ପ୍ରସ୍ତାବିତ ଅଧିନିୟମକୁ ବିରୋଧ

ପୁରୀ ଅଫିସ,୮।୨: ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ଙ୍କ ପକ୍ଷରୁ ଶ୍ରୀମନ୍ଦିର ଐତିହ୍ୟ ପାଇଁ ପ୍ରସ୍ତାବିତ ଚିଠା ଅଧିନିୟମ (ବାଇ-ଲ) ଜାରି ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିର ଚାରିପଟେ ରହୁଥିବା ସ୍ଥାନୀୟ ବାସିନ୍ଦା ଓ ସେବାୟତ ପରିବାର ଏହି ଚିଠା ଅଧିନିୟମକୁ ତୀବ୍ର ବିରୋଧ କରିଛନ୍ତି। ଏହାକୁ ପ୍ରତ୍ୟାହାର କରିନେବା ପାଇଁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରବିବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ଦୀର୍ଘବର୍ଷ ଧରି ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରହୁଥିବା ସେବାୟତ ପରିବାର ବିଶେଷଭାବେ କ୍ଷତି ସହିବେ। ଏଣୁ ଭକ୍ତ, ସେବାୟତ ଓ ଭଗବାନଙ୍କ ସମୂହ ସ୍ବାର୍ଥକୁ ଧ୍ୟାନ ଦେଇ ଏହି ପ୍ରସ୍ତାବିତ ଚିଠା ଅଧିନିୟମକୁ ପ୍ରତ୍ୟାହାର କରାଯାଉ। ଶ୍ରୀଜୀଉଙ୍କ ନୀତିକାନ୍ତି ନିମନ୍ତେ ବର୍ଷ ବର୍ଷ ଧରି ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବହୁ ସେବାୟତ ପରିବାର ରହି ଆସୁଛନ୍ତି। ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷଙ୍କ ଏଭଳି ପ୍ରସ୍ତାବିତ ଚିଠା ଅଧିନିୟମ ସମ୍ପୃକ୍ତ ସେବାୟତ ପରିବାର ପାଇଁ ସମସ୍ୟା ବଢ଼ାଇପାରେ। ଅନ୍ୟ ଐତିହ୍ୟସ୍ଥଳଠାରୁ ଶ୍ରୀମନ୍ଦିର ନୀତିକାନ୍ତି ସମ୍ପୂର୍ଣ୍ଣ ଭିନ୍ନ। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବାରୁ ସେମାନଙ୍କ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପାଖାପାଖି ଅଞ୍ଚଳରେ ରହଣି ବ୍ୟବସ୍ଥା ହୋଇଛି। ନୂଆ ଅଧିନିୟମ ଅନୁଯାୟୀ ଏସବୁ ସ୍ଥାନକୁ ନିୟନ୍ତ୍ରିତ ଅଞ୍ଚଳରେ ପରିଣତ କରିବା ସମ୍ଭବପର ନୁହେଁ ବୋଲି ଶ୍ରୀମନ୍ଦି ର ମୁଖ୍ୟପ୍ରଶାସକ ଚିଠିରେ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଏହି ଚିଠା ଅଧିନିୟମ ଏକ ଶକ୍ତ ଧକ୍କା ଦେଇଛି। ଶ୍ରୀମନ୍ଦିର ପାଖ ୧୦୦ ମିଟର ଓ ଉକ୍ତ ସୀମାଠାରୁ ୨ଶହ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ନୂତନ ନିର୍ମାଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ଚିଠା ଅଧିନିୟମରେ ଉଲ୍ଲେଖ ରହିଛି। ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷଙ୍କ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ପୁରୀ ପୌରସଂସ୍ଥା, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ(ପିକେଡିଏ) ଏବଂ ଶ୍ରୀମନ୍ଦିର ପ୍ରଶାସନ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହାପରେ ଉକ୍ତ ଚିଠା ଅଧିନିୟମକୁ ପ୍ରତ୍ୟାହାର କରିବା ଲାଗି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବଙ୍କୁ ଚିଠି ଲେଖାଯାଇଛି। ସେହିପରି ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷଙ୍କ ଏହି ତରବରିଆ ନିଷ୍ପତ୍ତି ବିରୋଧରେ ରବିବାର ସେବାୟତ ନିଯୋଗ ପକ୍ଷରୁ ମିଳିତ ଭାବେ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସନ୍ତା ଛତିଶା ନିଯୋଗ ବୈଠକ ଓ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ପ୍ରସ୍ତାବ ବିରୋଧରେ ପଦକ୍ଷେପ ଚୂଡ଼ାନ୍ତ ହେବ ବୋଲି ସେବାୟତ ନିଯୋଗ ପକ୍ଷରୁ କୁହାଯାଇଛି। ଯଦି ଏହାକୁ ପ୍ରତ୍ୟାହାର କରା ନ ଯିବ ତେବେ ସେବାୟତ ନିଯୋଗ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ମିଟର ଅଞ୍ଚଳ ପର୍ଯ୍ୟନ୍ତ ଅନେକ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉଚ୍ଛେଦ କରାଯାଇଥିଲା। ଏବେ ନ୍ୟାଶନାଲ ମନୁମେଣ୍ଟ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବିତ ଅଧିନିୟମ ଅନୁଯାୟୀ, ଶହେ ମିଟର ନିଷିଦ୍ଧାଞ୍ଚଳ ହେଲେ ଆହୁରି ୨୫ ମିଟର ଉଚ୍ଛେଦ ହେବ ଏବଂ ଏହାଠାରୁ ୨ଶହ ମିଟର ପଛକୁ ନିୟନ୍ତ୍ରିତ ଅଞ୍ଚଳ ହେବ। ଯାହାଦ୍ୱାରା ଉକ୍ତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ କରିବାକୁ ହେଲେ ଏନ୍‌ଏମ୍‌ଏର ଅନୁମତି ନେବାକୁ ପଡ଼ିବ। ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ, ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘର ଓ ଦୋକାନ ବଜାରକୁ ମଧ୍ୟ ଭାଙ୍ଗିବାକୁ ପଡ଼ିପାରେ। ଏପରି କି ମେଘନାଦ ପାଚେରୀ ଚାରିପଟେ ୩୭ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରାଯିବ। ଏଲ୍‌ଇଡି କିମ୍ବା ଉଚ୍ଚ ପ୍ରତିଫଳନଯୁକ୍ତ ସିନ୍ଥେଟିକ ସାମଗ୍ରୀର ବ୍ୟବହାର ହୋଇପାରିବ ନାହିଁ। ରଥଯାତ୍ରା ଭଳି ସ୍ବତନ୍ତ୍ର ଉତ୍ସବରେ ବ୍ୟାନର ଲଗାଇବା ପାଇଁ ତିନି ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଅନୁମତି ମିଳିବ ନାହିଁ। ଏଥିସହ ନିଷିଦ୍ଧାଞ୍ଚଳ ଭିକାରି ଓ ପ୍ଲାଷ୍ଟିକ୍‌ମୁକ୍ତ ହେବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜାତୀୟ ମନୁମେଣ୍ଟ କର୍ତ୍ତୃପକ୍ଷ ଏଭଳି ପ୍ରସ୍ତାବିତ ଚିଠା ଅଧିନିୟମ ଜାରି କରିବା ପୂର୍ବରୁ ପୁରୀ ଜିଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପରାମର୍ଶ ଲୋଡ଼ିନାହାନ୍ତି। ଏଣୁ ଏହି ଅଧିନିୟମ ବିରୋଧରେ ସବୁ ସ୍ତରରେ ସ୍ବର ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri