ମହାଭିଯୋଗରୁ ଟ୍ରମ୍ପ୍‌ ମୁକ୍ତ

ୱାଶିଂଟନ,୧୫ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆଗତ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ କାଟ୍‌ ଖାଇଛି। କ୍ୟାପିଟୋଲ ହିଲ୍‌ ଦଙ୍ଗା ଉସୁକାଇବା ଅଭିଯୋଗରୁ ସିନେଟ ଟ୍ରମ୍ପ୍‌ଙ୍କୁ ମୁକ୍ତ କରିଦେଇଛି। ଏହା ପୂର୍ବରୁ ଉଚ୍ଚ ସଦନରେ ପଞ୍ଚମ ଦିନ ଧରି ଟ୍ରମ୍ପ୍‌ଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଶୁଣାଣି ଶେଷ ହୋଇ ଭୋଟିଂ କରାଯାଇଥିଲା। ମତଦାନରେ ୫୭ ସିନେଟର ତାଙ୍କୁ ଦୋଷୀ ଦର୍ଶାଇଥିବାବେଳେ ୪୩ ସଦସ୍ୟ ନିର୍ଦ୍ଦୋଷ ବୋଲି କହିଥିଲେ। ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସିନେଟକୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଅର୍ଥାତ୍‌ ୬୭ ଭୋଟ ଜରୁରୀ ଥିଲା, ଯାହାକି ମିଳିପାରିଲା ନାହିଁ। ଟ୍ରମ୍ପ୍‌ ମହାଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ତାଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାରୁ ବାରଣ କରିବା ପାଇଁ ସିନେଟରେ ମତଦାନ କରାଯାଇଥାଆନ୍ତା। ତେଣୁ ସିନେଟର ଏହି ନିଷ୍ପତ୍ତିକୁ ଟ୍ରମ୍ପ୍‌ଙ୍କ ଏକ ବଡ଼ ବିଜୟ ବୋଲି କୁହାଯାଉଛି।
୭୪ ବର୍ଷୀୟ ଟ୍ରମ୍ପ୍‌ଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ନେଇ ସିନେଟରେ ଦିନ ସାରା ହାଇଡ୍ରାମା ଦେଖିବାକୁ ମିଳିଥିଲା। ଡେମୋକ୍ରାଟ୍‌ମାନେ ନିଜ ପକ୍ଷ ରଖିବା ପରେ ଟ୍ରମ୍ପ୍‌ଙ୍କ ସପକ୍ଷରେ ଯୁକ୍ତି ଶୁଣିବା ପାଇଁ ୨ ଘଣ୍ଟା ସମୟ ସ୍ଥିର କରାଯାଇଥିଲା। ପରେ ସିନେଟରେ ଏହା ଉପରେ ଭୋଟିଂ ହୋଇଥିଲା। ଟ୍ରମ୍ପ୍‌ଙ୍କ ଓକିଲ ମାଇକେଲ ଭନ୍‌ ଡେର ଭିନ୍‌ ତାଙ୍କ ସପକ୍ଷରେ କହିଥିଲେ, କଂଗ୍ରେସ ଉପରେ ଆକ୍ରମଣ ପ୍ରାୟୋଜିତ ଥିଲା। ଏଥିପାଇଁ ପୂର୍ବରୁ ଯୋଜନା କରାଯାଇଥିଲା। ଏହି ଘଟଣାକୁ ଟ୍ରମ୍ପ୍‌ଙ୍କ ଭାଷଣ ସହ ଯୋଡ଼ି ଦେଖାଯିବା ଅନୁଚିତ। ସେ ନିଜ ଶେଷ ଯୁକ୍ତିରେ କହିଥିଲେ, ଅଭିଯୋଜନ ପକ୍ଷ ଯେଉଁ ମାମଲା ଆଣିଛନ୍ତି ତା’ର କୌଣସି ଆଇନଗତ ଆଧାର ନାହିଁ। ସିନେଟ ଏବେ ରାଷ୍ଟ୍ରୀୟ ହିତ ସହ ଜଡ଼ିତ ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ଓ ଏହି ଶୁଣାଣିକୁ ତୁରନ୍ତ ଶେଷ କରାଯିବା ଆବଶ୍ୟକ। ରିପବ୍ଲିକାନ୍‌ ପାର୍ଟିର ୭ ନେତା ଡେମୋକ୍ରାଟ୍‌ମାନଙ୍କୁ ସମର୍ଥନ କରି ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ। ସେମାନେ ହେଲେ ବିଲ୍‌ କ୍ଲାସି, ରିଚାର୍ଡ ବୁର୍‌, ମିଟ୍‌ ରୋମେନି, ସୁସାନ୍‌ କୋଲିନ୍ସ, ଲିସା ମୁର୍କୋସ୍କି, ବେନ୍‌, ସାସେ ଓ ପାଟ୍‌ ଟୁମି। ତେବେ ମହାଭିଯୋଗରୁ ଟ୍ରମ୍ପ୍‌ଙ୍କୁ ରକ୍ଷା କରିବା ପାଇଁ ତାଙ୍କ ରିପବ୍ଲିକାନ୍‌ ପାର୍ଟିର ଅଧିକାଂଶ ସଦସ୍ୟ ସମର୍ଥନ କରିଥିଲେ। ଟ୍ରମ୍ପ୍‌ ମହାଭିଯୋଗରୁ ମୁକ୍ତ ହୋଇଥିବାରୁ ସେ ଚାହିଁଲେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପୁଣି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ଭୋଟ ମିଳି ନ ଥିଲେ ମଧ୍ୟ ଏହା ଏକ ଐତିହାସିକ ଘଟଣାକ୍ରମ ଥିଲା। ପରିଣାମ ଆସିବା ପରେ ଟ୍ରମ୍ପ୍‌ଙ୍କ ଅଫିସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଦେଶର ଇତିହାସରେ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଫସାଇବା ପାଇଁ ଏଭଳି ଚକ୍ରାନ୍ତ ଦେଖିବାକୁ ମିଳି ନ ଥିଲା।
ପ୍ରକାଶ ଯେ, ନଭେମ୍ବର ୩ ରାଷ୍ଟ୍ରପତି ନିର୍ବାଚନରେ ହାରିଯିବା ପରେ ଟ୍ରମ୍ପ୍‌ ପରାଜୟ ସ୍ବୀକାର ନ କରି ଭୋଟ ଜାଲିଆତି ହୋଇଥିବା ଅଭିଯୋଗ ଆଣିଥିଲେ। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିଜୟ ଘୋଷଣା କରିବା ପାଇଁ ୬ ଜାନୁୟାରୀରେ ଆମେରିକୀୟ କଂଗ୍ରେସ ବସିଥିବାବେଳେ ଟ୍ରମ୍ପ୍‌ଙ୍କ ସଶସ୍ତ୍ର ସମର୍ଥକମାନେ କ୍ୟାପିଟୋଲ ବିଲ୍ଡିଂରେ ପଶି ଭଙ୍ଗାରୁଜା କରିଥିଲେ। ହିଂସା ପରେ ପ୍ରଶାସନ ପକ୍ଷରୁ ୱାଶିଂଟନ ଡିସିରେ କର୍ଫ୍ୟୁ ଜାରି କରାଯାଇଥିଲା। ଏହି ଦଙ୍ଗାରେ ଜଣେ ପୋଲିସ କର୍ମୀଙ୍କ ସମେତ ୫ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିବାବେଳେ ଆମେରିକା ଗଣତନ୍ତ୍ରର କଳଙ୍କିତ ଅଧ୍ୟାୟ ବୋଲି ବିରୋଧୀ ଡେମୋକ୍ରାଟମାନେ ଅଭିହିତ କରିଥିଲେ। ଟ୍ରମ୍ପ୍‌ଙ୍କ ବିରୋଧରେ ଏହା ଦ୍ୱିତୀୟ ମହାଭିଯୋଗ ଥିଲା। ଟ୍ରମ୍ପ୍‌ ପୂର୍ବରୁ ନିଜ ଡେମୋକ୍ରାଟିକ୍‌ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନ୍‌ଙ୍କ ଛବି ମଳିନ କରିବା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହାୟତା ଲୋଡ଼ିଥିବା ଅଭିଯୋଗ ହୋଇଥିଲା। ୨୦୨୦ ଫେବୃୟାରୀରେ ସିନେଟ ତାଙ୍କୁ ମହାଭିଯୋଗରୁ ମୁକ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri