୧୯ ସ୍ବାଧୀନତା ଦିବସରେ ଜିଲା ପ୍ରଶାସନ ପକ୍ଷରୁ ସ୍କୁଲକୁ ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ମିଳିବା ଖୁବ୍‌ ଖୁସି ଦେଇଥିଲା। ଆଗାମୀ ଦିନରେ ସଂଗ୍ରହାଳୟର କଳେବର ବଢ଼ାଇବା ଲକ୍ଷ୍ୟ ରହିଛି ବୋଲି ଧନେଶ୍ୱର କହିଛନ୍ତି।

ସୁଶାନ୍ତ କୁମାର ପତି


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri