ସୁବାସୀ ସଂରକ୍ଷିତ ଜଙ୍ଗଲରେ ନିଆଁ

ଖୁଣ୍ଟୁଣୀ,୨୬।୨(ଡି.ଏନ.ଏ.): ଆଠଗଡ଼ ବନାଞ୍ଚଳ ଅଧୀନ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୪୦ ଏକର ଜଙ୍ଗଲ ପୋଡିଯାଇଥିବା ଜଣାପଡିଛି। ଏହି ଜଙ୍ଗଲ ରମ୍ପେଇ ଗ୍ରାମବାସୀଙ୍କ ଦ୍ବାରା ୧୯୯୫ରୁ ଜଗାରଖା କରାଯାଉଥିଲା। ଗତ ସପ୍ତାହରେ ଏଠାରେ ନିଆଁ ଲାଗି ପ୍ରାୟ ୨୦ ଏକର ଜଙ୍ଗଲ ପୋଡି ଯାଇଥିବାବେଳେ ଗୁରୁବାର ପ୍ରାୟ ୪୦ ଏକର ପୋଡିଯାଇଥିବା ବନସୁରକ୍ଷା ସମିତି କର୍ମକର୍ତ୍ତା ଦିଲୀପ ଶେଠ କହିଛନ୍ତି। ତେବେ ନିଆଁ ଲିଭାଇବା ପାଇଁ ଆଠଗଡ଼ ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲେ ମଧ୍ୟ ସେଠାରେ ସେହି ସମୟରେ ଦମକଳ ଗାଡି ନ ଥିବା ଅଗ୍ନିଶମ ଅଧିକାରୀ ଦୁଷ୍ମନ୍ତ ସ୍ବାଇଁ କହିଛନ୍ତି। ଅପରାହ୍ନ ୩ଟାରେ ବନାଞ୍ଚଳ ଅଧିକାରୀ ଅୟେସା ଅଖ୍‌ତାର ନିଶାଙ୍କ ଏୟାର ଟ୍ୟାଗ ପଠାଇ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ କେତେଜଣ ପେସାଦାର ଶିକାରୀ, କାଠଚୋର ଓ କାଠ କୋଇଲା ମାଫିଆମାନେ ନିଆଁ ଲଗାଇ ଦେଇଥିବା ବନସୁରକ୍ଷା ସମିତି ପକ୍ଷରୁ ସନ୍ଦେହ କରାଯାଉଛି। ସେମାନଙ୍କୁ ଧରିବା ପାଇଁ ଯୋଜନା କରାଯାଉଥିବା ସମିତି ପକ୍ଷରୁ କୁହାଯାଇଛି। ରିପୋର୍ଟ ଲେଖାଯିବାବେଳକୁ ନିଆଁ ଅନ୍ୟ ଜଙ୍ଗଲକୁ ବ୍ୟାପୁଥିବା ଜଣାପଡିଛି। ଖୁଣ୍ଟୁଣୀ ବନାଞ୍ଚଳକୁ ସୁରକ୍ଷା ପାଇଁ ଖୁଣ୍ଟୁଣୀଠାରେ ଦମକଳ କେନ୍ଦ୍ର ସ୍ଥାପନ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri