ଆଜିଠୁ ପ୍ରସିଦ୍ଧ ମାଘମେଳା

ଢେଙ୍କାନାଳ ଅଫିସ, ୨୫।୨: ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ମହିମାଗାଦିରେ ଗୁରୁବାରଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ମାଘମେଳା। ନୂଆ ରୂପରେ ଫେରିଥିବା କରୋନା ଭୂତାଣୁ ଅଧିକ ମାରାତ୍ମକ ହୋଇଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସରକାରୀ ଗାଇଡ୍‌ ଲାଇନ ଅନୁଯାୟୀ ପ୍ରଶାସନ ପକ୍ଷରୁ ଜିଲା ସମେତ ରାଜ୍ୟ ବାହାରର ସାଧୁସନ୍ଥଙ୍କୁ ବାରଣ କରାଯାଇଛି। ଜନସମାଗମ ଉପରେ କଟକଣା ଲଗାଯାଇଛି। ଫଳରେ ମହିମାଗାଦି ଖାଁ ଖାଁ ଲାଗୁଛି। ଅନ୍ୟପଟେ ମେଳା ସୁପରିଚାଳନା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୭ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବ୍ୟାରିକେଡ୍‌, ଆଲୋକୀକରଣ, ପାନୀୟଜଳ ବ୍ୟବସ୍ଥା ହୋଇଛି। ବୁଧବାର ସନ୍ଧ୍ୟାରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଏସ୍‌ପି କେ. ଶିବା ସୁବ୍ରମଣି, ଉପଜିଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ ପ୍ରମୁଖ ମେଳା ପରିସର ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଥିଲେ।
ଯୋରନ୍ଦାର ମାଘମେଳା ମହିମା ଧର୍ମାବଲମ୍ବୀଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ। ଏହି ଉପଲକ୍ଷେ ଶୂନ୍ୟଦିଅଁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଆୟୋଜିତ ହୋଇଥାଏ। ଏଥିଲାଗି ମହିମାଗାଦିର ସାଧୁସନ୍ଥଙ୍କ ସମେତ ବାହାରର ମାତ୍ର ୬୦ ଜଣ ସନ୍ନ୍ୟାସୀଙ୍କୁ ଅନୁମତି ମିଳିଛି। ଚଳିତବର୍ଷ ଅପରାହ୍ନ ୫ଟା ୪୦ରେ ଝାଡ଼ଦୀପ ପ୍ରଜ୍ୱଳନ ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସ୍‌ପିଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଏସ୍‌ପି, ୩ ଡିଏସ୍‌ପି, ୮ ଇନ୍ସପେକ୍ଟର, ୪୪ ଏସ୍‌ଆଇ, ଏଏସ୍‌ଆଇ, ୫୦ ଓଆର୍‌ କନଷ୍ଟେବଳ, ୭ ହାବିଲଦାର, ୧୨୦ ହୋମଗାର୍ଡ, ୬ ଟ୍ରାଫିକ୍‌ ପୋଲିସ ସମେତ ୭ ପ୍ଲାଟୁନ ଓଏସ୍‌ଏପି ଫୋର୍ସ ମୁତୟନ କରାଯାଇଛି। ସନ୍ଧାନୀ କୁକୁର, ବୋମାସ୍କ୍ବାଡ୍‌ ମଧ୍ୟ ନିୟୋଜିତ ହୋଇଛନ୍ତି। କରୋନା ଗାଇଡ୍‌ ଲାଇନ୍‌ ଅନୁପାଳନପୂର୍ବକ ମେଳା ପରିସରକୁ ବ୍ୟବସାୟୀଙ୍କୁ ବାରଣ କରାଯାଇଛି। ଗାଦି ମନ୍ଦିର ପରିସରକୁ ଥରକେ ୫୦ ଜଣଙ୍କୁ ଛାଡ଼ିବା ଲାଗି ନିଷ୍ପତ୍ତି ହୋଇଛି। ଚଳିତବର୍ଷ ମହିମା ମହୋତ୍ସବ ମଧ୍ୟ ବନ୍ଦ କରାଯାଇଛି।

ପରିବେଶ ଶ୍ରୀହୀନ ଲାଗୁଛି
କଟକଣା ଯୋଗୁ ବାହାର କିମ୍ବା ସ୍ଥାନୀୟ ଅଞ୍ଚଳର କେହି ବ୍ୟବସାୟୀ ଆସିନାହାନ୍ତି। ସାଧୁସନ୍ଥଙ୍କୁ ମଧ୍ୟ ବାରଣ କରାଯାଇଛି। କହିବାକୁ ଗଲେ ଚଳିତବର୍ଷ ମାଘମେଳା ଶ୍ରୀହୀନ ଲାଗୁଛି। ବିଧି ଅନୁଯାୟୀ ମନ୍ଦିରଗୁଡ଼ିକରେ ରଙ୍ଗ ଲଗାଯାଇଛି। ପରିମଳ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇଛି।
-ପ୍ରଶାନ୍ତ କୁମାର ରାଉତ, ସରପଞ୍ଚ ଯୋରନ୍ଦା

ସାଧୁସନ୍ଥଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି
ମେଳା ସୁପରିଚାଳନା ପାଇଁ ବ୍ୟାରିକେଡ୍‌ ଏବଂ ଆବଶ୍ୟକତା ଅନୁଯାୟୀ ଆଲୋକୀକରଣ ହୋଇଛି। ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ ମେଳା ଆୟୋଜନ ହେଉଛି। ସ୍ଥାନୀୟ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ କୋଭିଡ୍‌ ପରୀକ୍ଷା କରାଯାଇଛି। ୩ଦିନ ଧରି ହେବାକୁ ଥିବା ମେଳାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯାଉଛି ା
-ସାଫଲ୍ୟମଣ୍ଡିତ ପ୍ରଧାନ, ଉପଜିଲାପାଳ

ପ୍ରଥମ ଥର ଏଭଳି ବ୍ୟତିକ୍ରମ
ଯୋରନ୍ଦା ମାଘମେଳା ଇତିହାସରେ ପ୍ରଥମ ଥର ଏଭଳି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ବାହାରର ସାଧୁସନ୍ଥଙ୍କୁ ବାରଣ କରାଯିବା ଦ୍ୱାରା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ତାହାକୁ ନେଇ ଚିନ୍ତା ବଢ଼ିଛି। ଅର୍ପଣ ସୂତ୍ରରେ ଅଧିକାଂଶ ଘିଅ ମିଳୁଥିଲା। ଚଳିତ ବର୍ଷ ଏହା ଅଭାବ ପଡ଼ିବ। ଭକ୍ତମାନଙ୍କୁ ବାରଣ କରାଯିବ କଷ୍ଟଦାୟକ।
-ବାବା ନିତ୍ୟାନନ୍ଦ ଦାସ, ବରିଷ୍ଠ ମହିମା ସନ୍ନ୍ୟାସୀ

ପ୍ରଶାସନ ନିର୍ଦ୍ଦେଶ ପାଳନ କରାଯାଉଛି
ମହିମାଧର୍ମର ଅଧିକାଂଶ ସାଧୁସନ୍ଥ ବାହାରେ ବିଭିନ୍ନ ମଠ ମନ୍ଦିରରେ ରହିଥାନ୍ତି। ମାଘମେଳା ସମୟରେ ବର୍ଷକୁ ଥରେ ସେମାନେ ଗୁରୁଧାମ ତଥା ମହିମାଗାଦିକୁ ନିଶ୍ଚିତ ଭାବେ ଆସିଥାନ୍ତି ା ଘୃତାହୁତି କରି ବିଶ୍ୱ କଲ୍ୟାଣ ପାଇଁ ଝାଡଦୀପ ପ୍ରଜ୍ୱଳନ କରିଥାନ୍ତି। ଯଦିଓ ଢେଙ୍କାନାଳ କରୋନା ମୁକ୍ତ ରହିଛି, ତଥାପି ବିଭିନ୍ନ ରାଜ୍ୟରେ କରୋନା କାୟା ମେଲାଇଲାଣି। ରାଜ୍ୟ ସରକାର ଏବଂ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଜାରି ରହିଛି।
-ପ୍ରଦ୍ୟୁମ୍ନ ରଥ, ମହିମା ଜ୍ୟୋତିଯାତ୍ରା ସଂଯୋଜକ

ଘିଅ ଚିନ୍ତା ଘାରିଛି
ମାଘ ମେଳାରେ ଝାଡ଼ ଦ୍ୱୀପ ପ୍ରଜ୍ୱଳନ, ପ୍ରସାଦ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ନୀତିକାନ୍ତି ପାଇଁ ଶତାଧିକ କୁଇଣ୍ଟାଲ ଘିଅ ଆବଶ୍ୟକ ପଡ଼ିଥାଏ। ପ୍ରତିବର୍ଷ ସଂହଭାଗ ଘିଅ ବାହାରୁ ଆସୁଥିବା ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁମାନେ ପ୍ରଦାନ କରିଥାନ୍ତି। ହେଲେ ଚଳିତ ବର୍ଷ କଟକଣା ପାଇଁ କମ୍‌ସଂଖ୍ୟକ ସାଧୁସନ୍ନ୍ୟାସୀ ଏବଂ ଶ୍ରଦ୍ଧାଳୁଙ୍କୁ ନେଇ ମେଳା ଆୟୋଜନ କରାଯିବ। ତେଣୁ ଘିଅ ଆବଶ୍ୟକତା କେମିତି ପୂରଣ ହେବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ମହିମାଗାଦିର ସାଧୁସନ୍ଥ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

କୋଳି ଖାଇବାକୁ ଡାକି ନେଇ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା: ପ୍ରତିବାଦରେ ରାସ୍ତାରେ ବସିଲେ ବିଭିନ୍ନ ରାଜନୈତିକ ଦଳ

ଭଦ୍ରକ/ଚାନ୍ଦବାଲି,୨୫ା୧୨(ସନାତନ ରାଉତ/ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ବାଲିଗାଁଠାରେ ୨ ଦିନ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା ଚାନ୍ଦବାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri