ସଂକ୍ରାମକ ରୋଗ ଓ ଆଣ୍ଟିବାୟୋଟିକ୍‌

ଡା. କାନ୍ତୀ ନାୟକ

ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଭାରତରେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ତେବେ ଏହି ସମୟରେ ସଂକ୍ରମିତ ରୋଗରୁ ଆରୋଗ୍ୟ ପାଇଁ ଆଣ୍ଟିବାୟୋଟିକ୍‌ ଔଷଧର ଆବଶ୍ୟକତା ଉପରେ ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହେଲାଣି। କରୋନା ସଂକ୍ରମଣବେଳେ ମଣିଷ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି କିଭଳି ଶତ୍ରୁ ପାଲଟିଯାଏ ସେ ସମ୍ପର୍କୀତ ଏକ ରିପୋର୍ଟ ‘ଲାନ୍‌ସେଟ୍‌’ ପତ୍ରିକାରେ ପ୍ରକାଶ ପାଇଛି। ମଣିଷର ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ଼ ଥିଲେ ବାହାରର କୌଣସି ରୋଗ ସୃଷ୍ଟିକାରୀ ଅଣୁଜୀବ ବା ଆଣ୍ଟିଜେନ୍‌ ଶରୀରରେ କିଛି କ୍ଷତି କରିପାରିନଥାଏ। କିନ୍ତୁ ବେଳେବେଳେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଆଣ୍ଟିବଡି ବାହାରର ଅଣୁଜୀବ ସହିତ ଲଢ଼େଇ ନ କରି ନିଜ ଶରୀର ବିରୋଧରେ ଲଢ଼ିଥାଏ। କରୋନା ସଂକ୍ରମଣ କ୍ଷେତ୍ରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏଥିରେ ଆଣ୍ଟିବଡି ଆଣ୍ଟିଜେନ୍‌ ସହିତ ମିଶି ଶରୀର ବରୋଧରେ ଲଢ଼ିଥାଏ। ସଂପ୍ରତି ବିଶ୍ୱରେ ଆଣ୍ଟିବାୟୋଟିକ୍‌ ଔଷଧଗୁଡ଼ିକ ଅନେକ କ୍ଷେତ୍ରରେ କାମ ଦେଉନଥିବାରୁ ଅଧିକାଂଶ ରୋଗ ବିଶେଷତଃ ସଂକ୍ରମିତ ରୋଗର ଚିକିତ୍ସା କିପରି କରାଯିବ, ତାହା ଉଭୟ ଡାକ୍ତର ତଥା ଔଷଧ କମ୍ପାନୀଗୁଡ଼ିକ ଲାଗି ଚିନ୍ତାର ବିଷୟ ହୋଇଛି। ତେବେ ଭାରତ ଅନେକ ଏଲୋପାଥିକ ଔଷଧ ବିକ୍ରି ବନ୍ଦ କରିଦେବା ପଛରେ ଏହି କାରଣ ବି ରହିଛି। ଚିକିତ୍ସା ଜଗତ ଯେଉଁ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ସେଥିରେ ଆଶଙ୍କା ସୃଷ୍ଟି ହୋଇଛି ଯେ ସଂକ୍ରମିତ ରୋଗର ଉପଯୁକ୍ତ ଚିକିତ୍ସା ହେବାର ଯୁଗ ବୋଧହୁଏ ସରିଗଲାଣି। କାରଣ ପେନ୍‌ସିଲିନ୍‌ଠାରୁ ଆରମ୍ଭ କରି ଅନେକ ଜୀବନରକ୍ଷାକାରୀ ଔଷଧ ସହ ଉଭୟ ଚିକିତ୍ସକ ଓ ସାଧାରଣ ଲୋକେ ଅଭ୍ୟସ୍ତ ହୋଇଆସିଛନ୍ତି। ଏବେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାହା ନୂଆ କଥା ନୁହେଁ। ଗତ କିଛି ବର୍ଷ ଧରି ବୈଜ୍ଞାନିକମାନେ କହିଆସୁଥିଲେ ଯେ ଆବଶ୍ୟକ ପଦକ୍ଷେପ ଯଥାଶୀଘ୍ର ନ ନିଆଗଲେ, ଜୀବନହାନିକାରୀ ସଂକ୍ରମଣ ମଣିଷ ପାଇଁ ପୁଣି ବଡ଼ ବିପଦ ଭାବେ ଦେଖାଦେବ; ଯାହାର ଚିକିତ୍ସା କରାଯାଇପାରିବ ନାହିଁ। ଆଣ୍ଟିବାୟୋଟିକ୍‌ ଉଦ୍ଭାବନ ପରଠାରୁ ଯେଉଁ ଜୀବାଣୁ ବା ବ୍ୟାକ୍ଟେରିଆ ରୋଗର କାରଣ ହେଉଥିଲା, ତାକୁ ମୁକାବିଲା କରିବାର ସାମର୍ଥ୍ୟ ଡାକ୍ତରମାନେ ହାସଲ କରିଥିଲେ। ୧୯୩୦-୪୦ ମସିହାରେ ଜଣାପଡ଼ିଲା ଯେ, ବ୍ୟାକ୍ଟେରିଆଗୁଡ଼ିକ ମଧ୍ୟ ଔଷଧର ଜୀବାଣୁ ଧ୍ୱଂସକାରୀ ସାମର୍ଥ୍ୟକୁ ପ୍ରତିରୋଧ କରିପାରିବେ। ଚୋର ଓ ପୋଲିସ ମଧ୍ୟରେ ଛକାପଞ୍ଝା ପରି ବ୍ୟାକ୍ଟେରିଆ ଓ ଔଷଧ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦଶନ୍ଧି ଦଶନ୍ଧି ଧରି ଚାଲିଆସିଛି। ଗୋଟିଏ ନୂଆ ଔଷଧ କୌଣସି ବ୍ୟାକ୍ଟେରିଆକୁ ଜବତ କରିପାରିଲେ ପରବର୍ତ୍ତୀ ସମୟରେ ଜେନେଟିକ୍‌ ପରିବର୍ତ୍ତନ ଦ୍ୱାରା ବ୍ୟାକ୍ଟେରିଆ ନୂଆ ସଂକ୍ରମଣକାରୀ ଶକ୍ତି ହାସଲ କରିଆସିଛି। ଫଳରେ ପ୍ରଚଳିତ ଆଣ୍ଟିବାୟୋଟିକ୍‌ ଔଷଧ ବିଫଳ ହେଉଛି।
ଗତ କେଇ ଦଶନ୍ଧି ମଧ୍ୟରେ ସମଗ୍ର ବିଶ୍ୱରେ ଡାକ୍ତରମାନେ ସାମ୍ନା କରୁଥିବା ଏହି ସମସ୍ୟାକୁ ସମ୍ପୃକ୍ତ ସମସ୍ତଙ୍କ ଦୃଷ୍ଟିକୁ ଆଣିବା ପରେ ଭୟ ସୃଷ୍ଟି ହୋଇଯାଇଛି ଯେ ଆଉ ଆଣ୍ଟିବାୟୋଟିକ୍‌ ଔଷଧ ମୋଟେ କାମଦେବ ନାହିଁ। ଯଦିଓ ଡାକ୍ତରମାନେ ଅନେକ କ୍ଷେତ୍ରରେ ସେହି ଔଷଧକୁ ପ୍ରେସ୍‌କ୍ୟୁସନରେ ଲେଖୁଛନ୍ତି, ତଥାପି ତାହା ରୋଗ ଭଲ କରୁନାହିଁ। ଏଣୁ ଅନେକ ଔଷଧକୁ ମାର୍କେଟ୍‌କୁ ନିଷେଧ କରାଯିବା ଦରକାର। କିନ୍ତୁ ତଦ୍ଦ୍ବାରା ମୂଳ ସମସ୍ୟାର ସମାଧାନ ହେବନାହିଁ। ଅର୍ଥାତ୍‌ ରୋଗର ଚିକିତ୍ସା ପାଇଁ ନୂଆ ଔଷଧ ବାହାର କରିବାକୁ ହେବ। ଏଣୁ ନୂଆ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍‌ କିପରି ଉଦ୍ଭାବନ କରାଯାଇପାରିବ ତାହା ବୈଜ୍ଞାନିକ, ଡାକ୍ତର, ଔଷଧ କମ୍ପାନୀ ଓ ବିଭିନ୍ନ ଦେଶର ସରକାରଙ୍କ ଆଗରେ ଏକ ଚ୍ୟାଲେଞ୍ଜ। ଅବଶ୍ୟ ଆଣ୍ଟିବାୟୋଟିକ୍‌ର ବ୍ୟବହାରରେ ସତର୍କ ମଧ୍ୟ ଲୋଡ଼ା। ଏ କ୍ଷେତ୍ରରେ ଉଭୟ ଡାକ୍ତର ଓ ସାଧାରଣ ଲୋକଙ୍କର ଦାୟିତ୍ୱ ରହିଛି। ମନଇଚ୍ଛା ଆଣ୍ଟିବାୟୋଟିକ୍‌ ଔଷଧ ଖାଇବାକୁ ରୋଗୀଙ୍କୁ କହିବା ଅନୁଚିତ। ଯେଉଁ ସଂକ୍ରମଣ ଆଣ୍ଟିବାୟୋଟିକ୍‌ ଦ୍ୱାରା ଭଲ ହେବନାହିଁ, ତାକୁ ରୋଗୀ ଖାଇଲେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ। ବରଂ ସଂକ୍ରମଣ ରୋକିବା ଲାଗି କେତେକ ପ୍ରତିଷେଧମୂଳକ ବ୍ୟବସ୍ଥା ସଚେତନତା ଜରିଆରେ ପ୍ରବର୍ତ୍ତନ କରାଯାଇପାରିବ। କମ୍‌ ଔଷଧରେ ରୋଗୀକୁ ଭଲ କରିବାକୁ ଚେଷ୍ଟା କରନ୍ତୁ। ଏବେକାର ଆଣ୍ଟିବାୟୋଟିକ୍‌ ସମସ୍ୟା ଓ ଔଷଧ ଶିଳ୍ପର ବ୍ୟବସାୟିକ ଲକ୍ଷ୍ୟ ମଧ୍ୟରେ ସନ୍ତୁଳନ ଦରକାର। ଆଣ୍ଟିବାୟୋଟିକ୍‌ର ବିଶ୍ୱ ସମସ୍ୟାକୁ କେବଳ ଯେ ସବୁ ଦେଶ ସମେତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ବୁଝୁଛନ୍ତି, ଏଥିପାଇଁ ବିଶ୍ୱସ୍ତରରେ କୌଶଳ ଆବଶ୍ୟକ।
ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଅର୍ବାନ୍‌ ସିଏଚ୍‌ସି, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri