ଉଚ୍ଚଶିକ୍ଷା ପାଇଁ ଖଲାସି କାମ କରୁଛନ୍ତି ମେଧାବୀ ଛାତ୍ର

ଲୋଇସିଂହା,୪।୩: ବଲାଙ୍ଗୀର ଜିଲା ଲୋଇସିଂହା ବସ୍ତି କୁମ୍ଭାରପଡ଼ାର ମେଧାବୀ ଛାତ୍ର ମୁନୁ ରଣା। ମୁମ୍ବାଇ ଦେଉନର ସ୍ଥିତ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନର ଶିକ୍ଷା ବିଭାଗରେ ଏମ୍‌ଏ କରୁଛନ୍ତି। ଲକ୍‌ଡଉନ ଯୋଗୁ ଘରକୁ ଫେରିଛନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନାହିଁ। ଏପରିସ୍ଥଳେ ଶିକ୍ଷା ସମ୍ପୂର୍ଣ୍ଣ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ଗୁରୁବାର ବ୍ଲକ ପରିସରରେ ବିଜୁ ପକ୍କା ଘର ସୂଚନା ଫଳକ ପରିବହନ କାର୍ଯ୍ୟରେ ନିୟୋଜିତ ବେଳେ ସେ ଲୋକଙ୍କ ଦୃଷ୍ଟିକୁ ଆସିଥିଲେ। ଏହି ଅବସରରେ ମୁନୁ ବଖାଣିଥିଲେ ତାଙ୍କ ଦୁଃଖ ଓ ସଂଘର୍ଷ କାହାଣୀ।
ଲୋଇସିଂହା କୁମ୍ଭାରପଡ଼ାର ବନୀତା ଓ ସ୍ବର୍ଗତ ଚକ୍ରଧର ରଣାଙ୍କ ପୁଅ ମୁନୁ। ୨୦୦୯ରେ ସେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ବ୍ଲକ ପରିସରରେ ଥିବା ଛତୁଆ କାରଖାନାରେ ମୂଲ ଲାଗୁଥିବା ବିଧବା ମା’ ୨ ପୁଅଙ୍କୁ ପାଠ ପଢାଇବା ସହ ଘର ଚଳାଇବାକୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ମୁନୁ ଲୋଇସିଂହା ସ୍ଥିତ ଏକ କମ୍ପ୍ୟୁଟର ସଂସ୍ଥାରେ ଝାଡୁ ମାରିବା ସହ ପାଣିଛତ୍ରରେ ପାଣି ଦେଉଥିଲେ। ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳାଇବା ସହ ପାଠପଢା ଖର୍ଚ୍ଚ ତୁଲାଉ ଥିଲେ। ବହୁକଷ୍ଟରେ ସେ ଯୁକ୍ତ ୩ ଶେଷ କରିଥିଲେ। ପରେ ସେ ମହାରାଷ୍ଟ୍ରର ମହତ୍ମା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟରେ ବିଏଡ କରିଛନ୍ତି। ୨୦୧୯ ଶିକ୍ଷା ବର୍ଷରେ ମୁମ୍ବାଇ ଟାଟା ସାମାଜିକ ବିଜ୍ଞାନ ସଂସ୍ଥାନରେ ଏମ୍‌ଏ ପାଇଁ ନାମ ଲେଖାଇଛନ୍ତି। କରୋନା ଯୋଗୁ ଗତ ଏପ୍ରିଲରେ ସେ ଲୋଇସିଂହା ଫେରି ଆସିଥିଲେ। ପରବର୍ତ୍ତି ସମୟରେ ସେ ଏକ ମୋବାଇଲ ଫୋନରେ ଅନ୍‌ଲାଇନରେ ପାଠ ପଢୁଛନ୍ତି। ଏହା ପଢାରେ ବ୍ୟାଘତ ହେଉଛି। ଏନେଇ ସେ ଏକ ଲାପ୍‌ଟପ୍‌ ଯୋଗାଇଦେବାକୁ ସ୍ଥାନୀୟ ବିଧାୟକ ଏବଂ ଜିଲା ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ଅଦ୍ୟାବଧି କୌଣସି ବ୍ୟବସ୍ଥା ହୋଇପାରି ନାହିଁ। ଶେଷରେ ଖଲାସି କାମ କରି ଅର୍ଥ ଯୋଗାଡ଼ କରିବାକୁ ନିଷ୍ପତ୍ତି ନେଇଥିଲେ। ଗୁରୁବାର ବ୍ଲକ ପରିସରରୁ ଟ୍ରକ ଯୋଗେ ପଞ୍ଚାୟତକୁ ସୂଚନା ଫଳକ ସ୍ଥାନାନ୍ତରଣ ବେଳେ ଏନ୍‌ଏସି ମାନ୍ୟତା ଦାବିରେ ଧାରଣାରତ କେତେକ ବ୍ୟକ୍ତିଙ୍କ ଦୃଷ୍ଟିକୁ ସେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri