ବଢୁଛି ଅନୁପ୍ରବେଶ, ପ୍ରଶାସନ ନୀରବ

କେନ୍ଦ୍ରାପଡ଼ା ଅଫିସ,୧୫।୨: ବିଧାନ ରାୟ ଓ ଆଶାଲତାଙ୍କ ପୁଅ ଅମିତ(୨୯)ଙ୍କ ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗାଁରେ ରୁହନ୍ତି। ଢାକାର ବାଂଲାଦେଶ ଟେକ୍ନିକାଲ ଏଜୁକେଶନ ବୋର୍ଡ ଅଧୀନରେ ୨୦୦୯ରେ ସେକେଣ୍ଡାରୀ ସ୍କୁଲ ପାସ୍‌ ସହ ବରିସାଲର ପିଙ୍କି କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରୁ ୨୦୧୧ରେ ସାର୍ଟିଫିକେଟ ହାସଲ କରିଛନ୍ତି। ତାଙ୍କର ଅନ୍ୟତମ ଠିକଣା ହେଉଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକୋଳିଖଳା। ସ୍ଥାନୀୟ ଅଞ୍ଚଳରେ ୩ବର୍ଷ ଧରି ସୁଭଦ୍ରା ଓ ବିକାଶ ରାୟଙ୍କ ପୁଅ ଭାବେ ପରିଚିତ ହେଉଛନ୍ତି। ରାମନଗର ସରସ୍ବତୀ ଶିଶୁ ମନ୍ଦିରରୁ ୨୦୦୨ରୁ ୨୦୧୦ ପର୍ଯ୍ୟନ୍ତ ପାଠ ପଢ଼ିଥିବା ସାର୍ଟିଫିକେଟ ପାଇଛନ୍ତି। ଏହା ବଳରେ ଭୋଟର ପରିଚୟପତ୍ରଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ପ୍ରମାଣପତ୍ର ତାଙ୍କ ନାମରେ ଅଛି। ଏ ନେଇ ବରକୋଳିଖଳା ଗାଁର ସୁଭଦ୍ରା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ୨୦୧୮ରେ ତାଙ୍କର ସମସ୍ତ ପ୍ରମାଣପତ୍ର ରଦ୍ଦ କରାଯାଇଥିଲା। ତତ୍କାଳୀନ ଜିଲାପାଳ ଦାଶରଥି ଶତପଥୀ ବାଂଲାଦେଶକୁ ଫେରି ଯିବାକୁ ଅମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅମିତ ଏବେ ବାଂଲାଦେଶକୁ ଯିବା ପରିବର୍ତ୍ତେ କଲିକତା ଓ କେନ୍ଦ୍ରାପଡ଼ା ଜିଲାରେ ରହୁଛନ୍ତି। ଜିଲାକୁ ବାଂଲାଦେଶୀ ଅନୁପ୍ରବେଶ କ୍ଷେତ୍ରରେ ଅମିତ ଏକ ଉଦାହରଣ। ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀଙ୍କ ଚିହ୍ନଟ ସହ ୨୦୦୫ରେ ଦେଶାନ୍ତର ପାଇଁ ନୋଟିସ ଦିଆଯାଇଛି। ମାତ୍ର ଜଣେ ହେଲେ ଅନୁପ୍ରବେଶକାରୀଙ୍କୁ ସ୍ଥାନାନ୍ତର କରାଯାଇନାହିଁ। ସେହିପରି ୨୦୧୯ରେ ୧୩୭ ଜଣଙ୍କୁ ଚିହ୍ନଟ କରାଯାଇ ଭୋଟର ତାଲିକାରୁ ନାମ କାଟିବାକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ ହୋଇଛି। ଅପରପକ୍ଷରେ ଉପାନ୍ତ ଅଞ୍ଚଳରେ ମାତ୍ରାଧିକ ଅନୁପ୍ରବେଶକାରୀଙ୍କୁ ଦେଖିବାକୁ ମିଳୁଥିବା ବେଳେ ସମଗ୍ର ଜିଲାରେ ଏମାନେ କାୟା ବିସ୍ତାର କରିଥିତ୍ବା ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଜଙ୍ଗଲ ଜମି ଜବରଦଖଲଠାରୁ ଆରମ୍ଭ କରି ନିଶା କାରବାରରେ ଏମାନଙ୍କ ହାତ ରହୁଥିବା ସେମାନେ ପ୍ରକାଶ କରିବା ସହ ତୁରନ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଉ ବୋଲି ଦାବି କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ପ୍ରଭାତ ଦାସ, ଅଶେଷ ଖଟୁଆ, ଡ. ପି.ଏନ. ଗୌରାଙ୍ଗ ପ୍ରମୁଖ କହିଛନ୍ତି, ଜିଲା ତଥା ଦେଶ ପାଇଁ ଅନୁପ୍ରବେଶକାରୀ ବିପଦ ସାଜିଛନ୍ତି। ବଙ୍ଗଭଙ୍ଗ ସମୟରେ ଜିଲାରେ ମାତ୍ର ୧୨୩୭ ଜଣ ବାଂଲାଦେଶର ଶରଣାର୍ଥୀଙ୍କୁ ଥଇଥାନ କରାଯାଇଥିଲା।

ମହାକାଳପଡ଼ା ବ୍ଲକ ରାମନଗରର ସୀମିତ ଅଞ୍ଚଳରେ ଏମାନେ ରହୁଥିଲେ। ସାମ୍ପ୍ରତିକ ସମୟରେ ବାଂଲାଦେଶୀ ସମୁଦ୍ର ତଥା ବିଭିନ୍ନ ସଡକ ପଥ ଦେଇ ଜିଲାରେ ପହଞ୍ଚୁଛନ୍ତି। ୨୦୨୦ ମାର୍ଚ୍ଚରେ ୬ ଜଣ ବାଂଲାଦେଶୀଙ୍କୁ ଜମ୍ବୁ ପୋଲିସ ଧରିବା ପରେ ଛାଡି ଦେଇଥିଲା। ଏମାନେ ପ୍ରଥମେ ଏଠାରେ ସ୍ଥାନୀୟ ଅଧିବାସୀଙ୍କ ଜରିଆରେ ନିଜର ପରିଚୟପତ୍ର ଯୋଗାଡ କରିବା ପରେ ଜଙ୍ଗଲ ଜମିକୁ ମୁଖ୍ୟ ଟାର୍ଗେଟ କରି ବସତି ସ୍ଥାପନ କରୁଛନ୍ତି। ଏହାର ପରିଣାମ ସ୍ବରୂପ ୧୯୬୦ରୁ ଅଦ୍ୟାବଧି ଜିଲାରେ ୪୨ଟି ବଙ୍ଗଭାଷୀ ଅଧ୍ୟୁଷିତ ରାଜସ୍ବ ଗାଁ ସୃଷ୍ଟି ହୋଇ ସାରିଲାଣି। ଏହାଦ୍ୱାରା ଜାତୀୟ ଉଦ୍ୟାନ ଭିତରକନିକା ବିପଦରେ ପଡିଛି। ଜାତୀୟ ଉଦ୍ୟାନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ହୋଇଥିଲେ ମଧ୍ୟ ଜୀବଜନ୍ତୁ ଶିକାର, ଚିଙ୍ଗୁଡି ଘେରି ନିର୍ମାଣ, ଗଛ କାଟିବା ଆଦି କାର୍ଯ୍ୟ ସହ ଚୋରା ନିଶା କାରବାରରେ ଲିପ୍ତ ରହୁଛନ୍ତି। ଏ ନେଇ ବହୁ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଜିଲାର ୩ ସାମୁଦ୍ରିକ ଥାନାର ଭିତ୍ତିଭୂମି ସୁଦୃଢ ସହ ଅନୁପ୍ରବେଶକାରୀଙ୍କ ଚିହ୍ନଟ ଏବେ ଜରୁରୀ ହୋଇଥିବା ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କୁହନ୍ତି, ଅମିତଙ୍କ ସମସ୍ତ ଭାରତୀୟ ପ୍ରମାଣପତ୍ର ରଦ୍ଦ ହୋଇଛି। ତେବେ ଅମିତ ରହୁଥିବା ନେଇ ଅନୁସନ୍ଧାନ ହେବ। ଅନୁପ୍ରବେଶକୁ ନେଇ କୌଣସି ଲିଖିତ ଅଭିଯୋଗପତ୍ର ନ ଥିବାରୁ ସାମୂହିକ ଭାବେ ଚିହ୍ନଟ କରିବା ସମ୍ଭବ ନୁହେଁ। ଏହା ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri