Posted inଖେଳ

ଆଇପିଏଲ୍‌ରେ କୋହଲିଙ୍କୁ ଆଖି ଦେଖାଇ ବିବାଦକୁ ଆସିଥିଲେ ଏହି ବ୍ୟାଟ୍ସମ୍ୟାନ୍‌, ଏବେ ଦଳରେ ହେଲେ ସାମିଲ

ନୂଆଦିଲ୍ଲୀ,୨୧।୨: ଇଂଲଣ୍ଡ ବିପକ୍ଷ ଆଗାମୀ ଘରୋଇ ଟି୨୦ ସିରିଜ୍‌ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ। ମୁମ୍ବାଇର ଏହି ବ୍ୟାଟ୍ସମ୍ୟାନ୍‌ଙ୍କୁ ଦଳରେ ସାମିଲ କରାଯିବା ପଛରେ ଅନେକ କାରଣ ରହିଛି ବୋଲି କୁହାଯାଉଛି।

ଭାରତୀୟ ଟିମ୍‌ରେ ଏବେ ଜଣେ ବିଜେତାଙ୍କ ଆବଶ୍ୟକତା ରହିଛି। ଏଣୁ ସୂର୍ଯ୍ୟକୁମାରଙ୍କୁ ଦଳରେ ସାମିଲ କରାଯାଇଥିବା କେହି କହୁଛନ୍ତି। କିଛି ଧୋନୀ ସନ୍ୟାସ ନେବା ପରେ ମ୍ୟାଚ୍‌ ଫିନିଶରଙ୍କ ସ୍ଥାନ ଖାଲି ରହିଥିଲା, ଏହାକୁ ପୂରଣ କରିବା ଲାଗି ଯାଦବ ଉପଯୁକ୍ତ ବୋଲି କହୁଛନ୍ତି। ସେହିଭଳି ଟି୨୦ ବିଶ୍ୱକପ୍‌ରେ ମିଡିଲ୍‌ ଅର୍ଡର ପାଇଁ ଯାଦବ ଉପଯୁକ୍ତ ବ୍ୟାଟ୍ସମ୍ୟାନ୍‌ ରହିବେ, ଏଥିପାଇଁ ତାଙ୍କ ଚୟନ କରାଯାଇଛି ବୋଲି କେହି କହୁଛନ୍ତି।

ତେବେ ଅକ୍ଟୋବର ୨୮ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୦ର ୪୮ତମ ମ୍ୟାଚ୍‌ରେ ଯାଦବ ଏବଂ କୋହଲିଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଆର୍‌ସିବି ବିପକ୍ଷରେ ୧୬୫ରନ୍‌ର ପିଛା କରୁଥିଲେ। କୋହଲି ଯାଦବଙ୍କୁ ହଇରାଣ କରିବାକୁ ଯାଇ ସ୍ଲେଜ୍‌ କରିଥିଲେ। ଜବାବରେ କୋହଲିଙ୍କୁ ସେ କିଛି ନ କହିଲେ ହେଁ କେବଳ ଚାହିଁ ରହିଥିଲେ। ଏହି ବିବାଦ ସେତେବେଳେ ବେଶ୍‌ ହାଇଲାଇଟ୍‌ ହୋଇଥିଲା। ମ୍ୟାଚ୍‌ରେ ୪୩ବଲ୍‌ରେ ୧୦ ଚୌକା ଏବଂ ୩ ଛକା ସହାୟତାରେ ୭୯ରନ୍‌ କରି ଦଳକୁ ଜିତାଇଥିଲେ। ଏହାପରେ ଯାଦବଙ୍କ ‘ମୈ ହୁଁ ନା’ ପାର୍ଟିଂ ବେଶ୍‌ ଭାଇରାଲ ହୋଇଥିଲା।

ଘଟଣା ସମ୍ପର୍କରେ ପଚରାଯିବାରେ ଯାଦବ କହିଥିଲେ, ହିଟ୍‌ ଅଫ୍‌ ଦ ମୋମେଣ୍ଟ ଯୋଗୁ କୋହଲିଙ୍କ ସହ ସେଭଳି ବିବାଦ ହୋଇଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ। ମାତ୍ର ପରବର୍ତ୍ତୀ ସମୟରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ତାଙ୍କୁ ଚୟନ କରାଯାଇ ନ ଥିଲା। ଏହା ତାଙ୍କୁ ବଡ଼ ଝଟକା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଞ୍ଚଳ ପାଇଁ ଗୌରବ ଆଣିଲେ କଳାହାଣ୍ଡି ଛାତ୍ର ଟେକ: ଖେଳିଗଲା ଖୁସିର ଲହରୀ

କର୍ଲାମୁଣ୍ଡା, ୧୯।୧୨ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲାସ୍ଥିତ ଅମର ଡିଗ୍ରୀ କଲେଜର ଛାତ୍ର ଟେକ ବଗର୍ତ୍ତୀ ଆସନ୍ତା ଜାନୁଆରୀ ୨୬ରେ ନୂଆଦିଲ୍ଲୀ...

ଉସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିଂସା, ଢାକା ସମେତ ଅନେକ ସହରରେ ହଙ୍ଗାମା

ନୂଆଦିଲ୍ଲୀ,୧୯ା୧୨: ବାଂଲାଦେଶରେ ଜୁଲାଇ ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦି ଛଅ ଦିନ ଧରି ଜୀବନ ସହିତ...

ଚାଷୀଙ୍କ ଚେତାବନୀ: ୨୦ ସୁଦ୍ଧା ସମସ୍ତ ଟୋକନ ନ ଆସିଲେ ଆନ୍ଦୋଳନ ତୀବ୍ରତର

ଅତାବିରା/ଗୋଡ଼ଭଗା , ୧୯ା୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାସ):ଧାନର ଅଭାବୀ ବିକ୍ରି ସହ ୪ ଦଫା ଦାବି ନେଇ ରାଜ୍ୟ କୃଷକ ସଂଗଠନ ଗତ ୯ ତାରିଖ ଏନ୍‌ଏଚ୍‌...

ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ: ଦିନ ରାତି ଜଗି ବସିଛନ୍ତି ଚାଷୀ

ଅତାବିରା, ୧୯ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଗତ ମାସ ୨୮ ତାରିଖରୁ ମଣ୍ଡି ଖୋଲିଥିବା ବେଳେ ବର୍ତ୍ତମାନ ମଧ୍ୟ ଧାନ କିଣା ବିକା ସ୍ବାଭାବିକ ହୋଇପାରି ନାହିଁ...

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri