ଧାନକିଣା ଅନିୟମିତତାର ତଦନ୍ତ ଦାବି

ଖୋର୍ଦ୍ଧା ଅଫିସ,୧୨।୨: ଚଳିତ ବର୍ଷ ଖୋର୍ଦ୍ଧା ଜିଲାରେ ଖରିଫ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଉଠିଛି। ଦୁର୍ନୀତି ପଛରେ ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ) ସମ୍ପାଦକଙ୍କ ହାତ ରହିଛି। ସମିତି ସମ୍ପାଦକ ଏବଂ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଧାନକିଣା ଚାଲିଛି। ଫଳରେ ଚାଷୀ ଧାନ ଧରି ମଣ୍ଡିରେ ପଡି ରହିଛନ୍ତି। ଅନ୍ୟପଟେ ଦଲାଲଙ୍କ ଜରିଆରେ ନକଲି ଚାଷୀଙ୍କ ଠାରୁ ଧାନକିଣା ଚାଲିଛି। ଚାଷ ଜମି ନ ଥିବା ଚାଷୀଙ୍କୁ ରେକର୍ଡରେ ଚାଷୀ ଦର୍ଶାଇ ସେମାନଙ୍କ ନାମରେ ଶତାଧିକ କୁଇଣ୍ଟାଲ ଧାନ କିଣା ଚାଲିଛି। ଜଟଣୀ ବ୍ଲକ ଅଙ୍ଗରାପଡା ସେବା ସମବାୟ ସମିତିରେ ଗୋଚର, ଅନାବାଦୀ ଜମିକୁ ଚାଷଜମି ଏବଂ କେନାଲ ନ ଥିବା ମୌଜାରେ କେନାଲ ଦର୍ଶାଇ ନକଲି ଚାଷୀଙ୍କଠାରୁ ଧାନକିଣା ଯାଇଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ, ଏବେ ବୋଲଗଡ଼ ବ୍ଲକ ଶ୍ରୀଚନ୍ଦନପୁର ପାଟଣା ସେବା ସମବାୟ ସମିିିତିରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଉଠିଛି।

ପ୍ରକାଶ ଯେ, ଏହି ମଣ୍ଡିରେ ଗତ ଡିସେମ୍ବରରେ ଧାନକିଣା ଆରମ୍ଭ ହୋଇଥିଲା। ମାର୍ଚ୍ଚ ୩୦ ସୁଦ୍ଧା ଧାନ ସଂଗ୍ରହ ଶେଷ ତାରିଖ ରହିଛି। ଏହି ସମିତି ଅଧୀନରେ ୨୪୬ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି। ଚଳିତବର୍ଷ ସମିତିକୁ ୫୭୦୦କୁଇଣ୍ଟାଲ ଧାନ କିଣିବା ଲାଗି ଟାର୍ଗେଟ ରହିଛି। ତେବେ ମଙ୍ଗଳବାର ସୁଦ୍ଧା ୧୫୧ ଚାଷୀଙ୍କଠାରୁ ୫୦୯୪.୭୭ କୁଇଣ୍ଟାଲ ଧାନ କିଣା ସରିଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଗତବର୍ଷ ଏହି ସମିତିକୁ ୭୪୦୦ ଟାର୍ଗେଟ ରହିଥିବା ବେଳେ ୨୩୬ ଚାଷୀ ନାମ ପଞ୍ଜୀକୃତ କରିଥିଲେ। ଏହି ସମୟରେ(ଫେବୃୟାରୀ ୯ସୁଦ୍ଧା) ମାତ୍ର ୩୮୦୦ କୁଇଣ୍ଟାଲ ଧାନ କିଣାଯାଇଥିଲା। ତେବେ ଧାର୍ଯ୍ୟ ସମୟ ପୂର୍ବରୁ ଏବଂ ଏକାଧିକ ଚାଷୀ ଧାନ ବିକି ନ ଥିବା ବେଳେ କିପରି ଟାର୍ଗେଟ ପାଖାପାଖି ଧାନକିଣା ସରିଲାଣି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଗତ ବର୍ଷ ଏହି ସମୟରେ ଟାର୍ଗେଟ ୫୦ପ୍ରତିଶତ ଧାନ କିଣାଯାଇଥିବା ବେଳେ ଚଳିତବର୍ଷ ଏହି ସମୟରେ କିପରି ୮୦ପ୍ରତିଶତ ଧାନ କିଣାଯାଇଛି, ତାହାକୁ ନେଇ ଚାଷୀ ଅଭିଯୋଗ ଉଠାଇଛନ୍ତି। ମଙ୍ଗଳବାର ଟୋକନ ପାଇଥିବା ଚାଷୀଙ୍କ ନିକଟରେ ବଳକା ରହିଥିବା ଧାନ କ୍ରୟ ଦାବିରେ ଶତାଧିକ ଚାଷୀ ସମିତିରେ ତାଲା ପକାଇ ଧାରଣାରେ ବସିଥିଲେ। ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ନକଲି ଚାଷୀଙ୍କ ନାମରେ କୁଇଣ୍ଟାଲ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ନେଇ ରେକର୍ଡରେ ଦର୍ଶାଯାଇଥିବା କେତେଜଣ ଚାଷୀ ଗଣମାଧ୍ୟମ ଆଗରେ କହିଛନ୍ତିି। ରେକର୍ଡ ଯାଞ୍ଚ କରାଗଲେ, କେତେଜଣ ଚାଷୀ ଧାନ ବିକିଛନ୍ତି, କାହା ଠାରୁ କେତେ ପରିମାଣର ଧାନ କିଣାଯାଇଛି, ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି। ଏହି ସମିତିରେ ଧାନକିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା କେତେଜଣ ଚାଷୀ କହିଛନ୍ତି। ଏହାର ତଦନ୍ତ କରାଗଲେ, ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଦାବି କରିଛନ୍ତି। ଏନେଇ ସମିତି ସମ୍ପାଦକ ବାଙ୍କନିଧି ମହାରଣାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ
ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri