ସେବାୟତଙ୍କ କୋଭିଡ୍‌ ଟେଷ୍ଟ୍‌ ଆରମ୍ଭ

ପୁରୀ ଅଫିସ,୨୮।୧: ଶ୍ରୀମନ୍ଦିର ସେବାୟତ ମାନଙ୍କର ବୁଧବାର ଠାରୁ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଛି। ଏହା ଆସନ୍ତା ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ୫୦ଜଣଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇ ସ୍ବାବ୍‌ ସଂଗ୍ରହ ହେବ। ଏଥିଲାଗି ପୁରୀ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ପରିସରରେ କ୍ୟାମ୍ପ ଖୋଲାଯାଇଛି। ସମସ୍ତ ନିଯୋଗର ସେବାୟତ, ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀ ଏବଂ ଭକ୍ତନିବାସର କର୍ମଚାରୀମାନେ ଏହି ଟେଷ୍ଟ ପ୍ରକ୍ରିୟାରେ ସାମିଲ ହେବେ।
ସୁଆର-ମହାସୁଆର ନିଯୋଗର ସେବାୟତମାନଙ୍କ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଛି। ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଫେବୃୟାରୀ ୧ରୁ ପୁଷ୍ପାଳକ ନିଯୋଗ ଓ ୩ ତାରିଖରେ ପୂଜାପଣ୍ଡା ନିଯୋଗର ପାଳି ପଡ଼ିବ। ସେହିଭଳି ସେବାୟତଙ୍କ ପାଳି ସରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ସାନିଟାଇଜ ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ଭକ୍ତନିବାସ କର୍ମଚାରୀଙ୍କ ଟେଷ୍ଟ ହେବ। ଶେଷରେ ଧାର୍ଯ୍ୟ ଦିନରେ ଟେଷ୍ଟ କରିପାରି ନ ଥିବା ସେବାୟତଙ୍କୁ ପୁଣି ଥରେ ସୁଯୋଗ ମିଳିବ। କେଉଁ ତାରିଖରେ କେଉଁ ସେବାୟତଙ୍କ କୋଭିଡ୍‌ ଟେଷ୍ଟ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଏକ ତାଲିକା ପ୍ରକାଶ କରିଛି। ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସେବାୟତଙ୍କ ମଧ୍ୟରେ କୋଭିଡ୍‌ ସଂକ୍ରମଣ ନେଇ ଆଶଙ୍କା ମଧ୍ୟ ବଢ଼ିଛି। ଏଣୁ ସେବାୟତମାନଙ୍କ କୋଭିଡ୍‌ ଟେଷ୍ଟ କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ବୁଧବାର ପ୍ରଥମ ଦିନରେ ସୁଆର-ମହାସୁଆର ନିଯୋଗର ସେବାୟତମାନେ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ପହଞ୍ଚି ନିଜର କୋଭିଡ୍‌ ଟେଷ୍ଟ କରାଇଛନ୍ତି। କୋଭିଡ୍‌ ଟେଷ୍ଟ କ୍ୟାମ୍ପ ଦାୟିତ୍ୱରେ ଥିବା ନୋଡାଲ୍‌ ଅଫିସରଙ୍କ କହିବା ଅନୁଯାୟୀ, ଆର୍‌ଟିପିସିଆର୍‌ ଟେଷ୍ଟ ପ୍ରକ୍ରିୟା ଚାଲୁ ରହିବ। ସଂକ୍ରମିତ ଚିହ୍ନଟ ହେବା ପରେ ଏମାନଙ୍କୁ କୋଭିଡ୍‌ ହସ୍ପଟିଲାରେ ଭର୍ତ୍ତି କରାଯିବ। ସୂଚନାଯୋଗ୍ୟ, ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଟିକାକରଣ ପାଇଁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲା। ଏହି ସୁପାରିସ ଉପରେ କୌଣସି ନିଷ୍ପତ୍ତି ହୋଇ ନ ଥିବା ବେଳେ ସେବାୟତମାନଙ୍କ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଥିଲେ ମଧ୍ୟ ସେବାୟତଙ୍କୁ ଆଇସୋଲେଶନରେ ରଖିବା ନେଇ ବ୍ୟବସ୍ଥା କରାଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri