Posted inଖେଳ

ନାଡାଲଙ୍କୁ ହରାଇଲେ ସିତ୍‌ସିପାସ୍‌

ମେଲବୋର୍ନ, ୧୮ା୨(ଏପି)-ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲର ଏକ ସେମିଫାଇନାଲ ମ୍ୟାଚ ଗ୍ରୀସ୍‌ର ଷ୍ଟିଫାନସ ସିତ୍‌ସିପାସ୍‌ ଓ ରୁଷିଆର ଡାନିଲ ମେଡଭେଡେଭଙ୍କ ମଧ୍ୟରେ ହେବ। ସିତ୍‌ସିପାସ୍‌ ବୁଧବାର ଖେଳାଯାଇଥିବା ଏକ କ୍ୱାର୍ଟରଫାଇନାଲରେ ୨୦ ଗ୍ରାଣ୍ଡସ୍ଲାମ ବିଜେତା ରାଫାଲ ନାଡାଲଙ୍କୁ ୩-୬, ୨-୬, ୭-୬ (୪),୬-୪, ୭-୫ ସେଟ୍‌ରେ ହରାଇ ଦେଇଛନ୍ତି। ମେଡଭେଡେଭ ବୁଧବାର ଅନୁଷ୍ଠିତ ଅନ୍ୟ ଏକ କ୍ୱାର୍ଟରଫାଇନାଲରେ ନିଜ ଦେଶରେ ଆନ୍ଦ୍ରେ ରୁବ୍ଲେଭଙ୍କୁ ୭-୫, ୬-୨, ୬-୩ ସେଟରେ ହରାଇ ଦେଇଛନ୍ତି। ଏଠାରେ ଚତୁର୍ଥ ସିଡ୍‌ ପ୍ରାପ୍ତ ମେଡଭେଡେଭ ତାଙ୍କ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ ସେମିଫାଇନାଲ ଖେଳିବାକୁ ଯାଉଛନ୍ତି। ସେ କ୍ରମାଗତ ୧୯ଟି ମ୍ୟାଚରେ ଅପରାଜେୟ ରହିଛନ୍ତି। ମେଡଭେଡେଭ ୨୦୧୯ ୟୁ.ଏସ୍‌. ଓପନ ଫାଇନାଲରେ ରାଫାଲ ନାଡାଲଙ୍କଠାରୁ ହାରି ରନର୍ସ ଅପ୍‌ ହୋଇଥିଲେ। ଗତ ବର୍ଷ ନ୍ୟୁୟର୍କ ହାର୍ଡକୋର୍ଟର ଏକ କ୍ୱାର୍ଟରଫାଇନାଲରେ ସେ ରୁବ୍ଲେଭଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ଏଠାରେ ବୁଧବାର ତାଙ୍କ ବାମ ଗୋଡ଼ରେ ସମସ୍ୟା ଦେଖାଦେଇଥିବାରୁ ମ୍ୟାଚ ଜିତିବା ଲାଗି ତାଙ୍କୁ କଷ୍ଟ କରିବାକୁ ପଡ଼ିଥିଲା ବୋଲି ମେଡଭେଡେଭ କହିଛନ୍ତି। ପୁରୁଷ ସିଙ୍ଗଲ୍ସର ଅନ୍ୟ ସେମିଫାଇନାଲ ବିଶ୍ୱର ନମ୍ବର ଓ୍ବାନ ନୋଭାକ୍‌ ଜୋକୋଭିଚ୍‌ ଏବଂ ରୁଷିଆନ କ୍ୱାଲିଫାୟର ୧୧୪ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଅସ୍‌ଲାନ କାରାତ୍‌ସେଭଙ୍କ ମଧ୍ୟରେ ହେବ। ୨୭ ବର୍ଷୀୟ କାରାତ୍‌ସେଭ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟର ମୁଖ୍ୟ ଡ୍ର’ରେ ଖେଳୁଛନ୍ତି। ଗ୍ରାଣ୍ଡସ୍ଳାମ ପଦାର୍ପଣରେ ସେମିଫାଇନାଲକୁ ଉନ୍ନୀତ ହେବାରେ ସେ ହେଉଛନ୍ତି ଏକମାତ୍ର ପୁରୁଷ ପ୍ରଫେସନାଲ ଖେଳାଳି। ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ଗୋଟିଏ ସେମିଫାଇନାଲ ସେରେନା ଓ୍ବିଲିୟମ୍ସ ଓ ନାଓମି ଓସାକା ଏବଂ ଅନ୍ୟଟି ଜେନିଫର ବ୍ରାଡି ଓ କାରୋଲିନା ମୁଚୋଭାଙ୍କ ମଧ୍ୟରେ ହେବ। ଆମେରିକାର ବ୍ରାଡି କ୍ୱାର୍ଟରଫାଇନାଲରେ ନିଜ ଦେଶର ଜେସିକା ପେଗୁଲାଙ୍କୁ ୪-୬, ୬-୨, ୬-୧ ସେଟ୍‌ରେ ହରାଇଦେଇଛନ୍ତି। ସେ ଦ୍ୱିତୀୟ ଥର ଏକ ଗ୍ରାଣ୍ଡସ୍ଲାମ ସେମିଫାଇନାଲ ଖେଳିବେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୨୫ତମ ସିଡ୍‌ କାରୋଲିନା ନମ୍ବର ୧ ଖେଳାଳି ଆସ୍‌ଲେ ବାର୍ଟିଙ୍କୁ ହରାଇ ଦେଇଛନ୍ତି। ବ୍ରାଡି ଏହା ପୂର୍ବରୁ ଗତ ସେପ୍ଟେମ୍ବରରେ ୟୁଏସ୍‌ ଓପନ ସେମିଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri