ଚତୁର୍ଥୀ ପୂର୍ବରୁ ଆତ୍ମହତ୍ୟା କଲେ ନବବଧୂ

ଢେଙ୍କାନାଳ ଅଫିସ,୨୦।୨: ଆଖିରେ ଆଖିଏ ସ୍ବପ୍ନ, ମନରେ ଅସୁମାରୀ ଆଶା ନେଇ ମାତ୍ର ୩ଦିନ ତଳେ ଆରମ୍ଭ କରିଥିଲେ ନୂଆ ଜୀବନ। ଲିଭି ନ ଥିଲା ପାଦର ଅଳତା କି ଫିକା ପଡ଼ି ନ ଥିଲା ହାତର ମେହେନ୍ଦି। ହେଲେ ସବୁ କିଛି ଓଲଟପାଲଟ ହୋଇଗଲା। ଚତୁର୍ଥୀ ହୋମ ଜଳିବା ଆଗରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ନବବଧୂ। ଝୁଲନ୍ତା ଅବସ୍ଥାରେ ବନ୍ଦ କୋଠାରିରୁ ମିଳିଲା ମୃତଦେହ। ସୁହାସିନୀ ସାଜି ମଧୁଶଯ୍ୟାରୁ ମଶାଣିକୁ ଗଲା ନବ ବିବାହିତାଙ୍କ ମୃତଦେହ। ଢେଙ୍କାନାଳ ସଦର ଥାନା ବିଦାବନ୍ଧ ଗ୍ରାମରେ ଶନିବାର ଘଟିଥିବା ଏଭଳି ଏକ ଦୁଃଖଦ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ହିନ୍ଦୋଳ ଥାନା କଲଣ୍ଡା ଗ୍ରାମର ହରିହର ନାୟକଙ୍କ ଝିଅ ଝରଣା ବିଦାବନ୍ଧ ଗ୍ରାମର ମୁରଲୀଧର ନାୟକଙ୍କ ବଡ଼ପୁଅ ମଦନମୋହନଙ୍କୁ ଗତ ୧୭ତାରିଖରେ ବିବାହ କରିଥିଲେ। ଶନିବାର ଥିଲା ଚତୁର୍ଥୀ। ସକାଳୁ ଝରଣା ଉଠି ନ ଥିଲେ। ପରିବାର ଲୋକେ କବାଟ ପିଟି ଥିଲେ ମଧ୍ୟ ପ୍ରକୋଷ୍ଠରୁ କୌଣସି ଉତ୍ତର ମିଳି ନ ଥିଲା। ସ୍ବାମୀ ମଦନମୋହନ ଏବଂ ପରିବାରର ଅନ୍ୟ ସଦସ୍ୟ କବାଟ ଭାଙ୍ଗି ଭିତରେ ପଶିବା ବେଳକୁ ଝରଣାଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିଲା। ସେ ନିଜ ଶାଢ଼ିରେ ଆତ୍ମହତ୍ୟା କରିଥିଲେ। ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ସଦର ଥାନା ପୋଲିସ ପହଞ୍ଚତ୍ ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏ ସଂକ୍ରାନ୍ତରେ ନଂ. ୯/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଝରଣାଙ୍କ ବାପା ହରିହର ନାୟକଙ୍କ କହିବା କଥା, ୧୦ମ ଶ୍ରେଣୀରେ ପଢୁଥିବାବେଳେ ଝିଅଙ୍କ ମୁଣ୍ଡଦୋଷ ବାହାରିଥିଲା। ମଝିରେ ମଝିରେ ସେ ହିତାହିତ ଜ୍ଞାନ ହରାଇ ବସୁଥିଲେ। ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଯାଇଥିଲା। ୧୨ ଦିନ ତଳେ ବିବାହ ପ୍ରସ୍ତାବ ଆସିବାରୁ ସମସ୍ୟା ବିଷୟରେ ବରପକ୍ଷଙ୍କୁ ନ ଜଣାଇ ଝିଅଙ୍କ ବିବାହ କରିଦେଇଥିଲୁ। ଏଥିରେ ଶାଶୁଘର ପକ୍ଷର କେହି ଦାୟୀ ନୁହନ୍ତି ବୋଲି ହରିହର ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଏ ସଂକ୍ରାନ୍ତରେ ମଦନମୋହନ କୁହନ୍ତି, ଶନିବାର ବିବାହର ଚତୁର୍ଥୀ ଥିଲା। ସେ ଝିଅଙ୍କ ସହ କଥାବାର୍ତ୍ତା ମଧ୍ୟ କରିନାହାନ୍ତି। ଏଭଳି ଘଟଣା କାହିଁକି ଘଟିଲା ସେ ସମ୍ପର୍କରେ କିଛି କହିପାରିବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri