କୋଷ୍ଟାଲ୍‌ ହାଇଓ୍ବେ ପରିବର୍ତ୍ତିତ ନକ୍ସାକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର,୨୮।୧(ବ୍ୟୁରୋ): କେନ୍ଦ୍ର ସରକାର ପ୍ରସ୍ତାବିତ ଉପକୂଳ ରାଜପଥ(କୋଷ୍ଟାଲ୍‌ ହାଇଓ୍ବେ) ପ୍ରକଳ୍ପର ନକ୍ସା ପରିବର୍ତ୍ତନ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ ପ୍ରବନ୍ଧକ ରାମ ପ୍ରସାଦ ପଣ୍ଡା କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି (ଏକ୍ସପର୍ଟ ଆପ୍ରେଜାଲ୍‌ କମିଟି) ଉପକୂଳ ରାଜପଥ ପାଇଁ ଏକ ନୂତନ ଆଲାଇନ୍‌ମେଣ୍ଟ (ଗ୍ରୀନ୍‌ ଫିଲଡ୍‌)ର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଘୋଷଣାର ଦୀର୍ଘ ୬ ବର୍ଷ ପରେ ପ୍ରକଳ୍ପର ନୂଆ ଆଲାଇନ୍‌ମେଣ୍ଟ ନେଇ କେନ୍ଦ୍ର ସରକାରଙ୍କ ଏଭଳି ପରିବର୍ତ୍ତିତ ଆଭିମୁଖ୍ୟ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଛନ୍ତି।
ଲୋକସେବା ଭବନସ୍ଥିତ ପୂର୍ତ୍ତ ବିଭାଗର ସମ୍ମିଳନୀ କକ୍ଷରେ ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ଭାୟା ପୁରୀ ଦେଇ ଯାଇଥିବା ଭାରତମାଳା (କୋଷ୍ଟାଲ୍‌ ହାଇଓ୍ବେ) ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ୨୦୧୫ରେ ନବକଳେବର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତତ୍‌କାଳୀନ ଖାଦ୍ୟ ଯୋଗାଣ, ବୈଷୟିକ ଶିକ୍ଷା ଓ ନିଯୁକ୍ତି ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ଉପସ୍ଥିତିରେ ପିପିଲିଠାରେ ଅନୁଷ୍ଠିତ ସମାବେଶରେ ଘୋଷଣା କରିଥିଲେ। ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ୪୪୦ କିମି କୋଷ୍ଟାଲ୍‌ ହାଇଓ୍ବେ ଖୁବ୍‌ଶୀଘ୍ର ନିର୍ମାଣ କରାଯିବ। ଏହି ହାଇଓ୍ବେ ନିର୍ମାଣ ହେଲେ ଓଡ଼ିଶାର ପର୍ଯ୍ୟଟନ, ବାଣିଜି୍ୟକ କ୍ଷେତ୍ରରେ ଏକ ବିରାଟ ଯୋଗଦାନ ହେବ ବୋଲି ସାଧାରଣରେ ଆଶା ସଞ୍ଚାର ହୋଇଥିଲା। ପରବର୍ତ୍ତୀ ସମୟରେ ବହୁ ଆଲୋଚନା, ପର୍ଯ୍ୟାଲୋଚନା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୧୯ ନଭେମ୍ବର ୧୫ରେ ନିଷ୍ପତ୍ତି ନିଆଯାଇ ପ୍ରଥମ ପର୍ଯ୍ୟାୟରେ ୩୭୦ କିମି ଉପକୂଳ ରାଜପଥ (ଭାରତମାଳା) ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା। ଏହି ଉପକୂଳ ରାଜପଥ ପୁରୀ ଜିଲାର ସାତପଡ଼ାଠାରୁ ଆରମ୍ଭ ହୋଇ ପୁରୀ-କୋଣାର୍କ-ଅସ୍ତରଙ୍ଗ-ରତନପୁର-ଧାମରା-ବାସୁଦେବପୁର-ଚାନ୍ଦିପୁରଠାରୁ ଦୀଘା ପର୍ଯ୍ୟନ୍ତ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଥିଲେ।
ବୈଠକରେ ପୂର୍ତ୍ତ ସଚିବ କିଷନ କୁମାର, ଅତିରିକ୍ତ ଶାସନ ସଚିବ ଏଚ୍‌.କେ. ଦତ୍ତ, ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ ପ୍ରବନ୍ଧକ ରାମ ପ୍ରସାଦ ପଣ୍ଡା, ରାଜପଥ ମୁଖ୍ୟଯନ୍ତ୍ରୀ ରଞ୍ଜିତ କୁମାର ସାହୁ, ରାସ୍ତା ବିଭାଗର ମୁଖ୍ୟଯନ୍ତ୍ରୀ ମନୋରଞ୍ଜନ ମିଶ୍ର ଓ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଉପ ଶାସନ ସଚିବ ଅଭୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର ,୧୯।୧୨: ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ ରେକର୍ଡ...

ମୁସଲମାନ ଦେଶରେ ବିକ୍ରି ହେଉଛି ଭାରତୀୟଙ୍କ ଅଙ୍ଗ, ଧନୀ ଲୋକଙ୍କର ହେଉଛି କିଡନୀ ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୧୨: କେରଳରେ ପଞ୍ଜିକୃତ ଏକ ମାମଲାର ତଦନ୍ତ କରିବା ସମୟରେ, ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜାଣିବାକୁ ପାଇଛି ଯେ ବେଆଇନ ଅଙ୍ଗଦାନରେ ଜଡିତ ଏକ...

ଲୋକସଭାରେ ପାରିତ ହେଲା VB–G RAM G ବିଲ୍‌, କାଗଜପତ୍ର ଚିରି ଫିଙ୍ଗିଦେଲେ ବିରୋଧୀ

ନୂଆଦିଲ୍ଲୀ,୧୮ା୧୨: ପ୍ରବଳ ବିରୋଧ ମଧ୍ୟରେ ଲୋକସଭାରେ ଜି ରାମଜୀ ବିଲ୍ ପାରିତ ହୋଇଛି । ହେଲେ ବିରୋଧୀ ଦଳ ବିଲ୍ ପାସ୍ ହେବା ପରେ ପ୍ରବଳ...

ପ୍ରତିବର୍ଷ ଭାରତ ଛାଡୁଛନ୍ତି ୨ ଲକ୍ଷ ଲୋକ, ଖୋଲାଖୋଲି କାରଣ କହିଲେ କେନ୍ଦ୍ର ସରକାର, ଏହି…

ନୂଆଦିଲ୍ଲୀ,୧୮ା୧୨: ପ୍ରତିବର୍ଷ ଲକ୍ଷାଧିକ ଲୋକ ଭାରତ ଛାଡୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦୦୦୦୦ରୁ ଅଧିକ ଭାରତୀୟ...

ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

‘ମୁଁ ଇସ୍ତଫା ଦେଇଦେବି’, କାହିଁକି ଏମିତି ଘୋଷଣା କଲେ FBI ଡେପୁଟି ଡାଇରେକ୍ଟର? ଟ୍ରମ୍ପଙ୍କୁ ଲେଖିଲେ ଏମିତି ପତ୍ର

ଓ୍ବାଶିଂଟନ,୧୮।୧୨: ଏଫବିଆଇର ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ବୁଧବାର ଘୋଷଣା କରିଛନ୍ତି ଯେ ସେ ଚାକିରି ଆରମ୍ଭ କରିବାର ୧୦ ମାସରୁ କମ ସମୟ ପରେ...

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୮।୧୨: ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri