Posted inଖେଳ

ଓ୍ବାଶିଂଟନ୍‌ଙ୍କୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିବ କି? ଗାଭାସ୍କର ଦେଲେ ଏଭଳି ଜବାବ

ଚେନ୍ନାଇ,୧୦।୨: ସ୍ଥାନୀୟ ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୨୨୭ରନ୍‌ରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ଭାରତୀୟ ଟିମ୍‌। ଏହା ପରେ ଦଳରେ ନିଆଯାଇଥିବା ଖେଳାଳିଙ୍କୁ ନେଇ ପ୍ରଶ୍ନ ଉଠୁଛି। ଅଧିନାୟକ ବିରାଟ କୋହଲି ସିରିଜ୍‌ର ପ୍ରଥମ ଟେଷ୍ଟରେ କୁଲଦୀପ ଯାଦବଙ୍କ ସ୍ଥାନରେ ଶାହବାଜ ନଦୀମଙ୍କୁ ସୁଯୋଗ ଦେଇଥିଲେ। ହେଲେ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ତାଙ୍କ ବ୍ୟତିତ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ବ୍ୟାଟିଂ ଭଲ କରି ୮୫ ରନ୍‌ର ଅପରାଜିତ ପାଳି ଖେଳିଥିଲେ ହେଁ ବୋଲିଂରେ ନିରାଶ କରିଥିଲେ। ୨୭ ଓଭରରେ ସେ ଗୋଟିଏ ବି ଉଇକେଟ ହାସଲ କରିପାରି ନ ଥିଲେ। ଏଣୁ ଅଧିନାୟକ ତାଙ୍କୁ ଦ୍ୱିତୀୟ ପାଳିରେ କେବଳ ୧ ଓଭର ବୋଲିଂ କରିବାକୁ ସୁଯୋଗ ଦେଇଥିଲେ। ହେଲେ ସେ ଏକାଦଶରେ ନିଜ ସ୍ଥାନ ବଜାୟ ରଖିବାରେ ସଫଳ ହେବେ ବୋଲି ପୂର୍ବ ଅଧିନାୟକ ସୁନିଲ ଗାଭାସ୍କର କହିଛନ୍ତି।

୧୩ ଫେବୃୟାରୀରେ ଦ୍ୱିତୀୟ ଟେଷ୍ଟ  ଖେଳିବାକୁ ରହିଥିବା ବେଳେ ଭାରତୀୟ ଟିମ୍‌ରେ ଗୋଟିଏ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ଏବେର ଏକାଦଶ ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ ଭଲ ପ୍ରଦର୍ଶନ କରୁଛନ୍ତି। ଏଣୁ ଦଳରେ ଅଧିକ ପରିବର୍ତ୍ତନ କରିବା ଠିକ୍‌ ନୁହେଁ। ଓ୍ବାଶିଂଟନ୍‌ଙ୍କ ସ୍ଥାନରେ ଅନ୍ୟ କାହାକୁ ଖେଳାଯିବାକୁ ଆଲୋଚନା ହେଉଥିଲେ ହେଁ ସେଭଳି ହୋଇ ନ ପାରେ। ଆଗାମୀ ଦିନରେ ସେ ଭଲ ବୋଲିଂ କରିପାରନ୍ତି। ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ତାଙ୍କୁ ଆଲୋଚନା କରିବାକୁ ହେବ। ଅପରପକ୍ଷେ ସେ ଭଲ ବ୍ୟାଟିଂ କରୁଥିବା ଦେଖାଯାଉଛି। ମାତ୍ର ତାଙ୍କୁ ଅଧିକ ବୋଲିଂର ସୁଯୋଗ ମିଳିବା ଉଚିତ। ସେ ମଧ୍ୟ ଅନ୍ୟ ଖେଳାଳିଙ୍କଠାରୁ ଶିଖିବା ଉଚିତ ବୋଲି ଗାଭାସ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri