୫ବର୍ଷ ହେଲା ଚାଲିଛି ମେଗା ଜଳସେଚନ ପ୍ରକଳ୍ପ

ବାରିପଦା ଅଫିସ,୨୧।୨- ଖରିଫ ଚାଷ ପାଇଁ ସରକାରଙ୍କ ପକ୍ଷରୁ ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ୫ବର୍ଷ ଧରି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଠିକା କମ୍ପାନୀର ମନମୁଖି କାର୍ଯ୍ୟ ଯୋଗୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନି। ସରକାରଙ୍କ ୫୧୭କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ଖରିଫ ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଅଣଧାନ ଚାଷ ପାଇଁ ପାଣିର ସମସ୍ୟାକୁ ନେଇ ଚିନ୍ତାରେ ପଡ଼ୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲାର ୫ଟି ବ୍ଲକ ଅଞ୍ଚଳରେ।
ଖରିଫ ଋତୁରେ ଚାଷ ପାଇଁ ଜଳାଭାବ ସମସ୍ୟା ଦୂର କରିବା ସକାଶେ ଜିଲାର ବଡ଼ସାହି,ବାଙ୍ଗରିପୋଷି, କପ୍ତିପଦା, ରାଇରଙ୍ଗପୁର ଓ କରଞ୍ଜିଆ ବ୍ଲକରେ ୨୦୧୬ରୁ ମେଗା ଜଳସେଚନ ପ୍ରକଳ୍ପ ଆରମ୍ଭ କରାଯାଇଛି। ବଡ଼ସାହି ବ୍ଲକର ବଳଭଦ୍ରପୁର, ଖୁଣ୍ଟାପାଳ, କୁଡ଼ିମୁଣ୍ଡା ଓ ଦାମଦୋରପୁରଠାରେ ୪ଟି ପ୍ରକଳ୍ପ, ବାଙ୍ଗିରିପୋଷି ବ୍ଲକର ବାଙ୍ଗିରିପୋଷି, ହିଞ୍ଜିଳ ଓ କଂସାପାଳଠାରେ ୩ଟି, କପ୍ତିପଦା ବ୍ଲକର ଜାମୁଡ଼ିହା ଏବଂ କରଞ୍ଜିଆ ଓ ରାଇରଙ୍ଗପୁର ବ୍ଲକର ୫ଟି ପ୍ରକଳ୍ପକୁ ମିଶାଇ ମୋଟ ୧୩ଟି ପ୍ରକଳ୍ପ ନିର୍ମାଣ ଚାଲିଛି। ବିଭିନ୍ନ ନଦୀ ଗର୍ଭରେ ଇନଟେକ୍‌ ୱାଲ୍‌, ପମ୍ପହାଉସ୍‌, ଷ୍ଟାଫ୍‌ କ୍ୱାର୍ଟର ଓ ମାଇନର ସବ୍‌ଡ଼ିଭିଜନ ଇଲେକ୍‌ଟ୍ରିକ୍‌ ସପ୍ଲାଏ ନିର୍ମାଣ ସହିତ ନଦୀରୁ ଚାଷ ଜମି ପର୍ଯ୍ୟନ୍ତ ଭୂତଳ ପାଇପ୍‌ ବିଛାଇବା କାମ ଆରମ୍ଭ ହୋଇଛି। ମାତ୍ର ରାଇରଙ୍ଗପୁର ବ୍ଲକର ରେଡ଼ମା ପ୍ରକଳ୍ପ ବ୍ୟତୀତ ଅନ୍ୟ ୧୨ଟି ପ୍ରକଳ୍ପର କାର୍ଯ୍ୟ ଶତକଡ଼ା ୨୫ ଭାଗ ଶେଷ ହୋଇନାହିଁ। ଜେଭିପିଆର ନାମକ ନିର୍ମାଣକାରୀ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଜୁନ୍‌ ୨୦୧୯ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହେବା ପରେ ମଧ୍ୟ ନିର୍ମାଣ ସଂସ୍ଥା ଅଧିକ ୯ମାସ ସମୟ ନେଇ ଅଦ୍ୟାବଧି କାର୍ଯ୍ୟ ଶେଷ କରି ନ ଥିବା ଦେଖିବାକୁ ମିଳିଛି। ଫଳରେ ୫୦ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମି ପଡ଼ିଆ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଖରାଦିନେ ପାଣିର ସମସ୍ୟାକୁ ନେଇ ଚନ୍ଦନପୁର ଗ୍ରାମର ଚାଷୀ ବସନ୍ତ ସ୍ବାଇଁ, ଜଗଦୀଶ ରଥ, ସୁରେଶ ଚନ୍ଦ୍ର ପତି, ହୃଷିକେଶ ନାୟକ ପ୍ରମୁଖ ଅଣଧାନ ଚାଷ କରିବାକୁ କୁଣ୍ଠାବୋଧ ପ୍ରକାଶ କରୁଥିବା କହିଛନ୍ତି। ଠିକା ସଂସ୍ଥା ନିଜେ କାମ ନ କରି ସ୍ଥାନୀୟ ଠିକାଦାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଉଛି। ସଠିକ ସମୟରେ ପ୍ରାପ୍ୟ ପ୍ରଦାନ କରୁ ନ ଥିବାରୁ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି। ଏହି କାରଣରୁ ସ୍ଥାନୀୟ ଠିକାଦାରମାନେ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ ମନ ବଳାଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କୁ ପଚାରିବାରୁ କୋଭିଡ୍‌ କଟକଣା ପାଇଁ କାର୍ଯ୍ୟ ବନ୍ଦ ଥିଲା ଏବଂ ଖୁବ୍‌ଶୀଘ୍ର ଆରମ୍ଭ କରାଯାଇ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି। ତେବେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri