ଆୟ କମାଇଛି ଆଖୁ

ଛେଣ୍ଡିପଦା,୨୧ା୨ : ଆଖୁ ହେଉଛି ଅର୍ଥକରୀ ଫସଲ। ସେଥିପାଇଁ ଧାନ ଅପେକ୍ଷା ଏହି ଚାଷକୁ ଅଧିକ ଗୁରୁତ୍ୱ ଦେଇଥା’ନ୍ତି ଚାଷୀ। କିନ୍ତୁ ଆଖୁଚାଷ ଓ ଚାଷୀଙ୍କ ପ୍ରତି ସରକାରୀ ଅବହେଳା ଦିନକୁ ଦିନ ବଢ଼ୁଛି। ଧାନ ପରି ଏହାକୁ ପ୍ରୋତ୍ସାହନ ଦିଆଯାଉ ନାହିଁ। ଏହାଛଡ଼ା ଆନୁଷଙ୍ଗିକ ଉପକରଣର ମୂଲ୍ୟବୃଦ୍ଧି, ପୁରୁଣା ବିହନ ଅଭାବ, ବଜାର ସୁବିଧା ଉପଲବ୍ଧ କରା ନ ଯିବା ଏବଂ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ବଢ଼ୁଥିବାରୁ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଆଖୁଚାଷ ହ୍ରାସ ପାଇବାରେ ଲାଗିଛି।
ପୂର୍ବରୁ ଛେଣ୍ଡିପଦାରେ ବହୁଳ ଭାବେ ଆଖୁଚାଷ କରାଯାଉଥିଲା। ଚାଷୀମାନେ ଆଖୁରସ ବା ଦୋରୁଅରୁ ଗୁଡ଼ ପ୍ରସ୍ତୁତ କରି ଗାଁ ଗାଁ ବୁଲି ବିକ୍ରି କରିବା ସହିତ ହାଟ ବଜାରକୁ ନେଉଥିଲେ। ଆଖୁଗୁଡ଼ର ଭଲ ଚାହିଦା ଥିବାରୁ ଅନେକ ଜିଲାକୁ ଅନୁଗୋଳରୁ ଗୁଡ଼ ଯୋଗାଯାଇଥାଏ। ୧୯୯୨ରେ ଢେଙ୍କାନାଳ ଶକ୍ତିସୁଗାର ପକ୍ଷରୁ ନୂଆଗାଁ ସମେତ କେତେକ ଅଞ୍ଚଳର ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଇ ଆଖୁଚାଷ କରାଯାଉଥିଲା। କିନ୍ତୁ ଚାଷୀ ଠିକ୍‌ ମୂଲ୍ୟ ନ ପାଇବାରୁ ତାହା ପରବର୍ତ୍ତୀ ସମୟରେ ବନ୍ଦ ହୋଇଗଲା। ସେହିପରି ଦୀର୍ଘବର୍ଷ ହେଲା ସରକାରଙ୍କ ପକ୍ଷରୁ ଆଖୁଚାଷୀଙ୍କୁ ସେପରି ପ୍ରୋତ୍ସାହନ ଦିଆଯାଉ ନାହିଁ। ବିହନ, ସାର, କୀଟନାଶକଠାରୁ ଆରମ୍ଭ କରି ଆଖୁ କିମ୍ବା ଗୁଡ଼ ବିକ୍ରି କରିବା ପାଇଁ ବଜାର ସୃଷ୍ଟି କରାଯାଉ ନାହିଁ। ସହଜରେ ଋଣ ଉପଲବ୍ଧ ସହ ମେଶିନରେ ଅଧିକ ସବ୍‌ସିଡି ଚାଷୀ ଚାହଁୁଥିଲେ ମଧ୍ୟ ସେ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଏହାଛଡ଼ା ଗୁଡ଼ ରଖାଯିବାକୁ ତିଆରି ହେଉଥିବା ମାଠିଆ ଆଉ ମିଳୁନାହିଁ। ଟିଣ ଅପେକ୍ଷା ମାଠିଆରେ ଗୁଡ଼ ଦୀର୍ଘଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହୁଥିଲେ ବି କୁମ୍ଭକାରମାନେ ଏହି ମାଟିପାତ୍ର ତିଆରିରୁ ମୁହଁ ଫେରାଇ ନେଇଛନ୍ତି। ଅନେକ ସମୟରେ ପ୍ରତିକୂଳ ପାଣିପାଗ, ଫସଲର ଉଚିତ ମୂଲ୍ୟ ନ ମିଳିବା, ଆଖୁଭେଳା ବାନ୍ଧିବା ପାଇଁ ପୋତା ଯାଉଥିବା ମେଢ଼ା ଅଭାବ, କୃଷି ବିଭାଗର ସହଯୋଗ ନ ରହିବା, ହାତୀ ଓ ଭାଲୁ ଉପଦ୍ରବ ଆଦି ବିଭିନ୍ନ ସମସ୍ୟା ଯୋଗୁ ଚାଷୀ ଆଖୁଚାଷ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ତଥାପି କମ୍‌ ପରିମାଣର ହେଲେ ବି ବ୍ଲକର କୋରଡ଼ା, ନୂଆଗାଁ, ଡଙ୍ଗାପାଳ, ଜରିପାଳ, ଭଟପାଳ, ମାରୁଢିପ, କଣଲୋଇ, କର୍ଣ୍ଣପାଳ, ଟାଙ୍ଗିରୀ, ସରପାଳ, ବାରମଞ୍ଚା, ପାଟକୁମୁଣ୍ଡା, କମ୍ପସଲା ଆଦି ଗ୍ରାମଗୁଡ଼ିକରେ ଆଖୁଚାଷ ହେଉଥିବା ଚାଷୀମାନେ କହିଛନ୍ତି।
ଅଧିକ ପ୍ରୋତ୍ସାହନ ଆବଶ୍ୟକ
ଧାନ ପରି ଆଖୁଚାଷକୁ ପ୍ରୋତ୍ସାହନ ମିଳୁନାହିଁ। ଅଧିକ ଧାନ ଅମଳ ନିମନ୍ତେ ଯେପରି ଧାଡ଼ିରୁଆ ପାଇଁ ବିଭାଗ ପକ୍ଷରୁ ଚାଷୀଙ୍କୁ ୬୦୦ ଟଙ୍କା ଦିଆଯାଉଛି, ସେହିପରି ଆଖୁଚାଷୀଙ୍କୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଲେ ଅଧିକ ସଂଖ୍ୟାରେ ଚାଷୀ ଏହି ଅର୍ଥକରୀ ଫସଲ ପ୍ରତି ଆଗ୍ରହ ପ୍ରକାଶ କରିବେ।
-ପ୍ରାଣବନ୍ଧୁ ମାଝି ,ଖମାର
କିସମ ପରିବର୍ତ୍ତନ ଜରୁରୀ
ଆଖୁଚାଷରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି, ତା’ଠାରୁ କମ୍‌ ଖର୍ଚ୍ଚରେ ଅନ୍ୟ ଫସଲ କରାଯାଇ ଅଧିକ ଅର୍ଥ ଉପାର୍ଜନ କରାଯାଇପାରୁଛି। ତେଣୁ ଆଖୁଚାଷରୁ ଧୀରେ ଧୀରେ ଚାଷୀ ମୁହଁ ଫେରାଇ ନେଉଛନ୍ତି। ଏହାଛଡ଼ା କିସମ ପରିବର୍ତ୍ତନ ମଧ୍ୟ ଜରୁରୀ ହୋଇପଡ଼ିଛି। ଏ ଦିଗରେ ସରକାର ଦୃଷ୍ଟି ଦେବା ଆବଶ୍ୟକ।
-ଡିଲେଶ୍ୱର ସ୍ବାଇଁ,ରାଇପାଳ

ରିହାତି ଦରରେ ଯୋଗାଯାଉ ଯନ୍ତ୍ରପାତି
ଆଖୁରୁ ଗୁଡ଼ ବାହାର କରିବା ବ୍ୟୟବହୁଳ ହୋଇଛି ଏବଂ ଠିକ୍‌ ସମୟରେ ବଜାରରେ ବିକ୍ରି ହୋଇ ପାରୁନାହିଁ। ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମଧ୍ୟ ମିଳିପାରୁ ନାହିଁ। ତେଣୁ ଆଖୁର ଚାହିଦା ଦିନକୁଦିନ କମୁଛି। ପାଣିପମ୍ପ୍‌, ଆଖୁପେଡ଼ା ଯନ୍ତ୍ର ରିହାତି ଦରରେ ଚାଷୀଙ୍କୁ ଯୋଗାଇ ଦେବା ସହ ଗୁଡ଼ ପ୍ରସ୍ତୁତି ଓ ବିକ୍ରି ପାଇଁ ପ୍ରୋତ୍ସାହନ ଏବଂ ଗୋଦାମ ବ୍ୟବସ୍ଥା ହେଲେ ଆଖୁଚାଷ ପୁଣି ଆଗେଇବ।
-ନରୋତ୍ତମ ନାଏକ, ଯୁବ ସଙ୍ଗଠକ
ପାଣି ଅଭାବ ବଡ଼ ସମସ୍ୟା
ସନ୍ତରାବନ୍ଧ ଅଞ୍ଚଳରେ ପୂର୍ବରୁ ବହୁଳ ଭାବେ ଆଖୁଚାଷ କରାଯାଉଥିଲା। କିନ୍ତୁ ଆଖୁଚାଷ ପାଇଁ ପାଣି ଅଭାବ, ହାତୀ ଦ୍ୱାରା ଫସଲ ନଷ୍ଟ, ଆନୁଷଙ୍ଗିକ ଯନ୍ତ୍ରପାତି ପାଇଁ ଅଧିକ ପ୍ରୋତ୍ସାହନ ନ ମିଳିବା ଆଦି କାରଣରୁ ଏହି ଚାଷ ହ୍ରାସ ପାଉଛି। ସରକାର ଅଧିକ ସହାୟତା ଯୋଗାଇ ଦେଲେ ଚାଷୀମାନେ ପୁଣି ଆଖୁଚାଷ ପ୍ରତି ଧ୍ୟାନ ଦିଅନ୍ତେ।
-ସୁଧାକର ବେହେରା, ସରପଞ୍ଚ
ପେଡ଼ିବାରେ ବ୍ୟୟ ଅଧିକ
ପୂର୍ବରୁ ବହୁଳ ଭାବେ ଆଖୁଚାଷ ହେଉଥିଲା। ସେତେବେଳେ ପୋଢ଼ ଦ୍ୱାରା ଆଖୁପେଡ଼ା ଯାଉଥିଲା। ଏବେ ପୋଢ଼ ପ୍ରାୟ ନ ଥିବାରୁ ଆଖୁ ପେଡ଼ିବାରେ ସମସ୍ୟା ହେଉଛି ା ଡିଜେଲଚାଳିତ ମେଶିନ ଆଣି ପେଡ଼ାଗଲେ ଆୟ ତୁଳନାରେ ବ୍ୟୟ ଅଧିକ ହେଉଛି ା
-ଦୁର୍ଯ୍ୟଧନ ବେହେରା, ଚାଷୀ
ବଢ଼ୁଛି ବନ୍ୟଜନ୍ତୁଙ୍କ ଉପଦ୍ରବ
ପୂର୍ବରୁ ଆମ ଅଞ୍ଚଳକୁ ହାତୀ ଆଦୌ ଆସୁ ନ ଥିଲେ। ଏବେ ହାତୀପଲ ଆସି ବହୁ ଫସଲ ନଷ୍ଟ କରୁଛନ୍ତି। ଭାଲୁ ଉପଦ୍ରବ ମଧ୍ୟ ବଢ଼ିଗଲାଣି। ରାତି ହେଲେ ଭାଲୁ ଆଖୁବାଡ଼ିରେ ପଶି ଫସଲ ଉଜାଡ଼ି ଦେଉଛନ୍ତି। ଅଧିକ ଖର୍ଚ୍ଚ କରୁଥିବା ଚାଷୀ ବଡ଼ କ୍ଷତିର ସମ୍ମୁଖୀନ ହେଉଛନ୍ତି।

-ଗୋବିନ୍ଦ ଚନ୍ଦ୍ର ସାହୁ, ନୂଆଗାଁ ପାଣି ପଞ୍ଚାୟତ ଅଧ୍ୟକ୍ଷ
୮ ବର୍ଷ ହେଲା ପ୍ରୋତ୍ସାହନ ଆସୁନି
ଦୀର୍ଘ ୮ ବର୍ଷରୁ ଅଧିକ ହେବ ଆଖୁଚାଷ ପାଇଁ କୌଣସି ସରକାରୀ ପ୍ରୋତ୍ସାହନ ଆସୁନାହିଁ। କେବଳ କେଉଁ ପ୍ରଣାଳୀରେ ଏହି ଚାଷ କଲେ ଅଧିକ ଅମଳ ମିଳିପାରିବ, ସେ ନେଇ କୃଷି ଅଧିକାରୀମାନେ ଚାଷୀମାନଙ୍କୁ ତାଲିମ ଦେଇପାରିବାର ବ୍ୟବସ୍ଥା ରହିଛି।
-ବିନୋଦ କୁମାର ସିଂ, ସହକାରୀ ଗ୍ରାମ୍ୟ କୃଷି ଅଧିକାରୀ, ଛେଣ୍ଡିପଦା
ଚାଷୀଙ୍କୁ ସୁହାଇଲା ଭଳି ଯୋଜନା ହେଉନି
ସରକାର କୃଷକମାନଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି। କୃଷକଙ୍କୁ ସୁହାଇଲା ପରି ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉ ନାହିଁ। ଚାଷୀମାନଙ୍କ ବିକାଶ ହେଲେ ଦେଶର ବିକାଶ ହୋଇପାରିବ। ତେଣୁ ସରକାର ବିହନ, ସାର, ଔଷଧ ଆଦି ଯୋଗାଇ ଦେବା ସହିତ ଫସଲ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା କରାଗଲେ ଚାଷ ପ୍ରତି ଚାଷୀ ମନ ବଳାଇବେ।
-ପ୍ରତାପ କୁମାର ପ୍ରଧାନ, ଆତ୍ମା ସଭାପତି

 


Enter your email to get our daily news in your inbox.

All Right Reserved By Dharitri.Com

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri