Odisha Elections 2024

ସାମାଜିକ ବାସନ୍ଦ ଯୋଗୁ ୧୦ ଘଣ୍ଟା ପଡିରହିଲା ମୃତଦେହ: ଗାଁରେ ଚାପା ଉତ୍ତେଜନା

କେନ୍ଦୁଝର,୨।୩ (ସ୍ବ.ପ୍ର.): ସାମାଜିକ ବାସନ୍ଦ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଦୀର୍ଘ ପ୍ରାୟ ୧୦ ଘଣ୍ଟା ଧରି ସତ୍କାର ହୋଇ ନ ପାରି ଅଟକି ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁଝର ଜିଲା ସ୍ଥାନୀୟ ଧୋବାଡ଼ିହା ସାହିରେ ପୋଲିସ ଓ ମାଜିଷ୍ଟ୍ରେଟ ଉପସ୍ଥିତରେ ସାମୟିକ ଭାବେ ସମସ୍ୟାର ସମାଧାନ ହେବାପରେ ଅନ୍ତ୍ୟେଷ୍ଟି କ୍ରିୟା ଶେଷ ହୋଇଥିଲେ ହେଁ ଏହାକୁ ନେଇ ସାହିରେ ଚାପା ଉତେଜନା ଲାଗିରହିଛି। ମୃତକଙ୍କ ନାଁ ଯଦୁମଣି ବୋଲି ଜଣାପଡିଛି। ବାସନ୍ଦର ସଠିକ କାରଣ ଜଣା ପଡି ନ ଥିଲେ ହେଁ ଆଧୁନିକ ଯୁଗରେ ଏଭଳି ଘଟଣା ଜିଲା ମୁଖ୍ୟାଳୟରେ ଘଟିବା ଆଲୋଚନାର ବିଷୟ ହୋଇଛି। ତେବେ ରାଜନୀତି ଏବଂ ଜମିଜମା ପ୍ରସଙ୍ଗକୁ ନେଇ ସାହିଲୋକ ଦୀର୍ଘ ବର୍ଷ ହେଲେ ମୃତ ଯଦୁମଣୀ ଓ ତାଙ୍କ ପରିବାରକୁ ସାହିରୁ ବାସନ୍ଦ କରାଯାଇଥିଲା। ସୋମବାର ଯଦୁମଣୀଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ଅନ୍ତିମ ସତ୍କାର ପାଇଁ ପଡୋଶୀମାନେ ମୃତଦେହକୁ ଛାଡୁ ନ ଥିବା ଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଥିଲା। ଖବର ପାଇ ଟାଉନ ଥାନା ଅଧିକାରୀ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଅନ୍ତିମ ସତ୍କାର ପାଇଁ ମୃତଦେହକୁ ସାହି ଲୋକ ଛାଡିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନ୍ତିମ ସତ୍କାର ପାଇଁ ନେଇଥିବା ଦେଖିବାକୁ ମିଳିଛି। ଏନେଇ ତହସିଲଦାର ଆଶୀଷ ମହାପାତ୍ର କହିଛନ୍ତି ଯେ ସାମୟିକ ଭାବେ ଘଟଣାର ସମାଧାନ ହୋଇ ଅନ୍ତିମ ସତ୍କାର ସରିଛି। ଘଟଣା ଉପରେ ନଜର ରଖୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପରୀକ୍ଷାରେ ଚମକିଲେ ଦିବ୍ୟ ପ୍ରସାଦ

ପାଟଣା,୨୬।୫(ବୀର କିଶୋର ଦାଶ): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ କଟକ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା...

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଚାଲିଛି ମୂଲ୍ୟାଙ୍କନ, ଏହି ଦଳ ମାରିବ ବାଜି…

ହାଟଡିହୀ,୨୬ା୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ପରୀକ୍ଷା ସରିଯାଇଛି। କାହା ସପକ୍ଷରେ କେତେ ଭୋଟ୍‌ ଯିବ ତାକୁ ନେଇ ଏବେ ମୂଲ୍ୟାଙ୍କନ ଚାଲିଛି। ଜନାଦେଶ ଫଳାଫଳ...

ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭୋଟ ହାର ୭୪.୬୫%, ରାତି ସାଢ଼େ ୧୦ଟା ଯାଏ ଚାଲିଲା ମତଦାନ

ହାଟଡିହୀ,୨୬।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୯୧ଟି ଭୋଟ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇଛି। ଉକ୍ତ ବିଧାନସଭା କ୍ଷେତ୍ର ଅଧୀନରେ ହାଟଡିହୀ ଏବଂ...

ଇଭିଏମ୍‌ ସିଲ୍‌ ପୂର୍ବରୁ ଚେତା ହରାଇଲେ ପୋଲିଂ ଅଫିସର

ପାଟଣା,୨୫ା୫(ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟରେ ନିର୍ବାଚନ କାର୍ଯ୍ୟ କରୁଥିବା ଜଣେ ଫାଷ୍ଟ ପୋଲିଂ ଅଫିସର ଶନିବାର ରାତିରେ...

ଭୋଟ ଦେଲେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଅଖିଳ

ପାଟଣା,୨୫।୫(ବୀର କିଶୋର ଦାଶ): ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ୨୭୩ଟି ବୁଥରେ ମତଦାନ ଆରମ୍ଭ...

ଘୁମୁସର ବନଖଣ୍ଡରେ ୮୧ ହାତୀ

ଭଞ୍ଜନଗର/ଆସିକା,୨୪।୫(ବାବୁଲା ପ୍ରଧାନ/ ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମସର ଦକ୍ଷିଣ ବନଖଣ୍ଡରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା...

ଇଭିଏମ୍‌ ମେଶିନ ଅଚଳ, ଧାଡିରେ ଥିବା ଲୋକେ ନିରାଶ

ହାଟଡିହି,୨୫।୫(ଶୁଭକାନ୍ତ ନାୟକ): ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ...

ବୁଥରେ ପ୍ରଥମ ଭୋଟ ଦେଲେ ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବୁଥରେ ପହଞ୍ଚି ପ୍ରଥମ ଭୋଟ ଦେଇଛନ୍ତି। ଅଭିମନ୍ୟୁ ନିଜ ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri