ଏହି ପରିବାରର ସମସ୍ତ ସଦସ୍ୟ ଚୋର, ଏମିତି ଉପାୟରେ କେବଳ ଚୋରି କରନ୍ତି ସୁନା

ମୁମ୍ବାଇ,୩।୨: ‘ଆମେ ସମସ୍ତେ ଚୋର’ ଏହା କୌଣସି ବଲିଉଡ୍‌ ଫିଲ୍ମର ଡାଏଲଗ୍‌ ନୁହେଁ, ଏହା ହେଉଛି ମୁମ୍ବାଇର ଏକ ପରିବାରର ନିରାଟ ସତ କାହାଣୀ। କାରଣ ଏହି ପରିବାରର ପ୍ରତ୍ୟେକ ସଦସ୍ୟ ଚୋର। ପୋଲିସ ସୂଚନାନୁଯାୟୀ, ଏହି ପରିବାର ନାଁରେ ଗୋଟିଏ କି ଦୁଇଟି ନୁହେଁ, ୫୦ ଚୋରିର ଅଭିଯୋଗ ରହିଛି।

ମହାରାଷ୍ଟ୍ର ବ୍ୟତୀତ ଏମାନେ ତେଲେଙ୍ଗାନା ଏବଂ ଛତିଶଗଡ଼ର ଜୁଏଲାରୀ ଦୋକାନରୁ ମଧ୍ୟ ଚୋରି କରନ୍ତି। ମାଲାଡ ଓ୍ବେଷ୍ଟର କୁରାର ଥାନା ଅଧୀନରେ ଥିବା ଏକ ଜୁଏଲାରୀ ଦୋକାନରୁ ଚୋରି କରିବା ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଚୋରିରେ ପରିବାରର ୫ ସଦସ୍ୟଙ୍କୁ ଗିରଫ କରିବାରେ ପୋଲିସ ସଫଳତା ହାସଲ କରିଛି।

୧୩ ଜାନୁୟାରୀ ୨୦୨୧ରେ କୁରାର କ୍ଷେତ୍ରର ମୟୁର ଜୁଏଲାର୍ସରୁ ୧୦ ଭରି ସୁନା ଚୋରି ଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଦୋକାନୀ ମାଲିକ ପୋଲିସକୁ କହିଥିଲେ କି, ୧୩ ଜାନୁୟାରୀ ଅପରାହ୍ନ ୨ଟାରେ ଏକ କଳା ଏବଂ ହଳଦିଆ ରଙ୍ଗର ଟ୍ୟାକ୍ସିରେ କିଛି ଲୋକ ତାଙ୍କ ଦୋକାନକୁ ଆସିଥିଲେ। ତିନି ଜଣ କିଛି ସମୟ ପର୍ଯ୍ୟନ୍ତ ସୁନାଗହଣା ଦେଖିବା ପରେ ଚାଲିଯାଇଥିଲେ। ଏହା ପରେ ତାଙ୍କ ଦୋକାନରେ ୧୦ ଭରି ସୁନା ନ ଥିବା ସେ ଜାଣିବାକୁ ପାଇଥିଲେ। ଦୋକାନରେ ଲାଗିଥିବା ସିସିଟିଭିରେ ଏହି ଘଟଣା ରେକର୍ଡ ହୋଇଛି। ଏହାକୁ ଆଧାର କରି କୁରାରର ବରିଷ୍ଠ ପୋଲିସ ନିରୀକ୍ଷକ ପ୍ରକାଶ ବେଲେଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଯାଞ୍ଚ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ଜଣାପଡ଼ିଥିଲା କି ଏହି ଚୋରମାନେ ପୁଣେ ଅଞ୍ଚଳର। ପୋଲିସ ଏହି ଘଟଣାରେ ସଂପୃକ୍ତ ରେଖା ହେମରାଜ(୪୫), ଅକ୍ଷୟ ହେମରାଜ ବାଣୀ(୧୯), ଶେଖର ହେମରାଜ(୨୮), ରେଣୁକା ଶେଖର ବାଣୀ (୨୩), ନରେନ୍ଦ୍ର ଅଶୋକ ସାଲୁଙ୍ଖେ(୩୫)ଙ୍କ ସମେତ ଟ୍ୟାକ୍ସି ଡ୍ରାଇଭର ଆଶୁତୋଷ ମିଶ୍ରଙ୍କୁ ଗିରଫ କରିଛି।

ପୋଲିସ କହିଛି, ଏମାନଙ୍କ ନାମରେ ମହାରାଷ୍ଟ୍ର ବ୍ୟତୀତ ଅନ୍ୟ ସ୍ଥାନରେ ମଧ୍ୟ ଚୋରି ଅଭିଯୋଗ ରହିଛି। ଏମାନଙ୍କ ନିକଟରୁ ୧ ଲକ୍ଷ ୯୦ ହଜାର ଟଙ୍କାର ସୁନା ଜବତ କରାଯାଇଛି। ଆଉ ୩ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri