Posted inଫୁରସତ

ବ୍ଲାକ ଡାଇମଣ୍ଡ ସେଓ: ସ୍ବାଦ ମହୁଠାରୁ ବି ମିଠା

ବଜାରରେ ଲାଲ, ସବୁଜ ଓ ହାଲ୍‌କା ହଳଦିଆ ରଙ୍ଗର ସେଓ ଦେଖିଥିବେ। ଏହାବାଦ୍‌ ପୃଥିବୀର ୨୦ରୁ ଅଧିକ ଦେଶରେ ଏ ପର୍ଯ୍ୟନ୍ତ ୨୦୦ରୁ ଅଧିକ କିସମର ସେଓ ଉତ୍ପାଦନ ହୋଇସାରିଲାଣି। ଏହା ମଧ୍ୟରେ ଗୋଟିଏ ହେଉଛି କଳା ତଥା ଗାଢ ବାଇଗଣୀ ରଙ୍ଗର ଏକପ୍ରକାରର ସେଓ। ଯାହାକି ‘ବ୍ଲାକ୍‌ ଡାଇମଣ୍ଡ’ ସେଓ ନାମରେ ପରିଚିତ। ଏହି ଦୁର୍ଲଭ ସେଓର ସ୍ବାଦ ମହୁଠାରୁ ବି ମିଠା। ତିବ୍ବତର ପାହାଡ଼ ଅଞ୍ଚଳ ତଥା ସମୁଦ୍ର ପତ୍ତନରୁ ୩୧୦୦ ମିଟର ଉଚ୍ଚତାରେ ଉତ୍ପାଦନ ହୋଇଥାଏ ଏହି ସେଓ। ବହୁତ ଉଚ୍ଚତାରେ ଚାଷ ହେଉଥିବାରୁ ଏଠାକାର ଦିନ ଓ ରାତିର ତାପମାତ୍ରା ଭିତରେ ବହୁତ ଅନ୍ତର ଥାଏ। ଦିନରେ ସେଓ ଉପରେ ପ୍ରଚଣ୍ଡ ଖରା ସହ ଅତି ବାଇଗଣୀ ରଶ୍ମି ପଡିବାବେଳେ ରାତିରେ ପଡେ ପ୍ରବଳ ଥଣ୍ଡା। ତେଣୁ ଏହି ସେଓ ବାଇଗଣୀ ରଙ୍ଗର ପାଲଟି ଯାଇଥାଏ। ତିବ୍ବତରେ ଉକ୍ତ ସେଓକୁ ‘ହୁଆ ନିଉ’ କୁହାଯାଏ। ଏହାର ମୂଲ୍ୟ ମଧ୍ୟ ବହୁତ। ତେବେ ଚାଷୀ ଏହାକୁ ଉତ୍ପାଦନ କରିବାକୁ ବେଶି ଇଚ୍ଛା ପ୍ରକାଶ କରନ୍ତି ନାହିଁ। କାରଣ ଏହାର ଗଛରେ ଫଳ ଧରିବାକୁ ପ୍ରାୟ ୮ ବର୍ଷ ଲାଗିଯାଏ। ଏଥିରେ ନ୍ୟୁଟ୍ରିଶନ୍‌ ଭେଲ୍ୟୁ ବି କମ୍‌। କିନ୍ତୁ ଏହାର ମୂଲ୍ୟ ଗୋଟିଏ ସେଓ ପିଛା ୫୦୦- ୧୦୦୦ଟଙ୍କା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri