ଟୋକନ୍‌-ଟାର୍ଗେଟ ମଧ୍ୟରେ ପେଷି ହେଉଛି ଚାଷୀ

ଖୋର୍ଦ୍ଧା ଅଫିସ,୧୯ା୨:ଖୋର୍ଦ୍ଧା ଜିଲାରେ ଖରିଫ ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିିଛି। ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀ ଟୋକନ ପାଇ ସୁଦ୍ଧା ଧାନ ବିକ୍ରି କରିପାରୁନାହାନ୍ତି। ଟାର୍ଗେଟ ଆସି ନ ଥିବା କହି ସମିତି ସମ୍ପାଦକମାନେ ଦିନ ଗଡ଼ାଇ ଚାଲିଛନ୍ତି। ଅନ୍ୟପଟେ ନକଲି ଚାଷୀଙ୍କଠାରୁ କୁଇଣ୍ଟାଲ କୁଇଣ୍ଟାଲ ଧାନ କିଣା ସରିଲାଣି ବୋଲି ଚାଷୀ ଅଭିଯୋଗ କରୁଛନ୍ତି। ଟୋକନ ଓ ଟାର୍ଗେଟ ମଧ୍ୟରେ ଚାଷୀ କେବଳ ପେଷି ହେଉଛି। ଏ ନେଇ ଦୈନିକ ଅନେକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ସେମାନଙ୍କ ଅଭିଯୋଗ, ଦାବିପତ୍ର ବଦଳରେ କେଳ ପ୍ରତିଶ୍ରୁତି ମିଳୁଛି। ମାତ୍ର ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଜଟଣୀ ବ୍ଲକ ଅଙ୍ଗରାପଡାରେ ଗୋଚର, ଅନାବାଦି ଜମି, ଗ୍ରାମୀଣ ଜଙ୍ଗଲ, ରକ୍ଷିତ, ପତିତ ଜମି, କେନାଲ ନ ଥିବା ମୌଜାରେ କେନାଲ ଥିବା ଦର୍ଶାଇ ଶତାଧିକ କୁଇଣ୍ଟାଲ ଧାନକିଣା ସରିଲାଣି। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଜିଲାପାଳ ସନତ ମହାନ୍ତି ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପଦକ୍ଷେପ ଶୂନ। ମିଲର୍ସ ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ଧାନକିଣା ଚାଲିଥିବା ଚାଷୀମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି ବୋଲି ଜିଲା ଯୋଗାଣ ବିଭାଗ ଅଧିକାରୀ ଅନାଥ ଚରଣ ସ୍ବାଇଁ କହିଛନ୍ତି।
ଗୁରୁବାର ଜିଲା ଯୋଗାଣ ବିଭାଗ ଅଧିକାରୀ ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ଏକାଧିକ ସମିତି ସମ୍ପାଦକଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଧାନକିଣା ନେଇ ସ୍ବଚ୍ଛତାର ପାଠ ପଢାଇଛନ୍ତି। ଯୋଗାଣ ବିଭାଗ କାର୍ଯ୍ୟାଳୟ ଆଗରେ ବିଭିନ୍ନ ସମିତିର ସମ୍ପାଦକମାନଙ୍କୁ ଦୀର୍ଘ ୧ଘଣ୍ଟା ଠିଆ କରାଇ ସ୍ବଚ୍ଛତା ରଖିବାକୁ ପରାମର୍ଶ ଦେଇଥିଲେ। ଏପରି କି ସେମାନଙ୍କ ଯୋଗୁ ପ୍ରଶାସନ ବଦନାମ ହେଉଛି ବୋଲି ପରୋକ୍ଷରେ ଇଙ୍ଗିତ କରିଥିଲେ। ଏ ନେଇ ସମିତି ସମ୍ପାଦକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ସମିତି ସମ୍ପାଦକଙ୍କ ଅଭିଯୋଗ ଉପରେ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ରାଗିଯାଇ କହିଥିଲେ, ଆପଣ ମାନଙ୍କୁ କହିବାକୁ ମୁଁ ବାଧ୍ୟ ନୁହଁ। ଆପଣମାନେ ଯାହା ଲେଖିବା କଥା ଲେଖନ୍ତୁ, ମୋର କେହି କିଛି କରିପାରିବେ ନାହିଁ। ଅନ୍ୟପକ୍ଷରେ ଏ ନେଇ ଜିଲାପାଳ ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କେତେଜଣ ଚାଷୀ ସଙ୍ଗଠନ ଗଣମାଧ୍ୟମ ଆଗରେ କହିଛନ୍ତି। ସୂଚନାଯୋଗ୍ୟ, ଗତ ନଭେମ୍ବର ମାସରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନକିଣା ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଜିଲାରେ ୪୪ହଜାର ଚାଷୀ ପଞ୍ଜୀକରଣ କରିଥିବାବେଳେ ୧୩୯ଟି ପ୍ୟାକ୍ସରେ ୯. ୫୮ ଲକ୍ଷ କୁଇଣ୍ଟାଲ ଧାନ କିଣିବା ଲାଗି ଟାର୍ଗେଟ ରହିଛି। ତେବେ ଟାର୍ଗେଟ ପାଖାପାଖି ଧାନକିଣା ସରିଲାଣି। ମାତ୍ର ପ୍ରକୃତ ଚାଷୀ ଟୋକନ ଧରି ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri