ଏହି ପ୍ରସିଦ୍ଧ ଅଭିନେତା କଲେ ଆତ୍ମହତ୍ୟା

ମୁମ୍ବାଇ,୧୬।୨: ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ ଏବଂ କେସରୀ ଭଳି ହିଟ ଫିଲ୍ମରେ କାମ କରିଥିବା ଅଭିନେତା ସନ୍ଦୀପ ନାହର ମୁମ୍ବାଇର ଗୋରେଗାଓଁରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ମାମଲାର ତଦନ୍ତ ଚାଲିଛି। ଆତ୍ମହତ୍ୟା କରିବା ପୂର୍ବରୁ ସନ୍ଦୀପ ନାହର ଫେସବୁକରେ ନିଜର ଏକ ଭିଡିଓ ପୋଷ୍ଟ କରି ଏକ ଆତ୍ମହତ୍ୟା ନୋଟ ଲେଖିଥିଲେ। ସେ ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ ଜୀବନର ସମସ୍ୟା ବିଷୟରେ ଉଲ୍ଲେଖ କରିଥିଲେ। ସସନ୍ଦୀପଙ୍କର ହଠାତ୍‌ ଆତ୍ମହତ୍ୟା ଶୁଣି ସମଗ୍ର ମନୋରଞ୍ଜନ ଜଗତ ଚକିତ ହୋଇଯାଇଛି।

ଫେସବୁକରେ ସନ୍ଦୀପଙ୍କ ପୂର୍ବରୁ ପୋଷ୍ଟ କରାଯାଇଥିବା ଭିଡିଓରେ ସେ ଆତ୍ମହତ୍ୟାର କାରଣ ବର୍ଣ୍ଣନା କରି କହିଛନ୍ତି, ହେଲୋ ହେଲୋ, ମୁଁ ସନ୍ଦୀପ ନାହର। ଆପଣ ନିଶ୍ଚୟ ମୋତେ ଅନେକ ଫିଲ୍ମରେ ଦେଖିଥିବେ ଏବଂ ଆଜି ମୋର ଏହି ଭିଡିଓ ତିଆରି କରିବା ପଛରେ ଏକ ଉଦ୍ଦେଶ୍ୟ ଅଛି, ମୋ କଥା ଶୁଣିବାକୁ ପ୍ରଥମେ ଆପଣ ଟିକେ ଅଜବ ଅନୁଭବ କରିବେ, କିନ୍ତୁ ମୋ ଜୀବନରେ ଅନେକ ସମସ୍ୟା ଅଛି, କିନ୍ତୁ ମୁଁ ଆଜି ସ୍ଥିର ନୁହେଁ, କାରଣ ମୋ ସ୍ତ୍ରୀ କାଞ୍ଚନ ଶର୍ମା … ମୁଁ ତାଙ୍କୁ (କାଞ୍ଚନ ଶର୍ମା) ବୁଝାଇ ବୁଝାଇ ଥକି ଯାଇଛି। ଅତୀତର ସମାନ କଥାକୁ ପୁନରାବୃତ୍ତି କରିବା, ପ୍ରତିଦିନ ଝଗଡା କରିବା, ୩୬୫ ଦିନ ମଧ୍ୟରେ ୨୦୦ ଥର ଆତ୍ମହତ୍ୟା ବିଷୟରେ କହିବା, ମୁଁ ମରିବି, ତୁମକୁ ଫାନ୍ଦରେ ପକାଇବି, ତୁମର କ୍ୟାରିଅରକୁ ନଷ୍ଟ କରିଦେବି, ମୁଁ ବହୁତ ଚିଡିଗଲିଲି ବୋଲି କହିଥିଲେ ସନ୍ଦୀପ। ପୋଲି ଏନେଇ କାଞ୍ଚନଙ୍କୁ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri