Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ଐତିହାସିକ କ୍ଷେତ୍ର ରତ୍ନାଗିରି

ରତ୍ନାଗିରି ମହାରାଷ୍ଟ୍ରର ରତ୍ନାଗିରି ଜିଲା ଅନ୍ତର୍ଗତ ଏକ ନଗର; ଯାହାକି ନିଜର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ନିଜ ଭିତରେ ସାଇତି ରଖିପାରିଛି। ଖାସ୍‌ ସେଥିପାଇଁ ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳେ…

ରତ୍ନାଗିରି ମହାରାଷ୍ଟ୍ରର ଏମିତି ଏକ ସ୍ଥାନ, ଯେଉଁଠାରେ ଅନେକ ଐତିହାସିକ କୀର୍ତ୍ତିରାଜି, ଧାର୍ମିକ ପୀଠ ତଥା ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟକ ବହୁ ନିଆରା ଅନୁଭୂତିକୁ ସାଙ୍ଗରେ ନେଇ ଆସିପାରିବେ। ଖାସ୍‌ କରି ଆକର୍ଷଣୀୟ ବାସ୍ତୁକଳାରେ ପରିପୂର୍ଣ୍ଣ ଏଠାକାର ଦୁର୍ଗ ତଥା ଶାନ୍ତ ସମୁଦ୍ରତଟ ପାଇଁ ଏହି ସ୍ଥାନଟି ଦେଶବିଦେଶରେ ବେଶ୍‌ ପ୍ରସିଦ୍ଧି ଲାଭ କରିପାରିଛି। ସେଥିପାଇଁ ଅଧିକାଂଶ ସମୟରେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଥାଏ।

ଇତିହାସ
ରତ୍ନାଗିରିର ମରାଠା ଇତିହାସରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। ସୂଚନାନୁଯାୟୀ, ୧୭୩୧ ମସିହାରୁ ଏହି ଅଞ୍ଚଳ ସତାରାର ରାଜାଙ୍କ ଅଧୀନରେ ଥିଲା। କିନ୍ତୁ ୧୮୧୮ ମସିହା ବେଳକୁ ଏହା ଇଂରେଜମାନଙ୍କ ଅଧୀନକୁ ଚାଲିଯାଇଥିଲା। ଏଠାରେ ଏମିତି ଏକ ଦୁର୍ଗ ରହିଛି, ଯାହାକୁ ବିଜାପୁର ରାଜପରିବାର ତରଫରୁ ନିର୍ମାଣ କରାଯାଇଥିଲେ ହେଁ, ପରବର୍ତ୍ତୀ ସମୟରେ ଶିବାଜୀ ମହାରାଜା ଏହାର ପୁନରୁଦ୍ଧାର କାମ କରିଥିଲେ। ତା’ଛଡ଼ା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବାଲ୍‌ ଗଙ୍ଗାଧର ତିଲକ୍‌ଙ୍କ ଜନ୍ମଭୂମି ଭାବେ ରତ୍ନାଗିରିର ଆଉ ଏକ ନିଆରା ପରିଚିତ ମଧ୍ୟ ରହିଛି।

କ’ଣ ଦେଖିବେ
ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଯେମିତିକି:
ରତ୍ନାଗିରି ଦୁର୍ଗ: ଏହା ରତ୍ନଦୁର୍ଗ ତଥା ଭଗବତୀ ଦୁର୍ଗ ଭାବେ ବି ଜଣାଶୁଣା। ଏହି ଦୁର୍ଗଟିକୁ ବିଜାପୁର ରାଜପରିବାର ତରଫରୁ ପ୍ରଥମେ ନିର୍ମାଣ କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ଶିବାଜୀ ମହାରାଜ ଏହାର ପୁନରୁଦ୍ଧାର କରିବା ସହ ଏହାକୁ ମରାଠା ନୌସେନାର ପ୍ରମୁଖ କେନ୍ଦ୍ର ଭାବେ ଘୋଷଣା କରିଥିଲେ। ଏହି ଦୁର୍ଗ ମଧ୍ୟରେ ତିନୋଟି ସୁଡ଼ଙ୍ଗ ସହ ଭଗବତୀ ମାତାଙ୍କର ମନ୍ଦିର ମଧ୍ୟ ସୁରକ୍ଷିତ ଅବସ୍ଥାରେ ଏବେ ବି ରହିଛି।

ଜୟଗଡ଼ ଦୁର୍ଗ: ଏହି ଦୁର୍ଗଟି ମଧ୍ୟ ସ୍ଥାନୀୟ ଅଞ୍ଚଳର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଯାଇଥାଏ। ଏହା ଏକ ବିରାଟ ପାହାଡ଼ ଉପରେ ନିର୍ମିତ। ଏଠାରେ ଠିଆହେଲେ ଚତୁଃପାର୍ଶ୍ୱର ଦୃଶ୍ୟ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେହିପରି ଏହି ଦୁର୍ଗଠାରୁ କିଛି ଦୂରରେ ରହିଛି ଜୟଗଡ଼ ଲାଇଟ୍‌ହାଉସ୍‌, ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ।

ସମୁଦ୍ରତଟ: ରତ୍ନାଗିରିରେ ମଧ୍ୟ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ସମୁଦ୍ରତଟ; ଯେମିତିକି: ଗଣପାଟିପୁଲେ ବିଚ୍‌, ଭାତ୍ୟ ବିଚ୍‌, ଗଣେଶଗୁଲେ ବିଚ୍‌, ପାଣ୍ଡ୍ରେ ସମୁଦ୍ର ଇତ୍ୟାଦି ଅନ୍ୟତମ।
କେବଳ ଏତିକି ନୁହେଁ ରତ୍ନାଗିରିରେ ଅନେକ ବୌଦ୍ଧ ମଠ, ମହଲ ତଥା ଆଧ୍ୟାତ୍ମକ ପୀଠ ବି ପର୍ଯ୍ୟଟକ ବୁଲି ଦେଖିପାରିବେ।

କେବେ ଓ କେମିତି ଯିବେ
ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ରତ୍ନାଗିରିକୁ ବୁଲିଯିବା ପାଇଁ ଅକ୍ଟୋବରରୁ ଫେବୃୟାରୀ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଖରାଦିନେ ଏଠାରେ ଟିକେ ଅଧିକ ଗରମ ଅନୁଭୂତ ହୋଇଥାଏ; ଯଦ୍ଦ୍ବାରା ବୁଲାବୁଲି କରିବାକୁ ଅସୁବିଧା ହୁଏ। ସେହିପରି ବର୍ଷାଦିନେ ବି ବୁଲିବାକୁ ଉପଯୁକ୍ତ ପରିବେଶ ନଥାଏ। ତେଣୁ ଅକ୍ଟୋବରରୁ ଫେବୃୟାରୀ ଭିତରେ ଏଠାକୁ ଗଲେ ବୁଲିବାକୁ ଅନୁକୂଳ ପରିବେଶ ମିଳିବା ସହ ଭ୍ରମଣର ଭରପୂର ମଜା ନେଇହୁଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ଭଲ ବ୍ୟବସ୍ଥା ରହିଛି। ମୁମ୍ବାଇରୁ ସିଧାସଳଖ ବସ୍‌ର ସୁବିଧା ଏଠାକୁ ରହିଛି। ତା’ଛଡ଼ା ପର୍ଯ୍ୟଟକ ଚାହିଁଲେ ଟ୍ରେନ୍‌ ଯୋଗେ ବି ଏଠାକୁ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri