ତାଳଚେର ସବୁଠୁ ବଡ଼ କ୍ଷେତ୍ର ହୋଇପାରିବ

ତାଳଚେର,୧୦ା୨(ନି.ପ୍ର.) – ଅନୁଗୋଳ ଜିଲା ତାଳଚେରଠାରେ ଥିବା ମହାନଦୀ କୋଲ୍‌ ଫିଲଡ୍‌ସ ଲିମିଟେଡ (ଏମ୍‌ସିଏଲ୍‌) ବର୍ତ୍ତମାନ ସୁଦ୍ଧା ୧୨୦ ମିଲିୟନ ଟନ୍‌ କୋଇଲା ଉତ୍ତୋଳନ କରିସାରିଛି। ଏହି ଉତ୍ପାଦନ ହାର ବଜାୟ ରହିଲେ ଏମ୍‌ସିଏଲ୍‌ ଆଗାମୀ ଦିନରେ କୋଲ୍‌ ଇଣ୍ଡିଆ (ସିଆଇଏଲ୍‌)ର ୧ ନମ୍ବର କୋଇଲା କମ୍ପାନୀରେ ପରିଗଣିତ ହେବ ବୋଲି ସିଏମ୍‌ଡି ପ୍ରଭାତ କୁମାର ସିହ୍ନା ପ୍ରକାଶ କରିଛନ୍ତି।
ମଙ୍ଗଳବାର ଦିନିକିଆ ତାଳଚେର ଗସ୍ତରେ ଆସିଥିବା ସିଏମ୍‌ଡି ସିହ୍ନା ଲିଙ୍ଗରାଜ ଓପନକାଷ୍ଟ କୋଇଲା ଖଣି ପରିଦର୍ଶନ କରିବା ସହ ଉତ୍ପାଦନ, ପରିବହନର ସମୀକ୍ଷା କରିଥିଲେ। ବାର୍ଷିକ ଉପତ୍ାଦନ ଲକ୍ଷ୍ୟ ହାସଲ ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେବା ସହିତ ତଦ୍‌ଜନିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଖବରଦାତାଙ୍କ ସହ ଆଲୋଚନା ବେଳେ ଚଳିତ ଆର୍ଥତ୍କ ବର୍ଷରେ ଏମ୍‌ସିଏଲ୍‌ ପାଇଁ ୧୬୦ ମିଲିୟନ ଟନ୍‌ କୋଇଲା ଉତ୍ପାଦନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ପ୍ରକାଶ କରିଥିଲେ। ସେ କହିଥିଲେ, ଚଳିତବର୍ଷ ଏମ୍‌ସିଏଲ୍‌ ୧୫୦ ମିଲିୟନ ଟନ୍‌ରୁ ଅଧିକ ଉତ୍ତୋଳନ କରିବ। ସେଥିରୁ ଏବେ ସୁଦ୍ଧା ୧୨୦.୫୯ ମିଲିୟନ ଟନ୍‌ ଉତ୍ତୋଳନ ହୋଇସାରିଛି। ଆଗାମୀ ଦିନରେ ଏମ୍‌ସିଏଲ୍‌ ବିଭିନ୍ନ ଖଣିରୁ କୋଇଲା ଉପତ୍ାଦନ ବୃଦ୍ଧି ପାଇଁ ଚେଷ୍ଟା ଜାରି ରଖିବ। ଅନୁଗୋଳ, ଝାରସୁଗୁଡା, ସୁନ୍ଧରଗଡ଼ ଅଞ୍ଚଳରୁ ଦୈନିକ ୫.୭୦ ଲକ୍ଷ ଟନ୍‌ କୋଇଲା ଉତ୍ପାଦନ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ୫.୩୦ ଲକ୍ଷ ଟନ୍‌ ଉତ୍ତୋଳନ ହେଉଛି। ତାଳଚେର ଅଞ୍ଚଳରେ ବିପୁଳ କୋଇଲା ସଂରକ୍ଷିତ ରହିଛି। ଏହାର ସଦ୍‌ବିନିଯୋଗ କରାଗଲେ ଏହା ଭାରତର ସବୁଠାରୁ ବଡ଼ କୋଇଲା କ୍ଷେତ୍ର ହୋଇପାରିବ। ତେବେ ଜମି ସମସ୍ୟା ଯୋଗୁ ଖଣି କାର୍ଯ୍ୟରେ ବାଧାସୃଷ୍ଟି ହେଉଛି। ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରଖାଯାଉଛି। ତେଣୁ ଜନସାଧାରଣ ସହଯୋଗ କରିବାକୁ ସିଏମ୍‌ଡି ସିହ୍ନା ନିବେଦନ କରିଥିଲେ। କରୋନା ଯୋଗୁ କୋଇଲା ଚାହିଦା ହ୍ରାସ ପାଇବା ଚିନ୍ତାଜନକ। ଟ୍ରକ୍‌ ମାଲିକଙ୍କ ସମସ୍ୟା ସମ୍ପର୍କରେ ଏମ୍‌ସିଏଲ୍‌ ଅବଗତ ଅଛି ଓ ସମାଧାନ ପାଇଁ ପଦକ୍ଷେପ ନେଉଛି। ସିଏମ୍‌ଡିଙ୍କ ଏହି ଗସ୍ତ ବେଳେ ଏମ୍‌ସିଏଲ୍‌ର ଡାଇରେକ୍ଟର ଟେକ୍ନିକାଲ ଓ.ପି. ସିଂହଙ୍କ ସମେତ ବିଭିନ୍ନ ବରିଷ୍ଠ ପଦାଧିକାରୀ ଓ ଜେନେରାଲ ମ୍ୟାନେଜରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri