ବାଇଗଣ ଗଛରେ ଫଳୁଛି ଲଙ୍କା, ଟମାଟୋ

ନୟାଗଡ ଅଫିସ,୧୩।୨: ଗୋଟିଏ ଗଛରେ ଫୁଟୁଛି ୫ କିସମର ଫୁଲ । ବାଇଗଣ ଗଛରେ ଫଳୁଛି ଲଙ୍କା ଓ ଟମାଟୋ । ପୁଣି ବିନା ମାଟିରେ ବଢୁଛି ବିଭିନ୍ନ ଗଛ । ଏହି ସବୁ କରିସ୍ମା କରି ଦେଖାଇଛନ୍ତି ନୟାଗଡ ସହର ଡିଆରଡିଏ ରୋଡର ରଞ୍ଜନ କୁମାର ଖଟେଇ । ସେଥିପାଇଁ ତାଙ୍କୁ ଜଣେ ସଫଳ ଚାଷୀର ମାନ୍ୟତା ମିଳିଛି । ଗଛରେ କଲମି କରିବାର କଳା ହିଁ ତାଙ୍କୁ ଏହି ସଫଳତା ଦେଇଛି ବୋଲି ସେ କହିଛନ୍ତି ।
ରଞ୍ଜନଙ୍କ ଘର ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଅଧୀନ ଆରଡା ଗାଁରେ । ସେ ବହୁଦିନ ହେଲା ନୟାଗଡରେ ରହୁଛନ୍ତି। ଗାଁରେ ଥିବା ନିଜର ୪ ଏକର ଜମିରେ ସେ ପୋଟଳ, ବାଇଗଣ, ଟମାଟୋ, କାକୁଡି ଆଦି ପନିପରିବା ଚାଷ କରିଛନ୍ତି । ହେଲେ ନୟାଗଡ଼ ଡିଆରଡିଏ ରାସ୍ତାର ନବୋଦୟ ସ୍କୁଲ ପଛପାଖରେ ଥିବା ତାଙ୍କ ଘର ବଗିଚାରେ ବହୁ କଲମି ଗଛରେ ସମ୍ଭାର ରହିଛି । ଘର ସମ୍ମୁଖ ରଙ୍ଗ ବେରଙ୍ଗର ଫୁଲ ଓ ଫଳରେ ପୂରି ଉଠୁଛି । ବିନା ମାଟିରେ ବଢୁଥିବା ଗଛରେ ଫୁଲ ଓ ଫଳ ଝୁଲୁଛି । ସେ ଜିଆଖତ, କୋକପିଟି, ପେରଲାଇଟ୍‌, ଭର୍ମିକୁଲଟକୁ ମିଶ୍ରଣ କରି ପୋଟିଂମିକ୍ସ ସୃଷ୍ଟି କରି ସେଥିରେ ଗଛ ଲଗାଇଛନ୍ତି। ତାଙ୍କ ବଗିଚାରେ ୭ କିସମର ଆମ୍ବ, ମଞ୍ଜିବିହୀନ ସ୍ବାଦିଷ୍ଟ ଲେମ୍ବୁ, ମୌସୁମୀ, କରମଙ୍ଗା, ବରକୋଳି, ଚେରି, ଟମାଟୋ, ଅଁଳା, ଅଙ୍ଗୁର ଗଛ ରହିଛି । ଆମ୍ବ ଗଛରୁ ଫଳ ତୋଳା ହେବା ପରେ ପୁଣି ବଉଳ ଆସୁଛି । ବର୍ଷ ତମାମ ଗଛରେ ଆମ୍ବ ଫଳୁଛି, ବଉଳ ଭରି ରହୁଛି। ସେହିପରି କରବର ଗଛରେ ନାଲି, ହଳଦିଆ, ଗୋଲାପି ଫୁଲ ଫୁଟୁଛି । ଭେଜିି ବାଇଗଣ ଗଛରେ କଲମି କରି କଳା ଓ ଧଳା ରଙ୍ଗର ବାଇଗଣ ସମେତ ଲଙ୍କା ଓ ଟମାଟୋ ଫଳୁଛି । ଗୋଟିଏ ମନ୍ଦାର ଗଛରେ ନାଲି, ହଳଦିଆ, ସୁନେଲି, ପାଉଁଶିଆ, ଗୋଲାପି ରଙ୍ଗର ଫୁଲ ଫୁଟୁଛି ।
ଏନେଇ ରଞ୍ଜନ କୁହନ୍ତି ମୁଁ କଲମି ଉପାୟରେ ୫ ବର୍ଷ ହେଲା ଫୁଲ ଓ ଫଳ ସୃଷ୍ଟି କରି ଆସିଛି। ଯୁକ୍ତ ୩ ପାସ କରିବା ପରେ କୌଣସି କର୍ମ ସଂସ୍ଥାନ ମିଳିଲା ନାହିଁ ା କିଛିଦିନ ବେକାର ରହିବା ପରେ ଏପରି ଚାଷକୁ ଆଦରି ନେଇଥିଲି । ଏଥିରୁ କିଛି ରୋଜଗାର ମିଳୁଛି। ବିଭିନ୍ନ ଗଛ ସମ୍ପର୍କରେ ଆସି ନିଜକୁ ଖୁସି ଲାଗୁଛି । ଏବେ କଲମି କରି ବିଭିନ୍ନ ଫୁଲ ଓ ଫଳ ଗଛ ଲଗାଇ ସମୟକୁ ଅତିବାହିତ କରୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ନୟାଗଡ ଗ୍ରାମୀଣ ଷ୍ଟେଟବ୍ୟାଙ୍କ ଆମତ୍ ନିଯୁକ୍ତି ତାଲିମ କେନ୍ଦ୍ରର ଫାକଲ୍‌ଟି ଓ ରୁଟ୍‌ ସାଇଟ୍‌ର ଆସେସର ଭାବେ ରଞ୍ଜନ କାମ କରୁଛନ୍ତି । ଏପରି ନସର୍ର୍ରୀ ପରିଚାଳନା ପାଇଁ ସେ ବହୁ ଯୁବତୀଯୁବକଙ୍କୁ ତାଲିମ ପ୍ରଦାନ କରୁଛନ୍ତି । କଲମି ମାଧ୍ୟମରେ ଚାଷ କରିବାକୁ ସେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରୁଛନ୍ତି । କଲମି ଓ ପନିପରିବା ଚାଷ ଉପରେ ତାଲିମ ଦେବାକୁ ବୌଦ୍ଧ, ସୋନପୁର ଓ କନ୍ଧମାଳ ଜିଲାକୁ ଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri