ଅମଠପୁର ଉପନିର୍ବାଚନ: ୩ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ବରୀ,୮।୨(ଡି.ଏନ.ଏ.): ଆସନ୍ତା ୧୧ରେ ବରୀ ବ୍ଲକ୍‌ ଅଧୀନ ଅମଠପୁର ପଞ୍ଚାୟତ ଉପନିର୍ବାଚନ । ସରକାରୀ ସ୍ତରରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୫ ଓ୍ବାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତର ମୋଟ ୩୬୩୨ ମତାଦାତା ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ। ୨୦୧୭ ନିର୍ବାଚନରେ ଭାଜପା ସମର୍ଥିତ ଆଶାଲତା ସେଠୀ ୩୬୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟଲାଭ କରିଥିଲେ। ଶିକ୍ଷାଗତ ଯୋଗ୍ୟତା ନ ଥିବା ଅଭିଯୋଗକୁ ଭିତ୍ତି କରି କୋର୍ଟ ତାଙ୍କ ପଦକୁ ଅସିଦ୍ଧ ଘୋଷଣା କରିବା ପରେ ଏହି ଉପନିର୍ବାଚନ ହେବାକୁ ଯାଉଛି। ବିଜେଡି ସମର୍ଥିତ ମମତା ଦାସ, ଭାଜପାରୁ କବିତା ଦଳେଇ ଓ କଂଗ୍ରେସ ସମର୍ଥିତ ଲିଜାଲତା ମଲ୍ଲିକ ନିଜ ସମର୍ଥକମାନଙ୍କ ସହ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି।
ଭାଜପା ଗଡ଼ ଭାବେ ପରିଚିତ ଏହି ପଞ୍ଚାୟତରେ ବିଜୟଲାଭ ପାଇଁ ଶାସକ ଦଳ ତରଫରୁ ଜୋରଦାର ପ୍ରୟାସ ଜାରି ରହିଛି। ଶାସକ ଦଳ ପକ୍ଷରୁ ଉକ୍ତ ପଞ୍ଚାୟତକୁ ୧୫ ଜୋନ୍‌ରେ ବିଭକ୍ତ କରାଯାଇଛି। ସେହି ଜୋନ୍‌କୁ ଜଣେ ଲେଖାଏ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ବ୍ଲକ୍‌ସ୍ତରୀୟ ନେତାମାନଙ୍କୁ ବିଭିନ୍ନ ଜୋନର ଦାୟିତ୍ୱ ଅର୍ପଣ କରିବା ପରେ ପଞ୍ଚାୟତସ୍ତରୀୟ ଭାଜପା ଓ କଂଗ୍ରେସ ସମର୍ଥତ୍ତ କର୍ମୀମାନଙ୍କୁ ଶାସକ ଦଳରେ ସାମିଲ କରିବା ଭାଜପା ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଶାସକ ଦଳ ତରଫରୁ ବିଧାୟିକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ, ଯୁବନେତା ଅଶୋକ ସାମଲ, ବରୀ ବ୍ଲକ୍‌ ବିଜେଡି ସଭାପତି କେଦାର ସାମଲ, ସାମାଜିକ କର୍ମୀ ଅରବିନ୍ଦ ମହାନ୍ତି, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ସୁବୋଧ ଜେନା, ପ୍ରାକ୍ତନ ସରପଞ୍ଚ ଆର୍ତ୍ତବନ୍ଧୁ ସାମଲ ପ୍ରମୁଖ ନିର୍ବାଚନର ମଙ୍ଗ ଧରିଛନ୍ତି। ଭାଜପା ଏହି ଉପନିର୍ବାଚନରେ ଦଳର ସ୍ଥିତି ବଜାୟ ରଖିବା ପାଇଁ ଉଦ୍ୟମ ଜାରି ରଖିଛି। ଭାଜପା ନେତା ବିଶ୍ୱ ରଞ୍ଜନ ମଲ୍ଲିକଙ୍କ ଅନୁପସ୍ଥିତିରେ ଦଳ ନିଜର ଗଡ ରକ୍ଷା କରିବାକୁ ଜୋରଦାର ପ୍ରୟାସ କରୁଛି। ବରୀ ବ୍ଲକ୍‌ ଅଧ୍ୟକ୍ଷା ସୁବାସିନୀ ଶର୍ମା ପ୍ରାକ୍ତନ ସରପଞ୍ଚ ଦିଲୀପ ମହାନ୍ତି, ମୁକୁନ୍ଦ ସାମଲ, ସମିତିସଭ୍ୟ ଅଙ୍କରୁ ମଲ୍ଲିକ, ଶାନ୍ତନୁ ମଲ୍ଲିକ ପ୍ରମୁଖ ଦଳୀୟ କର୍ମୀମାନଙ୍କୁ ଏକଜୁଟ୍‌ କରି ପ୍ରଚାର କାର୍ଯ୍ୟ ଚାଲୁ ରଖିଛନ୍ତି। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତରଫରୁ ଏଠାରେ ପ୍ରାର୍ଥୀ ଦିଆଯାଇ ନ ଥିଲା। ଚଳିତ ଉପନିର୍ବାଚନରେ ଦଳ ନିଜ ସମର୍ଥତ୍ତ ପ୍ରାର୍ଥୀ ଦେଇ ନିର୍ବାଚନରେ ସାମିଲ ହୋଇଛି। କେତେଜଣ ହାତଗଣତି ପଞ୍ଚାୟତସ୍ତରୀୟ ନେତାଙ୍କୁ ଛାଡିଦେଲେ ଦଳ ପାଇଁ କୌଣସି ପ୍ରମୁଖ ବ୍ଲକ୍‌ସ୍ତରୀୟ ନେତୃମଣ୍ଡଳୀ ପ୍ରଚାର କାର୍ଯ୍ୟରେ ସାମିଲ ହୋଇ ନ ଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri