Posted inଖେଳ

କ୍ରିକେଟ ଖେଳ ଭଳି ପାରିବାରିକ ଜୀବନ ବି ରହିଛି ଅନିଶ୍ଚିତ…

ମୁମ୍ବାଇ,୮।୨: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସୋମବାର ୫୮ ବର୍ଷ ପୂରଣ ହୋଇଛି। ୧୯୬୩ ଫେବୃୟାରୀ ୮ରେ ସେ ହାଇଦ୍ରାବାଦ୍‌ରେ ଜନ୍ମଗ୍ରହଣ କରିଥିଲେ। ସେ ୯୯ ଟେଷ୍ଟ ମ୍ୟାଚ ଖେଳି ୧୪୭ ଇନିଂସିରୁ ୬୨୧୫ ରନ ସଂଗ୍ରହ କରିଥିଲେ। ସେଥି ମଧ୍ୟରେ ୨୨ ଶତକ ଏବଂ ୨୧ ଅର୍ଦ୍ଧ ଶତକ ରହିଛି। ସେହିପରି ୩୩୪ ଏକଦିବସୀୟ ମ୍ୟାଚ ଖେଳି ୩୦୮ ଇନିଂସିରୁ ୯୩୭୮ ରନ ସଂଗ୍ରହ କରିଥିଲେ। ସେଥି ମଧ୍ୟରୁ ୫୮ ଶତକ ଏବଂ ୭ ଅର୍ଦ୍ଧ ଶତକ ରହିଛି। ୧୯୮୬ରେ ତାଙ୍କୁ ଅର୍ଜୁନ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହା ସହିତ ୧୯୯୧ରେ ତାଙ୍କୁ ଓ୍ବାଇଜ୍‌ଡେନ୍ସ୍‌ କ୍ରିକେଟର ଅଫ ଦି ଇୟର ସମ୍ମାନ ପ୍ରଦାନ କରାଯାଇଥିଲା। କ୍ରିକେଟ ଖେଳପଡ଼ିଆ ଭଳି ଆଝାରୁଦ୍ଦିନଙ୍କ ପାରିବାରିକ ଜୀବନ ମଧ୍ୟ ବେଶ ରୋମାଞ୍ଚଭରା ରହିଥିଲା। କ୍ରିକେଟ ଖେଳ ଭଳି ପାରିବାରିକ ଜୀବନ ବି ରହିଛି ଅନିଶ୍ଚିତ ରହିଛି। ୧୯୮୭ରେ ସେ ନୌରିନ୍‌ଙ୍କୁ ବିବାହ କରିଥିଲେ। ୧୯୯୬ରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ୧୯୯୬ରେ ସେ ବଲିଉଡ ଅଭିନେତ୍ରୀ ସଙ୍ଗୀତା ବିଜଲାନୀଙ୍କୁ ବିବାହ କରିଥିଲେ। ସଙ୍ଗୀତାଙ୍କ ସହିତ ୨୦୧୦ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ଦୁଇଥର ବିବାହ କରି ମଧ୍ୟ ତାଙ୍କର ପାରିବାରିକ ଜୀବନ ସଫଳ ହୋଇପାରି ନ ଥିଲା। ଏହାପରେ ମଡେଲ ଜ୍ୱାଲା ଗୁଟ୍ଟାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ହୋଇଥିଲା । ଆଝାରୁଦ୍ଦିନ ୨୦୦୦ରେ ମ୍ୟାଚ ଫିକ୍ସିଂ ମାମଲାରେ ଜଡିତ ହୋଇଥିଲେ। ୨୦୧୨ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ତାଙ୍କ ସପକ୍ଷରେ ରାୟ ହେଇଥିଲେ। ୨୦୦୯ ଫେବୃୟାରୀ ୧୯ରେ ସେ କଂଗ୍ରେସରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri