ଅନୁଶୋଚନାର ସମୟ ଆସିଛି

”ଦିନ ଥିଲା, ଓଡ଼ିଆ ଉପନ୍ୟାସ ହେଉ କି ନିଚ୍ଛକ ଓଡ଼ିଆ ବାସ୍ନା ଥିବା କାହାଣୀକୁ ଆଧାର କରି ଚଳଚ୍ଚିତ୍ରଟିଏ ନିର୍ମାଣ କରାଯାଉଥିଲା; ଆଉ ତାହାକୁ ଦର୍ଶକ ପସନ୍ଦ କରୁଥିଲେ। ଗୋଟିଏ ସିନେମାରୁ ମନଲାଖି ରିଟର୍ନ ପାଇବା ପରେ ଜଣେ ପ୍ରଯୋଜକ ଆଉ ଗୋଟିଏ ସିନେମା ପାଇଁ ମନ ବଳାଉଥିଲା। ହେଲେ ଏବେ କପି
ଭାଇରସ୍‌ ଓଡ଼ିଆ କାହାଣୀକୁ ଗ୍ରାସ କରିଛି।“

ଓଡ଼ିଆ ସିନେମାକୁ ନେଇ ଗତ କିଛିବର୍ଷ ହେଲା ବେଶ୍‌ ଆଲୋଚନା ହେଉଛି। ନିଚ୍ଛକ ଓଡ଼ିଆ କାହାଣୀଠାରୁ ଆମ ସିନେମା ଦୂରେଇ ଯାଇଛି। ଅଧିକାଂଶ ଓଡ଼ିଆ ସିନେମାକୁ ଅନ୍ୟ ଭାଷାରେ ନିର୍ମିତ ଫିଲ୍ମରୁ ଉତରାଯାଉଛି। ପୁଣି କେତେଜଣ ବାହାବା ନେବାକୁ ଓଡ଼ିଆ ସିନେମା ନିର୍ମାଣ କରୁଛନ୍ତି। ଏ ବିଷୟରେ ଆଦୌ ଜ୍ଞାନ ନ ଥାଇ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଲମ୍ବା ଚଉଡ଼ା ଭାଷଣ ଦେବାକୁ କେତେକ ପ୍ରଯୋଜକ ପଛାଉ ନାହାନ୍ତି। ଆଉ ଯେତେବେଳେ ସିନେମା ପରଦା ଉପରକୁ ଆସୁଛି, ସେତେବେଳେ ଅବସ୍ଥା କ’ଣ ହେଉଛି ତାହା କହିବା ବାହୁଲ୍ୟ। ଗୋଟିଏ ପଟେ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକଙ୍କ ଆଗ୍ରହ ଦିନକୁଦିନ କମିଯାଉଛି। ଏପରି କି ପ୍ରିମିୟର ଶୋ’ରେ ହାଉସ୍‌ଫୁଲ ନ ହେବା ନଜିର କିଛି କମ୍‌ ନୁହେଁ। ତେବେ କ’ଣ ପାଇଁ ଆମ ସିନେମାର ଅବସ୍ଥା ଏପରି ହେଉଛି- ଏହା ଚିନ୍ତା କରିବାର ସମୟ ଆସିଛି।
କଥା ହେଲା, ଓଡ଼ିଆ ସିନେମା ନିର୍ମାଣ କରିବା ମାନସିକତା। ଚଳଚ୍ଚିତ୍ରଟିଏ ନିର୍ମାଣ କରିବା ପୂର୍ବରୁ ଏ ସମ୍ପର୍କିତ ଯଥେଷ୍ଟ ଜ୍ଞାନ ରହିବା ଆବଶ୍ୟକ। କିନ୍ତୁ ଏବେ ପ୍ରଯୋଜକ ସାଜିବାକୁ ମଇଦାନକୁ ଓହ୍ଲାଉଥିବା ଅଧିକାଂଶ ବ୍ୟକ୍ତିବିଶେଷଙ୍କର ଏ ସମ୍ପର୍କରେ ଟିକିଏ ହେଲେ ଜ୍ଞାନ ନାହିଁ। କେମିତି ନିଜ ନାମ ପଛରେ ପ୍ରଯୋଜକ ଯୋଡ଼ି ଦେଲେ ଆମେ ଚର୍ଚ୍ଚାର ପରିସରକୁ ଆସିବୁ। ତେଣିକି ସିନେମା ନିର୍ମାଣ ଚୁଲିକୁ ଯାଉ। ଏଭଳି ଧାରା ଯଦି ଏମିତି ଜାରି ରହେ, ତେବେ ଓଡ଼ିଆ ସିନେମା କେଉଁ ସ୍ତରକୁ ଖସିଯିବ ତାହା ସହଜେ ଅନୁମେୟ। ଦ୍ୱିତୀୟ କଥା ହେଲା- କାହାଣୀ ଚୟନ। ଦିନ ଥିଲା, ଓଡ଼ିଆ ଉପନ୍ୟାସ ହେଉ କି ନିଚ୍ଛକ ଓଡ଼ିଆ ବାସ୍ନା ଥିବା କାହାଣୀକୁ ଆଧାର କରି ଚଳଚ୍ଚିତ୍ରଟିଏ ନିର୍ମାଣ କରାଯାଉଥିଲା, ଆଉ ତାହାକୁ ଦର୍ଶକ ମଧ୍ୟ ପସନ୍ଦ କରୁଥିଲେ। ଗୋଟିଏ ସିନେମାରୁ ମନଲାଖି ରିଟର୍ନ ପାଇବା ପରେ ଜଣେ ପ୍ରଯୋଜକ ଆଉ ଗୋଟିଏ ସିନେମା ପାଇଁ ମନ ବଳାଉଥିଲା। ହେଲେ ଏବେ କପି ଭାଇରସ୍‌ ଓଡ଼ିଆ କାହାଣୀକୁ ଗ୍ରାସ କରିଛି। ଏମିତି ଅନେକ ଓଡ଼ିଆ ସିନେମା ଅଛି, ଯାହାର କିଛି ଅଂଶ ଦେଖିବା ପରେ ଜଣେ ସଚେତନ ଦର୍ଶକ ‘ଏହା ଅମୁକ ତାମିଲ, ତେଲୁଗୁ କିମ୍ବା ହିନ୍ଦୀ ସିନେମାରୁ କପି ହୋଇଛି’ ବୋଲି ନିର୍ଭୀକତାର ସହ ମତ ଦେଇପାରୁଛି। ତେଣୁ କୌଣସି ଅନ୍ୟ ଭାଷାରେ ନିର୍ମିତ ଫିଲ୍ମର ଓଡ଼ିଆ ଅନୁବାଦ ଦେଖିବାକୁ ବହୁ ଦର୍ଶକ ପଶ୍ଚାଦ୍‌ପଦ ହେଉଛନ୍ତି। ଆଉ ଏକ କଥା ହେଲା- କଳାକାର ଚୟନ। କେତେକ ସିନେମାର କଳାକାର ଚୟନ ଏପରି ହେଉଛି, ଯାହା ଚଳଚ୍ଚିତ୍ରକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଉଛି।
କିଛିବର୍ଷ ହେବ ପ୍ରତିବର୍ଷ ପାଖାପାଖି ୩୦ କିମ୍ବା ତା’ଠାରୁ ଅଧିକ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି। ହେଲେ ହାତଗଣତି କେତୋଟି ସିନେମାକୁ ବ୍ୟବସାୟିକ ସଫଳତା ମିଳୁଛି। ପାଖାପାଖି ୯୦-୯୫% ଚଳଚ୍ଚିତ୍ର ଫ୍ଲପ୍‌ ହେଉଛି। ଚଳଚ୍ଚିତ୍ର ନିର୍ମାଣ ସଂଖ୍ୟା ବଢ଼ୁଛି- ଏହା ନିଶ୍ଚୟ ଭଲ କଥା। ପରିସଂଖ୍ୟାନ ଦୃଷ୍ଟିକୋଣରୁ ଆମେ ଉଲ୍ଲସିତ ହେଉଛେ, ହେଲେ ଦର୍ଶକଙ୍କୁ ପୂରାଦମ୍‌ରେ ପ୍ରଭାବିତ କରିବା ଭଳି ସିନେମାଟିଏ ଦେଖିବା ସାତସପନ ହୋଇଗଲାଣି। ଯେଉଁ ସିନେମାରୁ କପି କରୁଛନ୍ତି ତାହାର ନିର୍ମାଣ ଶୈଳୀ, ବଜେଟ ବିଷୟରେ ଭଲ ଭାବରେ ଅବଗତ ହେବା ଦରକାର। ଆମର ଏଠି ବଜେଟ ସୀମିତ। ତେଣୁ ବିଗ୍‌ ବଜେଟ ଫିଲ୍ମକୁ କପି କରି ଏଠାରେ ଲୋକହସା ହେବା ସାର। ତେଣୁ ଏବେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତା କରିବାର ଉପଯୁକ୍ତ ସମୟ ଆସିଛି। ଏକ ନିର୍ଦ୍ଦିଷ୍ଟ ଯୋଜନା ସହ ସିନେମାଟିଏ ନିର୍ମାଣ କଲେ, ତାହା ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ। ନ ହେଲେ ସିନେମା ସଂଖ୍ୟା ସିନା ବଢ଼ି ଚାଲିବ, ହେଲେ ଚଳଚ୍ଚିତ୍ରଗୁଡିକର ଗୁଣାତ୍ମକ ମାନ କମିଯିବାର ଯଥେଷ୍ଟ ଆଶଙ୍କା ରହିଛି।
– ଶୁଭ୍ର ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…

ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...

ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…

ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...

୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ

ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟଙ୍କ ବିବାଦୀୟ ବୟାନ, କହିଲେ ମୁସଲମାନ ନଦୀକୁ ପୂଜା କରନ୍ତୁ…

ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୧୭, ୨୦୨୫ ରେ, ଗୋରଖପୁରର ଖୋରାବାରରେ ଥିବା ମାଲବ୍ୟ ନଗର ଶ୍ରୀରାମ ବସ୍ତି ଖେଳପଡ଼ିଆରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ...

୫ ହଜାର ସ୍କୁଲରେ ନାହାନ୍ତି ପିଲା, ବିନା ଛାତ୍ରୀଛାତ୍ରରେ ୧.୪୪ ଲକ୍ଷ ଶିକ୍ଷକ ନେଉଛନ୍ତି ଦରମା

ନୂଆଦିଲ୍ଲୀ,୧୮ା୧୨(ପି.ଟି.): ଭାରତର ୫,୦୦୦ରୁ ଅଧିକ ସ୍କୁଲରେ ଜଣେ ହେଲେ ପିଲା ନାହାନ୍ତି। ସେଥିରୁ ୭୦ ପ୍ରତିଶତ ବିଦ୍ୟାଳୟ କେବଳ ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ରହିଛି। ସେହିପରି...

ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ

ମୁମ୍ୱାଇ,୧୮ା୧୨:ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ...

ଆଣବିକ ଶକ୍ତି କ୍ଷେତ୍ରରେ ପଶିବେ ଘରୋଇ ସଂସ୍ଥା

ନୂଆଦିଲ୍ଲୀ,୧୮ା୧୨(ପି.ଟି./ଏଜେନ୍ସି): ୨୦୪୭ ସୁଦ୍ଧା ଭାରତରେ ୧୦୦ ଗିଗାଓ୍ୱାଟ୍‌ ଅଣୁଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ବିଧେୟକକୁ ବୁଧବାର ଲୋକ ସଭାର ମଞ୍ଜୁରୀ ମିଳିଛି। ସଷ୍ଟେନେବଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri